ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ ଏକ ଝଟକା ଭାବେ ଲାଗିବା କଥା। ଦେଶ ଭିତରେ ଗଣମାଧ୍ୟମ ଦ୍ୱାରା ଅସତ୍ୟ ପ୍ରଚାର କରାଇ ଏକ ଧାରଣା ସୃଷ୍ଟି କରାଯିବାର ଉଦ୍ୟମ ଚାଲୁ ରହିଛି, ଯେଉଁଥିରେ କୁହାଯାଉଛି ଯେ, ଇରାନ୍‌ ସହିତ ଭାରତର ସୁସମ୍ପର୍କ ଏବେ ମଧ୍ୟ ବଳବତ୍ତର ରହିଛି। ତେବେ ଏହି ସ୍ତମ୍ଭରେ ପୂର୍ବରୁ ଲେଖିଛେ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ମାନିବାକୁ ଯାଇ ଭାରତ ଯେଉଁଭଳି ଚବାହାର ବନ୍ଦର ଦାୟିତ୍ୱରୁ ହଠାତ୍‌ ଓହରିଗଲା, ତାହା ଇରାନ୍‌ ସରକାର ମନରେ ବଡ଼ ଆଘାତ ଲଗାଇଥିବ। ସାଧାରଣରେ ଏହିଭଳି ବଡ଼ ଧରଣର ଭିତ୍ତିଭୂମି ନିର୍ମାଣ କରିବାର ଦାୟିତ୍ୱ ନେଇଥିବା ଦେଶ ଓହରି ଯାଆନ୍ତି ନାହିଁ। ଯଦି ବିନା କାରଣରେ ଓହରି ଯିବେ ତେବେ ଦୁଇ ଦେଶ ମଧ୍ୟରେ ସେ ଯେକୌଣସି ଦେଶ ହୋଇଥାଉ, ସମ୍ପର୍କ ବିଗିଡ଼ିଯିବା ସ୍ବାଭାବିକ। ତେଣୁ ଭାରତ ସାଙ୍ଗରେ ଏବେ ଇରାନ୍‌ ବନ୍ଧୁତ୍ୱ ନିଶ୍ଚିତଭାବେ ମାଡ଼ ଖାଇଛି।
ଭାରତର ଦୁଇ ପଡ଼ୋଶୀ, ପାକିସ୍ତାନ ଓ ଚାଇନା, ଇରାନ୍‌ ଯୁଦ୍ଧରୁ ଲାଭବାନ୍‌ ହୋଇଛନ୍ତି। ଚାଇନା ଯେଉଁଭଳି ବିରାଟକାୟ ପତାକା ଉଡ଼ାଇ ତାହାର ତୈଳବାହୀ ଜାହାଜ ହର୍ମୁଜ ଜଳପଥ ଦେଇ ଯିବାଆସିବା କରାଉଛି, ଅନ୍ୟ କୌଣସି ଦେଶ ସେଭଳି ଶକ୍ତି ପ୍ରଦର୍ଶନ କରିବାରେ ଅସମର୍ଥ। ଅବଶ୍ୟ ସେଇ ପାଖାପାଖି ଅଞ୍ଚଳରେ ଚାଇନାର ୪୮ତମ ନୌଭେଳା ଉପସ୍ଥିତ ଅଛି। ଦରକାର ପଡ଼ିଲେ କାମରେ ଲାଗିବ। ଅନ୍ୟପଟେ ଆମେରିକା ନୌସେନାର ଜାହାଜ ହର୍ମୁଜ ପାଖରେ ଗଦା ହୋଇ ରହିଛନ୍ତି। ଏତେ ଶକ୍ତିଶାଳୀ ହୋଇଥିବା ସତ୍ତ୍ୱେ ଆମେରିକା କୌଣସିଭାବେ ଚାଇନା ପତାକା ଉଡ଼ାଯାଉଥିବା ଜାହାଜକୁ ରୋକି ପାରୁନାହିଁ। ଗୋଟେପଟେ ଭାରତର ପଡ଼ୋଶୀ ଚାଇନାର ବଳ ପ୍ରଦର୍ଶନ ହେଉଥିବା ବେଳେ ଅନ୍ୟପଟେ ସମଗ୍ର ବିଶ୍ୱ ଦେଖିଲା ପାକିସ୍ତାନର କୂଟନୈତିକ ସଫଳତା। ଉଭୟ ଇରାନ୍‌ ଓ ଆମେରିକାକୁ ଗୋଟିଏ ଟେବୁଲରେ ବସାଇବାର ଶକ୍ତି କେବଳ ଇସ୍‌ଲାମାବାଦର ଅଛି ବୋଲି ପ୍ରମାଣିତ ହୋଇଗଲା। ଅବଶ୍ୟ ଭାରତକୁ ଦେଖିଲେ କହିହେବ ଯେ, କେତୋଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ଭୋଟ ମାଡ଼ି ଆସୁଥିଲା। ମନେରଖିବାକୁ ହେବ ଯେ, ଭାରତୀୟ ନେତାଙ୍କ ପାଇଁ ଭୋଟରେ ଜିତିବା ସବୁବେଳେ ସର୍ବଉପରେ ରହିଥାଏ। ଭାରତରେ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନ୍ୟ କିଛି ହେବା ଅସମ୍ଭବ। ଅନ୍ୟ ଦେଶରେ ବିଶ୍ୱ କଥା ଚିନ୍ତା କରାଯାଇ ସମୟ ବ୍ୟର୍ଥ କରୁଥିବା ନେତାମାନେ ଭାରତୀୟ ନେତାମାନଙ୍କର ଚିନ୍ତାଧାରା ବୁଝିବା ପାଇଁ ଆହୁରି ଅନେକ ଶତାବ୍ଦୀ ଲାଗିଯାଇ ପାରେ। ସବୁବେଳେ ଭୋଟ ପରେ ଭାରତରେ ଦରଦାମ୍‌ ବୃଦ୍ଧି ପାଇଲେ ନାଗରିକଙ୍କର ମଧ୍ୟ ଚିନ୍ତା ରହେନାହିଁ। ତେଣୁ ଭାରତର ବିଶ୍ୱ ସ୍ତରରେ ଗୌଣ ହୋଇଯାଉଥିବା ଗୁରୁତ୍ୱ ହୁଏତ ଆମ ସମସ୍ତଙ୍କୁ ଏକ ସକାରାତ୍ମକ ଶିକ୍ଷା ଭବିଷ୍ୟତରେ ଦେଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri