ଅଟକିଲା ଜୀବନଯାତ୍ରା

ଢେଙ୍କାନାଳ ଅଫିସ, ୨୩।୭ ପାସେଞ୍ଜର ହଲ୍ଟରେ ଅଟକି ରହିଥିଲା ଟ୍ରେନ୍‌। ଜାତୀୟ ରାଜପଥ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ ସହସ୍ରାଧିକ ଯାନବାହନ। ବନ୍ଦ ରହିଥିଲା ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ। ଶିକ୍ଷାନୁଷ୍ଠାନରେ ଝୁଲୁଥିଲା ତାଲା। ରାତି ପାହିଲେ ଚଳଚଞ୍ଚଳ ହୋଇଉଠୁଥିବା ସହର ଜନଶୂନ୍ୟ ହୋଇଯାଇଥିବାବେଳେ ଛାଇ ଯାଇଥିଲା ନୀରବତା। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଜିଲା ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରାକୁ ସବୁସ୍ତରରୁ ବିପୁଳ ସମର୍ଥନ ମିଳିଥିବାବେଳେ ଠପ୍‌ ହୋଇଯାଇଥିଲା ସାଧାରଣ ଜୀବନଯାତ୍ରା।
କଟକ ଜିଲା ମଙ୍ଗୁଳି ଛକଠାରୁ ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଛି। ଠିକାସଂସ୍ଥା ଓହରିଯିବା ପରେ ଦୀର୍ଘଦିନ ହେଲା କାମ ବନ୍ଦ ରହିଛି। ଏହି ବ୍ୟସ୍ତବହୁଳ ସଡ଼କ ମରଣଯନ୍ତା ପାଲଟିଛି। ବାରମ୍ବାର ଦାବି, ଆନ୍ଦୋଳନ ସତ୍ତ୍ୱେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ପ୍ରତିଶ୍ରୁତି ରକ୍ଷାରେ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦରେ ଢେଙ୍କାନାଳ ବନ୍ଦ ପାଳିତ ହୋଇଥିଲା। ଓକିଲ ସଂଘ ଆହ୍ବାନ କ୍ରମେ ଏଥିରେ ସାମିଲ ହୋଇଥିଲେ ଜିଲା ଶିଳ୍ପ ଓ ବାଣିଜ୍ୟ ସଂଘ, ବସ୍‌ ଓ ଟ୍ରକ୍‌ ମାଲିକ ସଂଘ, ସଚେତନ ନାଗରିକ ଫୋରମ୍‌, ଆମ ପ୍ରତିଭା ଆମ ସମ୍ମାନ, ଜିଲା ସାମ୍ବାଦିକ ସଂଘ, ମିଳିତ ବଜାର ପୂଜା କମିଟି, ମିଳିତ କ୍ରିୟାନୁଷ୍ଠାନ କମିଟି, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବୁଦ୍ଧିଜୀବୀ।
ପୂର୍ବ ନିଷ୍ପତ୍ତି ଅନୁଯାୟୀ ସକାଳ ୭ଟାରେ ସହର ଉପକଣ୍ଠ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ ରେଳଷ୍ଟେଶନରେ ୨ଘଣ୍ଟା ଧରି ରେଳରୋକୋ କରାଯାଇଥିଲା। ଫଳରେ ଅନୁଗୋଳ-ପୁରୀ ମେମୁ ଟ୍ରେନ୍‌ ଅଟକି ରହିଥିଲା। ଏଥିସହ କଲେଜ ବାଇପାସ୍‌ ଓ କୋରିଅଁା ବାଇପାସ୍‌ ନିକଟ ୫୫ନଂ. ଜାତୀୟ ରାଜପଥ, ଭାପୁର ନିକଟ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ କରାଯାଇଥିଲା। ସହରରେ ଯାନବାହାନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, କୋର୍ଟ, ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ସମ୍ପାଦକ ଟଙ୍କଧର ବେହେରା, ସଂଘ ସଦସ୍ୟ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ନବକିଶୋର ଗୁରୁ, ଦୀପକ ପ୍ରସାଦ ପଟ୍ଟନାୟକ, ଦେବାଶିଷ ମିଶ୍ର, ଗୋପାଳଚନ୍ଦ୍ର ପାତ୍ର, ଭାବଗ୍ରାହୀ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ବସ୍‌ ମାଲିକ ସଂଘ ସଭାପତି ପ୍ରଭାକର ବେହେରା, ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ, ସାମାଜିକ କର୍ମୀ ରାମଚନ୍ଦ୍ର ପାତ୍ର, ଜିଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟସ୍ବରୂପ ଦାସ, ବିନୋଦ ମହାନ୍ତି, ଅରବିନ୍ଦ ସାହୁ, ଅଥୟ ସାହୁ, ‘ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷରୁ ରୁଦ୍ରାନ୍ତ ଦଳେଇ, ପ୍ରିୟରଞ୍ଜନ ମାହୁନ୍ତ, ଶ୍ୟାମସୁନ୍ଦର ସାହୁ, ସଦାଶିବ ମହାପାତ୍ର, ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ଭରତ ଦାସ, ମିଳିତବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ସଭାପତି ରାଜେନ୍ଦ୍ର ଦାସ, ବିନୋଦ ଅଗ୍ରୱାଲ, ରାଜକିଶୋର ବେହେରା, ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ଜିଲା କଂଗ୍ରେସ ମୁଖପାତ୍ର ପ୍ରେମ ଶଙ୍କର ମିଶ୍ରଙ୍କ ସହସ୍ରାଧିକ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri