Odisha Elections 2024

ଭାସିଗଲା କଂଗ୍ରା-ଦୁଖୁଗୁଡା କଲଭର୍ଟ

ତେନ୍ତୁଳିଖୁଣ୍ଟି, ୧୭।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଲଗାଣ ବର୍ଷା ରେ ବ୍ୟାପକ କ୍ଷୟ କ୍ଷତି ଘଟିଛି। କେଉଁଠି ରାସ୍ତା ଧୋଇ ହୋଇ ଯାଇଛି ତ କେଉଁଠି ଗରିବଙ୍କ ବାସ ଗୃହ ଭୁଶୁଡିଛି। କ୍ଷୟକ୍ଷତିର ଆକଳନ ରାଜସ୍ବ ବିଭାଗ ସର୍କଲ ବାରି ତଦନ୍ତ ଜାରି ରଖିଛି। ଏହା ମଧ୍ୟରେ ମଙ୍ଗଳବାର କଂଙ୍ଗ୍ରା ଓ ଦୁଖୁଗୁଡାକୁ ସଂଯୋଗ କରୁଥିବା କର୍ଲଭଟ୍ଟ ଭାସି ଯାଇଛି। ଦୁଖୁଗୁଡ଼ାବାସୀଙ୍କୁ ଅଧିକ ରାସ୍ତା ଅତିକ୍ରମ କରି ପଞ୍ଚାୟତକୁ ଯିବାକୁ ପଡ଼ିବ। ଏହି କଲଭର୍ଟ ୨୦୧୮ରେ ନିର୍ମିତ ହୋଇଥିଲା। ପାତ୍ରପୁଟ ସମିତି ସଭ୍ୟ ତଥା ଜିଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଏଠାରେ କଲଭର୍ଟ ନିର୍ମାଣ କରିବାକୁ ଦାବି କରିଛନ୍ତି।
ବର୍ଷାରେ ଭୁଶୁଡ଼ିଲା ଘର
ଡାବୁଗାଁ,(ଡି.ଏନ୍‌.ଏ.)
ଲଘୁଚାପ ଜନିତ ବର୍ଷା ପ୍ରଭାବରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଭେଲୁଆଗୁଡା ଗ୍ରାମର ପର୍ଶୁରାମ ହରିଜନଙ୍କ ଘର ରବିବାର ରାତିରେ ଭୁଶୁଡି ପଡିଛି॥ ଡ୍ରେନ ସୁବିଧା ନଥିବାରୁ ଘର ଚାରିପଟେ ବର୍ଷା ପାଣି ଜମି ରହିଛି। ପୂର୍ବରୁ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟରେରେ ପକ୍କା ଘର ପାଇଁ ବାରମ୍ବାର ଦରଖାସ୍ତ ଦେଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିନାହିଁ ବୋଲି ପର୍ଶୁରାମ କହିଛନ୍ତି। ସୋମବାର ସା ସୁଦ୍ଧା ତହସିଲ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚତ୍ ନାହାନ୍ତି। ପର୍ଶୁରାମଙ୍କୁ ଶୀଘ୍ର ସହାୟତା ଦେବାକୁ ଦାବି ହୋଇଛି।
ଭାଙ୍ଗିଲା ମେଣ୍ଟ୍ରି ପଞ୍ଚାୟତ ଅଫିସ ପାଇଖାନା ଗୃହ
ନନ୍ଦାହାଣ୍ଡି,(ଡି.ଏନ୍‌.ଏ.)
୨୦୨୦ -୨୧ ଆର୍ଥିକ ବର୍ଷରେ ଏକ ଲକ୍ଷ ଟଙ୍କା ବ୍ୟୟରେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ତିଆରି ହୋଇଥିବା ପାଇଖାନା ଗୃହ ରବିବାର ଭୁଶୁଡି ପଡିଛି। ବର୍ଷା ପାଣି ଜମି ଯିବାରୁ କାନ୍ଥ ଦବି ଯାଇ ପାଇଖାନା ଘର ଭାଙ୍ଗି ଯାଇଛି ବୋଲି ମେଣ୍ଟ୍ରୀ ପିଇଓ କହିଛନ୍ତି। ଏଠାରେ ନିମ୍ନମାନର କାମ ହୋଇଥିଲା। ଠିକାଦାର, ଇଂଜିନିୟର ଏବଂ ଉପରିସ୍ଥ ଅଧିକାରୀ ଏଥିପାଇଁ ଦାୟୀ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ନେଇ ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀମାନେ ଗୁରୁତ୍ୱ ଦେଉନଥିବାରୁ ସରକାରଙ୍କ ଯୋଜନା ବିଫଳ ହେଉଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଏ ନେଇ ନନ୍ଦାହାଣ୍ଡି ଭାରାପ୍ରାପ୍ତ ବିଡିଓଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜାଣି ନ ଥିବା ସେ କହିଛନ୍ତି। ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଉମରକୋଟ(ସ୍ବ.ପ୍ର.)
ଲଗାଣ ବର୍ଷାରେ ଉମରକୋଟ ପୌର ପରିଷଦ ୬ ନଂ ୱାର୍ଡ ର ରାଜାମୁଣ୍ଡା ଗ୍ରାମରେ ଏକ ଘର ଭୁଶୁଡି ପଡିଛି। ଘର ଭୁଶୁଡ଼ି ପଡ଼ିବାରୁ ଦୈତାରୀ ଗଣ୍ଡଙ୍କ ପରିବାର ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଛନ୍ତି। ପ୍ରକାଶଯେ, ୧୪ ତାରିଖ ରାତିରେ ପ୍ରବଳ ବର୍ଷା ଯୋଗୁ ଦୈତାରି ଗଣ୍ଡ ଓ ଭଗତ୍ ସମରଥଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ତେବେ ଦୈତାରି ଗଣ୍ଡ ଙ୍କ ଘର ଭାଙ୍ଗିଯିବା ଫଳରେ ତାଙ୍କ ପରିବାର ମାଟି ଭିତରେ ଚାପି ହୋଇଯାଇଥିଲେ। ଘର ଭାଙ୍ଗିବା ଶବ୍ଦ ଶୁଣି ଗାଁ ଲୋକେ ସେଠାରେ ପହଞ୍ଚତ୍ ଦୈତାରି ଓ ତାଙ୍କ ପରିବାରକୁ ଉଦ୍ଧାର କରିଥିଲେ। ସକାଳେ ଭାଜପା ଯୁବ ନେତା ସୁଦେବ ନନ୍ଦୀ ଘଟଣା ସ୍ଥଳରେ ପହଞ୍ଚି ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ଯୋଗା ଯୋଗ କରି ପଲିଥିନ ବ୍ୟବସ୍ଥା କରିଥିଲେ।
ଭାଙ୍ଗିଗଲା ଘର, ସହାୟତା ଦାବି
ଦୁର୍ଗୀ,(ଡି.ଏନ୍‌.ଏ.)
ଲଘୁଚାପ ଜନିତ ବର୍ଷା ଯୋଗୁ ଦୁର୍ଗୀ ପଞ୍ଚାୟତର ଭିବିନ୍ନ ଗ୍ରାମରେ ମାଟି ଘର ରହୁ ଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି। ୩ ଦିନ ହେବ ଅବିରତ ବର୍ଷା ଯୋଗୁ ବଙ୍ଗଲା କୋଲନି ରାମାରାଓ ପ୍ରାସ୍କାଙ୍କ ଘର କାନ୍ତ ଭୁଶୁଡ଼ି ପଡ଼ିଛି। ଘରେ କେହି ନ ଥିବାରୁ ଏକ ବଡ଼ ବିପଦ ଟଳି ଯାଇଛି। ସେହି ପରି ହଜାରୀଡାଙ୍ଗର ପବିତ୍ର କୁମୁରୁକାଙ୍କ ଘର ମଧ୍ୟ ଭୁଶୁଡି ପଡିଛି। ସହାୟତା ଦେବାକୁ ସ୍ଥାନୀୟ ଲୋକେ ରାଜସ୍ବ ନିରୀକ୍ଷକଙ୍କୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri