ସଙ୍କୁଚିତ ହେଉଛି ସରକାରୀ ଜମି

ଯାଜପୁର ଅଫିସ,୨୫ା୭: ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ଯାଜପୁର ଜିଲା ପ୍ରଶାସନର ନୀତି ଅସ୍ପଷ୍ଟ ଓ ବିଚିତ୍ର। କେତେକ ସ୍ଥାନରେ ଜବରଦଖଲ ଯୋଗୁ ସରକାରୀ ଶିକ୍ଷାନୁଷ୍ଠାନ ପରିସର ସଙ୍କୁଚିତ ହୋଇ ତାହା ଅସାମାଜିକ ଲୋକଙ୍କ କବଜାକୁ ଚାଲିଯାଉଛି। ଆଉ କେଉଁଠି କେତେକ ଅସାଧୁ ଅଧିକାରୀଙ୍କ ନିଜସ୍ବ ସ୍ବାର୍ଥ ସାଧନ ପାଇଁ ବହୁ ମୂଲ୍ୟବାନ ସରକାରୀ ଜମିକୁ ସହରର ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସିଛନ୍ତି। ଜିଲା ରାଜସ୍ବ ବିଭାଗ ଏବଂ ପୌର ପ୍ରଶାସନର ଚରମ ନିଷ୍କ୍ରିୟତାର ସୁଯୋଗ ନେଇ ଜବରଦଖଲ ଜିଲାକୁ ଗ୍ରାସ କରି ଚାଲିଛି। ଏହି ବେଆଇନ କାର୍ଯ୍ୟ ସ୍ଥାନୀୟ ରାଜସ୍ବ ବିଭାଗ ଜାଣତରେ ଚାଲିଛି। ବିବାଦୀୟ ପରିସ୍ଥିତି କିମ୍ବା ଅଭିଯୋଗ ହେଲେ ଉଚ୍ଛେଦ ପାଇଁ ପ୍ରଶାସନ ତରଫରୁ ତପତ୍ରତା ପ୍ରକାଶ ପାଇଥାଏ। ନଚେତ୍‌ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନର କୌଣସି ନିଜସ୍ବ ଅଭିଯାନ ଆଜିଯାଏ ହୋଇନାହିଁ। ଫଳରେ ଜିଲାର ଦୁଇ ସହର ବ୍ୟାସନଗର ଏବଂ ଯାଜପୁର ପୌର ପରିଷଦର ଜଳନିଷ୍କାସନ ଓ ଟ୍ରାଫିକ ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ବ୍ୟାସନଗରର ଏନ୍‌ସି ହାଇସ୍କୁଲ ଜମିରେ କେତେକ ବସ୍ତି ଗଢ଼ିଉଠିଛି। ଫଳରେ ହାଇସ୍କୁଲ ପଡ଼ିଆ ସହ ସ୍କୁଲ ଗୃହ ବାଡ଼ ନିକଟ ଖୋଲା ଶୌଚାଳୟ ପାଲଟିଛି। ଏଠାରେ ଜାଗା ମିଶନରେ ଭୂମିହୀନଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାରେ ବିଫଳତା ଯୋଗୁ ସରକାରୀ ଜମି କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି।
ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ଦେବାକୁ ୨୦୧୭ରେ ଜାଗା ମିଶନ କାର୍ଯ୍ୟକାରୀ ହୋଇଥିଲା। ଏହିକ୍ରମରେ ରାଜ୍ୟରେ ପ୍ରାୟ ୭୦ ହଜାର ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଏବଂ ପ୍ରାୟ ୧ ଲକ୍ଷ ୫ ହଜାର ପରିବାରଙ୍କୁ ଜମି ହକଦାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜମି ଅଧିକାର ପ୍ରମାଣପତ୍ର ପାଇଥିବା ୭୦ ହଜାର ପରିବାରଙ୍କ ମଧ୍ୟରୁ ୪୫ ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ)ରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଥିପାଇଁ ୬୭୫ କୋଟି ଟଙ୍କା ବିନିଯୋଗ ହୋଇସାରିଛି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହେଲେ ଏହି ଯୋଜନା ଯାଜପୁର ଜିଲାର ୨ ପୌର ପରିଷଦରେ ସେତେଟା ସଫଳ ହୋଇପାରିନାହିଁ। ଯାଜପୁର ସହରରେ କେବଳ ୨୧ ପରିବାର ଏହି ଯୋଜନାରେ ଉପକୃତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଗୃହ ନିର୍ମାଣ ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଏହାସହ ରାସ୍ତା, ପାଣି, ବିଦ୍ୟୁତ ଓ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ବ୍ୟାସନଗରର ବିଭିନ୍ନ ବସ୍ତିରେ ଜାଗା ମିଶନ ଉପରେ କେବଳ ବୈଠକ କରି ଫଟୋଗୁଡିକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇ ବାହୁସ୍ଫୋଟ ମାରୁଥିବା ଦେଖିବାକୁ ମିଳିଛି। ଏଠାରେ ମୁଣ୍ଡୋମାଳ ବ୍ୟାସସରୋବର ରାସ୍ତା, ଏନ୍‌ସି ହାଇସ୍କୁଲ ପଛପଟ, କୁଷ୍ଠ କଲୋନୀ ଆଦି ଅଞ୍ଚଳକୁ ଉଦାହରଣ ଭାବେ ନିଆଯାଇପାରେ। ଜାଗା ମିଶନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏନ୍‌ସି ହାଇସ୍କୁଲର ପ୍ରାୟ ୧୭.୪୬ ଏକର ଜମିରୁ ଅଧିକାଂଶ ଜମି କେତେଜଣବ୍ୟକ୍ତିଙ୍କ କବଜାକୁ ଚାଲି ଯାଇଛି।
ଦ୍ରୁତ ଶିଳ୍ପାୟନ ଓ ବ୍ୟବସାୟିକ ଅଭିବୃଦ୍ଧି କାରଣରୁ ଜିଲାରେ ଜମିର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଚାଲିଛି। ତା’ ସାଙ୍ଗକୁ ବହିରାଗତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଏଠାରେ ଜମି ଅକ୍ତିଆର ପାଇଁ ପ୍ରତିଯୋଗିତା ଚାଲିଛି। ସରକାରୀ ଜମି ପ୍ରତି ଲୋଲୁପ ଦୃଷ୍ଟି ରଖୁଥିବା ପ୍ରତିପତ୍ତିଶାଳୀ ଓ ରାଜନୈତିକ ବ୍ୟକ୍ତିମାନେ ଅସାଧୁ ସରକାରୀ ଅଧିକାରୀଙ୍କୁ ହାତେଇ ଜବରଦଖଲ କରୁଛନ୍ତି। କେତେକ ସ୍ଥାନରେ ବେଆଇନ ଭାବରେ ଲିଜ୍‌ରେ ମଧ୍ୟ ଜମି ହାତେଇବାରେ ଏମାନେ ସକ୍ଷମ ହେଉଛନ୍ତି। ଜଳାଶୟଗୁଡିକୁ ପୋତି ବେଆଇନ କବଜା ମଧ୍ୟ କରିଗଲେଣି। ତହସିଲ ଅଫିସ ପକ୍ଷରୁ କେବଳ ଜବରଦଖଲ ମାମଲା ରୁଜୁ କରି ଚୁପ ହୋଇ ବସି ଯାଉଛନ୍ତି। ଏହି କେସ୍‌ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡ଼ିରହୁଛି। ଫଳରେ ଜିଲାରେ ସମୁଦାୟ ୩,୭୬୩ଟି ରାଜସ୍ବ ଜନିତ ମକଦ୍ଦମା ପଡ଼ିରହିଛି। ଏଥିରେ ୬୬୫.୮୧୭ ଏକର ସରକାରୀ ଜମି ଜବରଦଖଲରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri