ଭିବିଜି – ରାମ ଜି ଯୋଜନାରେ ଜାଲିଆତି ଅଭିଯୋଗ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଡିଓ, କହିଲେ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକରେ ସରକାରୀ ଯୋଜନାରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି। ଭିବିଜି – ରାମ ଜି ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ୍‌ କରାଯାଇଛି । ବିଭିନ୍ନ ଉନ୍ନୟନ କାମ କିଣାବିକା ଚାଲିଥିବା ଜଣାପଡ଼ିଛି। ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା, ଆର୍ଥିକ ହେର୍‌ଫେର୍‌ ଏବଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ପାଇଁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସ୍ବାଇଁଙ୍କୁ ବ୍ଲକ କାର୍ଯ୍ୟାଳୟରୁ ଛତ୍ରପୁର ସ୍ଥିତ ଜିଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଫେବୃୟାରୀ ୨୩ ତାରିଖ ପତ୍ର ସଂଖ୍ୟା ୫୭୨୯ ଅନୁଯାୟୀ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ରାଜ୍ୟ ଭିବିଜି – ରାମ ଜି ଯୋଜନା କାର୍ଯ୍ୟ ତଦାରଖ କରୁଥିବା ଜଣେ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ ସହ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ସାନଖେମୁଣ୍ଡି ବ୍ଲକ ବିଭିନ୍ନ ପଞ୍ଚାୟତ ଅଧୀନ ଗାଁମାନଙ୍କରେ ଭିବିଜି – ରାମ ଜି ଯୋଜନାରେ ସମ୍ପାଦିତ ପ୍ରାୟ ୩୮ରୁ ଊଦ୍ଧର୍‌ବ ବିଭିନ୍ନ ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଅନେକ କାର୍ଯ୍ୟରେ ଅନିୟମିତତା, ପ୍ରକ୍ରିୟାଗତ ଉଲ୍ଲଂଘନ, ଆର୍ଥିକ ଦୁରୂପଯୋଗ ଏବଂ ରେକର୍ଡଗୁଡ଼ିକର ପଦ୍ଧତିଗତ ହେର୍‌ଫେର୍‌ ନେଇ ତଦନ୍ତକାରୀ ଟିମ ଅବଗତ ହୋଇଥିଲେ।

କାର୍ଯ୍ୟ ସମ୍ପାଦନରେ ବଡ଼ଧରଣର ଆର୍ଥିକ ଅନିୟମିତତା ହୋଇଥିବାବେଳେ ଆଦୌ କାର୍ଯ୍ୟ ସମ୍ପାଦନ ନକରି ଅଧିକ ଏବଂ ଅନୁଚିତ ମଜୁରୀ ପ୍ରଦାନ କରାଯାଇଛି। ମାପ ପୁସ୍ତକରେ ରେକର୍ଡ କରାନଯାଇ ଆବଶ୍ୟକୀୟ ଡକ୍ୟୁମେଣ୍ଟେଶନ ରକ୍ଷଣାବେକ୍ଷଣ ନ କରି ଦେୟ ପ୍ରଦାନ କରାଯାଇଥିବା ଦୃଷ୍ଟି ଗୋଚର ହୋଇଥିଲା। ଅନେକ କ୍ଷେତ୍ରରେ ମଷ୍ଟର ରୋଲ ସ୍ବକ୍ଷରହୀନ, ମାଟି କାମ ସମ୍ପାଦନ ସମ୍ଭବ ନଥିବାବେଳେ ଯେପରିକି ବର୍ଷା ଋତୁରେ ଯେତେବେଳେ ପୋଖରୀ ଗୁଡ଼ିକ ପାଣିରେ ପୂର୍ଣ୍ଣ ଥିଲା ସେହି ସମୟରେ ମାଷ୍ଟର ରୋଲ ସୃଷ୍ଟି ହୋଇଥିବା ଦେଖାଯାଇଥିଲା। ତଦନ୍ତକାରୀ ଟିମ ପ୍ରାଥମିକ ପର୍ଯ୍ୟାୟରେ ବ୍ଲକର ସମସ୍ତ ନଥି ପତ୍ର ଯାଞ୍ଚ କରିଥିବା ବେଳେ ୪ ଟି ପଞ୍ଚାୟତର ୩୮ ପ୍ରକଳ୍ପରେ ବ୍ୟାପକ ଜାଲିଆତି କରି ସରକାରୀ ଟଙ୍କା ହେର୍‌ଫେର୍‌ ହୋଇଥିବା ନେଇ ଦର୍ଶାଇଥିଲେ। ପାଟପୁର ପଞ୍ଚାୟତରେ ବିଶ୍ୱାସରାୟ ପୋଖରୀ ,ଗାଁ ପୋଖରୀ,ହାଇସ୍କୁଲ ପୋଖରୀ ନାମରେ ୩ ଥର ଭିବିଜି – ରାମ ଜି ଯୋଜନାରେ ଅର୍ଥରାଶି ବ୍ୟୟ କରାଯାଇଥିବା ବେଳେ ପୁଣିଥରେ ଉକ୍ତ ପୋଖରୀ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅଧୀନରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ପାଟପୁର ୱାଟର ଟ୍ୟାଙ୍କରୁ ଲୋକନାଥ ମନ୍ଦିର ଯାଏ ମେଟାଲ ମୋରମ ରାସ୍ତାରେ ଜଣେ ପଥଚାରୀ ଚାଲିଯିବା ସମ୍ଭବ ନୁହଁ ସେଠାରେ ରାସ୍ତା ନାଁ ରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡିଛି। ସେହିପରି ଗୌତମୀ ପଞ୍ଚାୟତ ଅଧିନ ଗୋଟିଏ ପୋଖରୀ କୁ ୭ ଥର ଯଥା ସୋସାଇଟି ପୋଖରୀ,ଗୌତମୀ ଗାଁ ବଡ ପୋଖରୀ ,ପଞ୍ଚାୟତ ପୋଖରୀ, ୱାଟର ଟ୍ୟାଙ୍କ ପୋଖରୀ, ଗୋଲା ସାହି ପୋଖରୀ, ତାରିଣୀ ମନ୍ଦିର ପୋଖରୀ, ୟୁପି ସ୍କୁଲ ପୋଖରୀ ମରାମତି ଓ ରକ୍ଷଣାବେକ୍ଷଣ ନାଁରେ ଏକାଧିକ ଥର ଲକ୍ଷ ଲକ୍ଷ ଟଙ୍କା ଉଠାଣ କରାଯାଇଛି।

ସାନଖେମୁଣ୍ଡି ବ୍ଲକ ଅଧୀନ ୨୬ ପଞ୍ଚାୟତର ଏରେନଡ୍ରା, ମୌଳାଭଞ୍ଜା , ଗଙ୍ଗାପୁର, ପଟିଗୁଡ଼ା,କଉଡ଼ିଆ , ଜିଉରା ସିଙ୍ଗିପୁର ,ଛଣମେରୀ, କଙ୍କୋରଡା, ସହ ବିଭିନ୍ନ ପଞ୍ଚାୟତ ର ଭିବିଜି – ରାମଜି ଯୋଜନାରେ ନିର୍ମାଣ କାର୍ଯ୍ୟ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୩ କୋଟି ୪୪ ଲକ୍ଷ ଟଙ୍କାର ମ୍ୟାଟେରିଲ ଅର୍ଥ ପୈଠ ପାଇଁ ବ୍ଲକ ପକ୍ଷରୁ ବୁକିଂ କରାଯାଇଥିବା ବେଳେ ଅନେକ ପଞ୍ଚାୟତରେ ଗୋଟିଏ କାମକୁ ଦୁଇ ଥର ବିଲ ନେଇ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୋଟିସ ଜାରି ହେବାର ୧୫ ଦିନ ମଧ୍ୟରେ ସାନଖେମୁଣ୍ଡି ବିଡ଼ିଓ ସନ୍ତୋଷଜନକ ଉତ୍ତର ନ ରଖିପାରିଲେ ସରକାରୀ ଅର୍ଥ ହେର୍‌ଫେର୍‌ ଅଭିଯୋଗରେ ବିଭାଗ ପକ୍ଷରୁ ଆଇନଗତ ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଧିକାରୀଙ୍କ ନିକଟରୁ ସରକାରୀ ଅର୍ଥ ଅସୁଲ କରାଯିବ। ତାହା ସହ ଅଧିକାରୀଙ୍କ ବିରୁଦ୍ଧରେ ଫୈଜଦାରୀ ମକଦ୍ଦମା କରାଯିବା ନେଇ ଚିଠିରେ ଉଲ୍ଲେଖ ରହିଥିଲା। ୩୮ ଟି ପ୍ରକଳ୍ପ ର କୌଣସି ଭେଣ୍ଡରଙ୍କୁ ପ୍ରାପ୍ୟ ଦିଆଯାଇନାହିଁ।ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ସମଗ୍ର ଗଞ୍ଜାମ ଜିଲାରେ ଭିବିଜି – ରାମ ଜି ଯୋଜନାରେ ୭୦ ପ୍ରତିଶତ ସଫଳତା ମିଳିଥିବା ବେଳେ ସାନଖେମୁଣ୍ଡି ବ୍ଲକରେ ଯୋଜନା ୧୧୮ ପ୍ରତିଶତ ସଫଳତା ପାଇବା ସହ ୭୭ ପ୍ରତିଶତ ଆର୍ଥିକ ସଫଳତା ରିପୋର୍ଟ ପ୍ରକାଶ ପରେ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ ବିସ୍ମିତ କରିଥିଲା। ପରେ ଏନେଇ ପ୍ରଶାସନ ପକ୍ଷରୁ ଗୁପ୍ତରେ ତଦନ୍ତ କରାଯାଇଥିଲା। ଗତ ୨୦୨୩ ଅକ୍ଟୋବର ରେ ସାନଖେମୁଣ୍ଡି ବ୍ଲକରେ ବିଡ଼ିଓ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ତାଙ୍କ ପୂର୍ବରୁ ୨୦୨୨-୨୩,୨୦୨୩-୨୪ ଆର୍ଥିକ ବର୍ଷର କିଛି ପୁରୁଣା କାମ ୨୦୨୫-୨୬ ରେ କରାଯାଇଥିବାରୁ କାମ ପ୍ରତିଶତ ବଢ଼ିଯାଇଥିବା ଜଣାପଡ଼ିଛି। ବିଡ଼ିଓଙ୍କ ଦସ୍ତଖତରେ କୌଣସି ପେମେଣ୍ଟ କରାଯାଇନଥିବା କାରଣରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନର ଭୟ ନଥିବା ଜଣାପଡିଛି।

ଭିବିଜି – ରାମ ଜି ଯୋଜନାରେ କୋଟି କୋଟି ଟଙ୍କା ହେର୍‌ଫେର୍‌ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ଏବଂ ୫ମ ଏସ.ଏଫ.ସି ଓ ଜି.ଆଇ.ଏ ଯୋଜନା ଅଧୀନରେ ସାନଖେମୁଣ୍ଡି ବ୍ଲକର ଗୋଟିଏ ନିର୍ଦ୍ଦିଷ୍ଟ ପଞ୍ଚାୟତ ଏସ.ଗୋପାଳପୁର ପଞ୍ଚାୟତରେ ୨୦୨୫-୨୬ ଆର୍ଥିକ ବର୍ଷରେ ଗୋଟିଏ କାର୍ଯ୍ୟକୁ ବାରମ୍ବାର ନାମ ପରିବର୍ତ୍ତନ କରି ୧ କୋଟି ୩୩ ଲକ୍ଷ ଟଙ୍କା ବିନା କୌଣସି ସମିତି ବୈଠକରେ ବ୍ୟୟ ଅଟକଳ ମଞ୍ଜୁର କରାଯିବା ଘଟଣା ସାନଖେମୁଣ୍ଡି ବ୍ଲକ ପ୍ରଶାସନର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ବୋଲି ବହୁ ସଂଖ୍ୟକ ସରପଞ୍ଚ ଓ ସମିତି ସଭ୍ୟ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅପରପକ୍ଷରେ ବିଡ଼ିଓଙ୍କୁ ଏନେଇ ଯୋଗାଯୋଗ କରିବାରୁ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିବା ସହ ସେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇ ସାରିଥିବା ଉଲ୍ଲେଖ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?