Posted inଜାତୀୟ

ଭୁଲରେ ପାକିସ୍ତାନରେ ଖସି ପଡ଼ିଥିଲା କ୍ଷେପଣାସ୍ତ୍ର, ୩ ବାୟୁସେନା ଅଧିକାରୀଙ୍କ ଚାକିରି ଗଲା…

ନୂଆଦିଲ୍ଲୀ, ୨୩।୮ : ପାକିସ୍ତାନରେ ଭୁଲରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଖସି ପଡିଥିଲା। ଏହି ଘଟଣାର ତଦନ୍ତ ପରେ ତିନିଜଣ ଅଧିକାରୀଙ୍କୁ ଦାୟୀ କରାଯାଇଛି। ଭାରତୀୟ ବାୟୁସେନା ଏହି ସୂଚନା ଦେଇଛି। ବାୟୁସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଚାକିରିରୁ ବାହାର କରାଯାଇଛି। ଅଧିକାରୀମାନଙ୍କୁ ମଙ୍ଗଳବାର ଅର୍ଥାତ ୨୩ ଅଗଷ୍ଟରେ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ସେବାରୁ ବରଖାସ୍ତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ଗ୍ରୁପ କ୍ୟାପଟେନ, ୱିଙ୍ଗ କମାଣ୍ଡର ଏବଂ ସ୍କ୍ବାଡ୍ରନ ଲିଡର ଅଛନ୍ତି। ତଦନ୍ତରୁ ଜଣାପଡିଥିଲା ଯେ ଅଧିକାରୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟାରେ ବିଫଳ ହୋଇଥିଲେ। ଯେଉଁଥିପାଇଁ କ୍ଷେପଣାସ୍ତ୍ରଟି ଭୁଲରେ ପାକିସ୍ତାନରେ ଖସି ପଡ଼ିଥିଲା।

ଏହି ଘଟଣା ୯ ମାର୍ଚ୍ଚ ୨୦୨୨ରେ ଘଟିଥିଲା। ବୈଷୟିକ ତ୍ରୁଟି ଯୋଗୁ ହରିୟାଣାର ସିର୍ସା ଠାରୁ ଉତ୍‌କ୍ଷେପଣ ହୋଇଥିବା କ୍ଷେପଣାସ୍ତ୍ରଟି ସନ୍ଧ୍ୟା ପ୍ରାୟ ୬ଟା ୪୩ ସମୟରେ ସୁରତଗଡ ଦେଇ ପାକିସ୍ତାନ ସୀମା ଭିତରେ ୧୨୪ କିଲୋମିଟର ଦୂରରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ।

ଏହି ମାମଲାରେ ପାକିସ୍ତାନ ଭାରତକୁ ଦୋଷାରୋପ କରିଥିଲା। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାବି କରିଥିଲେ। ଏହି ପ୍ରସଙ୍ଗରେ ପାକିସ୍ତାନ ମଧ୍ୟ ଭାରତକୁ ବିଶ୍ୱବ୍ୟାପୀ ଘେରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନର ଅଭିଯୋଗକୁ ନେଇ ଭାରତ ମଧ୍ୟ ଦୁଃଖ ପ୍ରକାଶ କରିଥିଲା।

ପାକିସ୍ତାନ ସରକାର ଭାରତ ସରକାରଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିଥିଲେ। ଏହା ପରେ ଭାରତ ସରକାର ଉତ୍ତର ଦେଇଥିଲେ ଯେ ପାକିସ୍ତାନରେ ଭୁଲରେ ଏହି କ୍ଷେପଣାସ୍ତ୍ରଟି ଖସି ପଡ଼ିଥିଲା। ଏଥି ସହ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଏବଂ ତଦନ୍ତ ପାଇଁ କୋର୍ଟ ଅଫ ଇନକ୍ୱାରୀର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri