ଲଗାଣବର୍ଷାରେ ଧୋଇଗଲା କଲଭର୍ଟ

ଉମରକୋଟ, ୨୦।୮(ସ୍ବ.ପ୍ର.): ସପ୍ତାହବ୍ୟାପୀ ଉମରକୋଟରେ ହୋଇଥିବା ଲଗାଣ ବର୍ଷାରେ ଖଡକାଡେମ ତଳେ ଥିବା ରାସ୍ତାରେ ନିର୍ମାଣ ହୋଇଥିବା କଲଭର୍ଟ ଧୋଇଯାଇଛି। ଫଳରେ ପୂଜାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ମୂର୍ତମା, ବେହେଡା, ସୁକିଗାଁ ଓ କୋପନା ପଞ୍ଚାୟତ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
୩ ବର୍ଷ ତଳେ ଏହି କଲଭର୍ଟ ନିର୍ମାଣ ହୋଇଥିଲା। ମୂର୍ତମା, ବେହେଡା, ସୁକିଗାଁ ଓ କୋପନା ପଞ୍ଚାୟତବାସୀ ପୂଜାରିଗୁଡ଼ା ଡାକ୍ତରଖାନା କିମ୍ବା ଅନ୍ୟ କୌଣସି ଗ୍ରାମକୁ ଯିବାକୁ ହେଲେ ଏହି କଲଭର୍ଟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଭୀଷଣ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଭାସ୍କେଲ ଡ୍ୟାମ ତଳେ ଥିବା ୪୦ ଫୁଟ ଲମ୍ବର ରାସ୍ତା ଓ କଲଭର୍ଟ। ଫଳରେ ଏହି ରାସ୍ତା ଦେଇ ଯିବା ଆସିବା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଏହି ୪ପଞ୍ଚାୟତର ଲୋକେ ପୂଜାରିଗୁଡ଼ା ଡାକ୍ତରଖାନାକୁ ଆସିବା ପାଇଁ ଉମରକୋଟ ବା ବକୋଦା ଦେଇ ଯାଉଛନ୍ତି। ଯାହା କି ଲୋକଙ୍କୁ ଅଧିକ ୨୦ରୁ ୨୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି। ଫଳରେ ରୋଗୀ ଓ ସାଧାରଣ ଜନତା ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ସେଠାରେ କଲଭର୍ଟ ନ କରି ଓଭର ବ୍ରିଜ୍‌ ନିର୍ମାଣ କରିବା ପାଇଁ ମୂର୍ତମା, ବେହେଡା, ସୁକିଗାଁ, କୋପେନା ପଞ୍ଚାୟତବାସୀ ଦାବି କରୁଛନ୍ତି। ଏ ନେଇ ଭାସ୍କେଲ ଜଳସେଚନ କନିଷ୍ଠ ଯନ୍ତ୍ରୀ ଅମିୟ ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବିଷୟରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ବର୍ଷା କମିଲେ କାମଚଳା ରାସ୍ତା ତିଆରି କରାଯିବ। ଆଗାମୀ ଦିନରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କ’ଣ ନିର୍ମାଣ ହେବ ତାହା ଆଲୋଚନା ପରେ ସ୍ପଷ୍ଟ ହେବ। ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri