ଦିନକପରେ ୫ କି.ମି ଦୂରରେ ମିଳିଲା ଭାସିଯାଇଥିବା ଯୁବତୀଙ୍କ ମୃତଦେହ

ଝରିଗାଁ,୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ଜାନୀ ସାହିରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ସତୀଘାଟ ନଦୀ ପାର ହେଉଥିବା ବେଳେ ଭାସିଯାଇ ଦିନକ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଗବାଗୁଡା ଗ୍ରାମର ମନସାଇ ଜାନୀଙ୍କ ଝିଅ ତୁଲାବତୀ ଜାନୀ(୨୦) ଶୁକ୍ରବାର ସକାଳୁ ନଦୀ ପାର ହୋଇ ନିଜ ଚାଷ ଜମିକୁ ଯାଇଥିଲେ। ଅପରାହ୍ନରେ ସେ ଏକା ନଦୀ ପାର ହୋଇ ଘରକୁ ଫେରିବା ସମୟରେ ଉପର ମୁଣ୍ଡରେ ଲଗାଣ ବର୍ଷା ହେଉଥିବାରୁ ନଦୀରେ ହଠାତ୍‌ ବହୁତ ପାଣି ମାଡି ଆସିଥିଲା। ଫଳରେ ତୁଳାବତୀ ନଦୀ ପାଣିରେ ଭାସି ଯାଇଥିଲେ। ଝିଅ ଘରକୁ ଆସିବାର ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ସୁଦ୍ଧା ତୁଳାବତୀର କୌଣସି ପତ୍ତା ମିଳି ନ ଥିଲା। ଶନିବାର ସକାଳୁ ଝିଅ ନଦୀରେ ଭାସିଯାଇଥିବା ସନ୍ଦେହ କରି ପରିବାର ନଦୀ କୂଳରେ ଖଜାଖୋଜି କରିଥିଲେ। ଶେଷରେ ପ୍ରାୟ ୫କିଲୋମିଟର ଦୂରରେ ରହିଥିବା ଏକ ବୁଦା ମଧ୍ୟରେ ତୁଳାବତୀର ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଥାନା ଏଏସ୍‌ଆଇ ଅଶୋକ କୁମାର ପାଳଙ୍କ ସହ ଏକ ପୋଲିସ ଟିମ୍‌ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏନେଇ ଝରିଗାଁ ଥାନାରେ କେସ୍‌ ନଂ ୨୮/୨୦୨୨ରେ ଏକ ଅପମୃତ ମାମଲା ରୁଜୁ କରାଯାଇ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ବିରୋଧୀମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସ ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

‘ଜୁନ ୯ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ’, ଘୋଷଣା କଲେ ପାଣ୍ଡିଆନ

କଳାହାଣ୍ଡି,୬।୫: ଜୁନ୍ ୯ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ସୋମବାର ଭବାନୀପାଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri