ହର୍ମୁଜ୍‌ରେ ଅଚଳାବସ୍ଥା, ପାକ୍‌ରେ ଶାନ୍ତି ପ୍ରସ୍ତୁତି

ଦୁବାଇ/ଓ୍ବାଶିଂଟନ୍‌/ଇସ୍‌ଲାମାବାଦ,୨୦ା୪(ଏ.ପି./ରଏଟର୍ସ): ଆମେରିକା-ଇରାନ୍‌ ଅସ୍ତ୍ରବିରତି ଅବଧି ଶେଷ ହେବାକୁ ବସିଲାଣି। ତେଣୁ ଇସ୍‌ଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆଲୋଚନା କେବେ ହେବ ସେନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ଶେଷ ପାଇଁ ଚୂଡ଼ାନ୍ତ ଚୁକ୍ତି ଲାଗି ପାକିସ୍ତାନର କୂଟନୈତିକ ପ୍ରୟାସ ଜାରି ରହିଛି। ଏପ୍ରିଲ ୧୫ରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ସାଉଦି ଆରବ ପରେ କାତାର ଓ ତୁର୍କୀ ଗସ୍ତ କରିଥିବାବେଳେ ଚିଫ୍‌ ଅଫ୍‌ ଡିଫେନ୍ସ ଫୋର୍ସେସ୍‌ (ସିଡିଏଫ୍‌) ଫିଲ୍ଡ ମାର୍ଶାଲ ଆସିମ ମୁନିର ଇରାନ୍‌ରେ ୩ ଦିନ ଅବସ୍ଥାନ କରିଥିଲେ। ଆମେରିକା-ଇରାନ୍‌ ଯୁଦ୍ଧର ସ୍ଥାୟୀ ସମାଧାନ ଥିଲା ଉଭୟ ଶରିଫ୍‌ ଓ ମୁନିରଙ୍କ ଗସ୍ତର ଉଦ୍ଦେଶ୍ୟ। ଉଭୟେ ଫେରିବା ପରେ ପାକିସ୍ତାନ ମଧ୍ୟସ୍ଥତାରେ ପୁଣି ହେବାକୁ ଥିବା ଶାନ୍ତି ଆଲୋଚନା ଉପରେ ବିଶ୍ୱ ସମୁଦାୟର ଧ୍ୟାନ କେନ୍ଦ୍ରୀଭୂତ ହୋଇଛି।
ଇସ୍‌ଲାମାବାଦରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିଦେଶୀ ପ୍ରତିନିଧିଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇସ୍‌ଲାମାବାଦରେ ସମ୍ଭାବ୍ୟ ଆଲୋଚନା ପୂର୍ବରୁ ରାଜଧାନୀ ସଂଲଗ୍ନ ସାମରିକ ସହର ରାଓ୍ବଲପିଣ୍ଡିରେ ସୁରକ୍ଷା ପାଇଁ ୬୦୦ ଚେକ୍‌ପଏଣ୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ୧୦,୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ନୁର୍‌ ଖାନ୍‌ ଏୟାରବେସ୍‌ ଓ ଇସ୍‌ଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଆଖପାଖ ସମ୍ବେଦନଶୀଳ ଅଞ୍ଚଳକୁ ରବିବାର ମଧ୍ୟରାତ୍ରିରୁ ବନ୍ଦ ଘୋଷଣା କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌ ସହ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ପାକିସ୍ତାନ ଯାଇପାରନ୍ତି ବୋଲି ପୂର୍ବରୁ କହିଥିବାରୁ ରାଓ୍ବଲପିଣ୍ଡି ସାମରିକ ଅଧିକାରୀମାନେ ନିରାପତ୍ତା କ୍ଷେତ୍ରରେ କୌଣସି ତ୍ରୁଟିବିଚ୍ୟୁତି ଘଟିବାକୁ ଦେବେ ନାହିଁ। ଏପରି କି ରାଓ୍ବଲପିଣ୍ଡି ଆକାଶରେ ଡ୍ରୋନ୍‌ ଉଡ଼ାଣ ଏବଂ ଏରିଅଲ ଫାୟାରିଂ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଭାରି ପରିବହନ ଓ ସାଧାରଣ ପରିବହନକୁ ଅନ୍ୟାଦେଶ ଜାରି ହେବା ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ଇସ୍‌ଲାମାବାଦ ଜିଲା କମିଶନର Xରେ ସୂଚନା ଦେଇଛନ୍ତି। ରାଓ୍ବଲପିଣ୍ଡିରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଭୟ ସହରର ଉଚ୍ଚଶିକ୍ଷାନୁ୍‌ଷ୍ଠାନ ଓ ୟୁନିଭର୍ସିଟିଗୁଡ଼ିକୁ ଛୁଟି କରାଯାଇଛି। ଏପରି କି ଆମେରିକା-ଇରାନ୍‌ ଆଲୋଚନା ପୂର୍ବରୁ ପରୀକ୍ଷାଗୁଡ଼ିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ସନ୍ଧ୍ୟାରେ ଇସ୍‌ଲାମାବାଦରେ ପହଞ୍ଚତ୍ବେ ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ରାଓ୍ବଲପିଣ୍ଡି ସିଟି ପୋଲିସ ଅଫିସର ସୟେଦ ଖାଲିଦ୍‌ ମେହମୁଦ୍‌ ହମ୍‌ଦାନି ଫୁଲ୍‌ପ୍ରୁଫ୍‌ ସିକ୍ୟୁରିଟି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri