Posted inଖେଳ

ଆଇସିସି ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ: ୩ୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ, ୨୩ା୮: ଆଇସିସିର ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଜିମ୍ବାଓ୍ବେ ବିପକ୍ଷରେ କ୍ଲିନ ସୁଇପ୍‌ ଯୋଗୁ ଭାରତ ଏହାର ୩ୟ ସ୍ଥାନ ବଜାୟ ରଖିପାରିଛି। ବର୍ତ୍ତମାନ ଭାରତର ରେଟିଂ ପଏଣ୍ଟ ୧୧୧ରେ ପହଞ୍ଚିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ବିଜୟ ସହ ନ୍ୟୁଜିଲାଣ୍ଡ ୧୨୪ ରେଟିଂ ପଏଣ୍ଟ ସହ ୧ମ ସ୍ଥାନରେ ରହିଛି। ଇଂଲଣ୍ଡ ୧୧୯ ରେଟିଂ ପଏଣ୍ଟ ସହ ୨ୟ ସ୍ଥାନ ଅଧିକାର କରିଛି। ତେବେ ଅକ୍ଟୋବର ୬ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଘରୋଇ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ଏଥିରେ ଭଲ ପ୍ରଦର୍ଶନ କଲେ ରେଟିିଂ ପଏଣ୍ଟରେ ଉନ୍ନତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri