କୃଷକଙ୍କ ଆୟ ବଢ଼ାଇବ ୟୁଏଆଇଏଲ୍‌ର ‘ଓ୍ବାଡି’ ପ୍ରକଳ୍ପ

ରାୟଗଡ଼ା ଅଫିସ,୧୯ା୮: କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ରାୟଗଡ଼ା ଜିଲା ଟିକିରି ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ (ୟୁଏଆଇଏଲ୍‌)ପକ୍ଷରୁ ସିଏସ୍‌ଆର୍‌ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି ଓ୍ବାଡି ପ୍ରକଳ୍ପ। ୨୦୧୮ରୁ ନାବାର୍ଡ ସହଭାଗିତାରେ କାଶୀପୁର ବ୍ଲକର ୧୭ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଇଛି। ଉତ୍କଳ ଆଲୁମିନାର ୟୁନିଟ ମୁଖ୍ୟ ଓ ସଭାପତି ମଜହର ବେଗ କହିଛନ୍ତି, ଲୋକଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ୪ ବର୍ଷ ମଧ୍ୟରେ ପ୍ରକଳ୍ପ ସଫଳତା ଆଣିଦେଇଛି। ଆଗାମୀ ଦିନରେ ଏହା କୃଷକଙ୍କ ଆୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।
ଆଗ୍ରୋ-ହର୍ଟି ଚାଷ ଏବଂ ଅନ୍ୟ ଆୟକାରୀ କାର୍ଯ୍ୟକ୍ରମ ଜରିଆରେ ଦୀର୍ଘସ୍ଥାୟୀ ଭିତ୍ତିରେ ୩ ରୁ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ଆଦିବାସୀ ପରିବାରର ଆୟ ବୃଦ୍ଧି କରି ସେମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଅଣିବା ଉପରେ କମ୍ପାନୀ ଦୃଷ୍ଟି ଦେଉଛି। ଏହି ପ୍ରକଳ୍ପ ପିପିପି ମୋଡ୍‌ରେ କାର୍ଯ୍ୟକାରୀ କରାଯାଉଛି। ନାବାର୍ଡ ୬୦% ଅର୍ଥ ଅନୁଦାନ ପାଣ୍ଠି ଆକାରରେ ଯୋଗାଉଥିବାବେଳେ ଉତ୍କଳ ଆଲୁମିନା ୪୦% ଅର୍ଥ ସିଏସ୍‌ଆର ପାଣ୍ଠି ଅଧୀନରେ ଯୋଗାଉଛି। ଏଥିପାଇଁ ମୋଟ ୪୬୫.୭୫ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ଆଦିବାସୀ ପରିବାରର ପତିତ ଜମିକୁ ଫଳବଗିଚାରେ ପରିବର୍ତ୍ତନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଏହା ଭୂମିହୀନ ପରିବାରକୁ ଛେଳି ପାଳନ ଜରିଆର ଜୀବିକା ଯୋଗାଇବାକୁ ଲକ୍ଷ୍ୟ ରଖିଛି। ପ୍ରକଳ୍ପର କାର୍ଯ୍ୟକାରିତା ନିରୀକ୍ଷଣ, ଫଳବଗିଚା ଦେଖାଶୁଣା ଏବଂ କୃଷିଜାତ ସାମଗ୍ରୀର ସାମୂହିକ ବିକ୍ରିବଟା ଆଦିରେ ୧୭ ଉଦ୍ୟାନ ବିକାଶ ସମିତି(ୟୁଭିଏସ୍‌) ନିୟୋଜିତ ଅଛି। ପତିତ ଜମି ବିକାଶ, ଫଳବଗିଚା ବିକାଶ, ଗୋସମ୍ପଦର ବିକାଶ, ସଙ୍ଗଠନ ଗଠନ ଏବଂ ମହିଳାଙ୍କ ବିକାଶ ଆଦି କ୍ଷେତ୍ରରେ ୫୦୦ ଆଦିବାସୀ କୃଷକଙ୍କୁ ତାଲିମ ଦିଆଯାଉଛି। ସେହିପରି ଜଳସେଚନ ସୁବିଧା ନ ଥିବା ୧୩୦ ଏକର ଜମିକୁ ସୌରଶକ୍ତି ଚାଳିତ ନଦୀଜଳ ଉଠାଣ ଏବଂ ଜଳଧାର ଗତିପଥ ପରିବର୍ତ୍ତନ ଭିତ୍ତିକ ଜଳସେଚନ ବ୍ୟବସ୍ଥାରେ ଜଳସେଚିତ କରାଯାଇପାରିଛି । ଉକ୍ତ ଅଞ୍ଚଳରେ ମୋଟ ୨,୯୪୮ ଫଳ ଚାରା ଏବଂ ୧୯,୮୦୧ରୁ ଅଧିକ ଜଙ୍ଗଲ ସୃଷ୍ଟିକାରୀ ବୃକ୍ଷଚାରା ରୋପଣ କରାଯାଇଛି। ପନିପରିବା ଚାଷକୁ ପ୍ରୋତ୍ସାହିତ କରାଯାଉଥିବାରୁ କୃଷକ ପରିବାରର ପୋଷଣଗତ ସମସ୍ୟାର ମଧ୍ୟ ସମାଧାନ ହେଉଛି ବୋଲି ୟୁନିଟ ମୁଖ୍ୟ ବେଗ୍‌ କହିଛନ୍ତି। ହିତାଧିକାରୀଙ୍କର ବ୍ୟାଙ୍କ ଖାତା ଖୋଲାଯାଇ ଏବଂ ବ୍ୟାଙ୍କ କାରବାର କରିବାକୁ ସେମାନଙ୍କୁ ଉତ୍ସାହିତ କରି ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯାଉଛି। ଆନ୍ତଃ କୃଷି ଦ୍ୱାରା ପ୍ରତ୍ୟେକ କୃଷକଙ୍କ ମାସିକ ହାରାହାରି ଆୟ ୩ ହଜାରରୁ ୪ହଜାର ଟଙ୍କା ହେଉଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri