ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ ସ୍ଥାନୀୟ ନିରୀହ ଆଦିବାସୀଙ୍କ ଉପରେ ଚାଲିଥିବା ପ୍ରଶାସନିକ ଦମନ ଲୀଳା ଏବେ ଚରମସୀମାରେ ପହଞ୍ଚିଛି। କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଏବଂ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଏହି ପ୍ରସଙ୍ଗରେ ଦିଲ୍ଲୀ ଦରବାରରେ ସ୍ବର ଉତ୍ତୋଳନ କରିଥିବାବେଳେ ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ସିଜିମାଳି ଅଞ୍ଚଳରେ ଚାଲିଥିବା ଅଶାନ୍ତିକୁ ନେଇ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସିଜିମାଲି ପାହାଡ଼ ସେଠାକାର ଆଦିବାସୀଙ୍କ ସାଂସ୍କୃତିକ ପରିଚୟ ଓ ଜୀବନଜୀବିକାର ଆଧାର ହୋଇଥିବାରୁ ସେମାନଙ୍କ ସମ୍ମତି ବିନା କୌଣସି ପ୍ରକଳ୍ପକୁ ଆଗକୁ ବଢ଼ାଯିବା ଅନୁଚିତ ବୋଲି ସେ ଦର୍ଶାଇଛନ୍ତି। ବିଶେଷ କରି ପରିବେଶ ମଞ୍ଜୁରୀର ପୁନଃସମୀକ୍ଷା, ଗ୍ରାମସଭା ସମ୍ମତିର ସତ୍ୟାସତ୍ୟ ଯାଞ୍ଚ ଏବଂ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସେ କଡ଼ା ଦାବି କରିଛନ୍ତି।

କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସହ ପ୍ରଭାବିତ ଗ୍ରାମଗୁଡ଼ିକ ପରିଦର୍ଶନ କରି ପ୍ରଶାସନର କଳା କାରନାମା ପଦାରେ ପକାଇଛନ୍ତି। ୨୦୨୩ ଡିସେମ୍ବର ମାସରେ ହୋଇଥିବା ୮ଟି ଗ୍ରାମସଭା ଜାଲ ଏବଂ କପୋଳକଳ୍ପିତ ବୋଲି ସେ ପ୍ରେସ ବିବୃତ୍ତିରେ ଅଭିଯୋଗ କରିଛନ୍ତି। ଏଥିସହିତ ଗତ ୬ ଅପ୍ରିଲ ବିଳମ୍ବିତ ରାତି ୩ଟାରେ ପୋଲିସ ବିଦ୍ୟୁତ କାଟି ଗ୍ରାମବାସୀଙ୍କ ଉପରେ ଯେଉଁ ବର୍ବର ଆକ୍ରମଣ କରିଛି, ତାହାକୁ ସେ ତୀବ୍ର ନିନ୍ଦା କରିଛନ୍ତି।

ଅପରପକ୍ଷରେ, ବିଜେଡି ଏମ୍‌ପି ସସ୍ମିତ ପାତ୍ର ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ (NCST) ନିକଟରେ ମାମଲା ରୁଜୁ କରି ଆଦିବାସୀଙ୍କ ଉପରେ ଚାଲିଥିବା ଅତ୍ୟାଚାରର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି, ଯାହା ଫଳରେ କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି।

ସିଜିମାଳିରୁ ଆସୁଥିବା ଖବର ଅନୁଯାୟୀ, କମ୍ପାନୀ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ୪୦ରୁ ଅଧିକ ଆନ୍ଦୋଳନକାରୀ ପୋଲିସ ଲାଠି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ନିରୀହ ଆଦିବାସୀଙ୍କୁ ଜୋରଜବରଦସ୍ତ ଗିରଫ କରୁଥିବାବେଳେ ହଜାର ହଜାର ଲୋକ ନିଜର ଭିଟାମାଟି ରକ୍ଷା ପାଇଁ ଦିନରାତି ପାହାଡ଼ ଜଗି ରହିଛନ୍ତି। ସ୍ଥାନୀୟ ମହିଳାମାନେ ମଧ୍ୟ ପୋଲିସର ‘ଦମନ ଲୀଳା’ ଶିକାର ହେଉଥିବା ଚିତ୍ର ସାମ୍ନାକୁ ଆସିଛି। ପାହାଡ଼ର ଗ୍ରାମବାସୀଙ୍କ ଗୋଟିଏ ଜିଦ- “ଆମ ଜୀବନ ଯିବ ପଛେ ଜିତାମାଟି ଛାଡ଼ିବୁ ନାହିଁ”। ନିୟମଗିରି ଢାଞ୍ଚାରେ ସିଜିମାଲିରେ ମଧ୍ୟ ଏକ ସ୍ବଚ୍ଛ ଗ୍ରାମସଭା ପ୍ରକ୍ରିୟା ଏବଂ ନିରୀହ ଲୋକଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ପାଇଁ ସର୍ବଦଳୀୟ ଏମ୍‌ପିମାନେ ଏକଜୁଟ ହେବା ସିଜିମାଲି ଆନ୍ଦୋଳନକୁ ଏକ ନୂଆମୋଡ଼ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?