ବାଲିଚନ୍ଦ୍ରପୁର-ଦେକୁରି ରାସ୍ତା ମରଣଯନ୍ତା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୨ା୭(ଡି.ଏନ୍‌.ଏ./ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ୍‌ ଅଧୀନରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାଲଟିଛି ମରଣଯନ୍ତା। ମାତ୍ର ୨ବର୍ଷ ତଳେ କାମ ଶେଷ ହୋଇଥିବାବେଳେ ଏବେ ଏହି ରାସ୍ତାରେ ଆଣ୍ଠୁଏ ଲେଖା ଖାଲ ସୃଷ୍ଟି ହୋଇଛି, ଯଦ୍ଦ୍ବାରା ପୋଖରୀର ଭ୍ରମ ସୃଷ୍ଟି ହୋଇଛି। ଏହି ରାସ୍ତାରେ ଯାତାୟାତ କରୁଥିବା ହାରାହାରି ୪୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏ ପରିକି ରାସ୍ତାରେ ଚାଲିକି ଯିବା ସମ୍ଭବପର ନୁହେଁ। ଏପରି ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର-ଦେକୁରୀ ରାସ୍ତାରେ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨୦୧୮ରେ ୪ କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ବାଲିଚନ୍ଦ୍ରପୁର ଠାରୁ ଦେକୁରୀ ପର୍ଯ୍ୟନ୍ତ ୧୧.୨କିଲୋମିଟର ରାସ୍ତା ଆରମ୍ଭ ହୋଇଥିଲା। ୨୦୧୯ ଏପ୍ରିଲରେ ଏହି କାର୍ଯ୍ୟ ଶେଷ ହେବାର ଅବଧି ଥିବାବେଳେ ଏହା ୨୦୨୦ ଏପ୍ରିଲରେ ଶେଷ ହୋଇଥିଲା। ରାସ୍ତା କାର୍ଯ୍ୟ ଶେଷ ହେବାର ମାତ୍ର ୨ମାସ ପରେ ଏଠାରୁ ପିଚୁ ଉଠିଯାଇଥିଲା। ପରେ ବାହାଦୁର ନଗରଠାରେ କେନାଲ ପାର୍ଶ୍ୱରେ ନିର୍ମାଣ ହୋଇଥିବା ଗାର୍ଡ ୱାଲ୍‌ ଭାଙ୍ଗି ଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଦୁଇ ଦୁଇ ଥର ନୋଟିସ୍‌ ଜାରି କରିଥିଲେ ମଧ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଏହାକୁ ଏଡ଼ାଇ ଯିବା ସହ ବଡ଼ ବଡ଼ ମାଲ ପରିବହନ ଗାଡ଼ି ଯିବା ଦ୍ୱାରା ରାସ୍ତା ନଷ୍ଟ ହୋଇଛି ବୋଲି ସଫେଇ ଦେଇଥିଲେ। ଏହାକୁ ନେଇ ବିକ୍ରମତିରଣ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ୱର ସାମଲ ମୁଖ୍ୟଶାସନ ସଚିବ, ୫-ଟି ସଚିବ, ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଭିଜିଲାନ୍‌ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ପିଏମ୍‌ଜେଏସ୍‌ୱାଇ ମୁଖ୍ୟଯନ୍ତ୍ରୀ ଏହାର ତଦନ୍ତ ନିଦ୍ଦେଶ ଦେଇଥିଲେ। ଏହାର ସତ୍ୟତା ପାଇଁ ଦୁଇଜଣ ଯନ୍ତ୍ରୀ ସୁକାନ୍ତ ବେହେରା ଓ ହିମାଂଶୁ କୁମାର ଆଚାର୍ଯ୍ୟଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ସେମାନେ ଗତ ୨୦୨୧ ଜୁଲାଇ ୨୬ରେ ତଦନ୍ତ କରି ଫେରି ଯାଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ ତଦନ୍ତ ରିପୋର୍ଟ ଦେଇ ନ ଥିଲେ। ଦୀର୍ଘ ଏକମାସ ପରେ ରାସ୍ତାର ରାଉଡ଼ିଂ କ୍ୱାଲିଟି ଓ ଟେକ୍ଚରବିଟି ନିର୍ମାଣ ସନ୍ତୋଷ ଜନକ ଏବଂ ଉଭୟ ପାର୍ଶ୍ୱରେ କେନାଲ ରହିଥିବା ହେତୁ କେତେକ ସ୍ଥାନରେ ଖାଲ ସୃଷ୍ଟି ହୋଇ ଦବି ଯାଇଥିବା ରିପୋର୍ଟରେ ଦର୍ଶାଇ ଥିଲେ। ଏହା ସହ ରାସ୍ତା ମଝିରେ ଦୁଇଟି ଇଲେକ୍ଟ୍ରିକ ପୋଲ ଯାତୟାତରେ ଅସୁବିଧା ସୃଷ୍ଟି କରୁଛି ବୋଲି ମଧ୍ୟ ଦର୍ଶାଇ ଥିଲେ। ତେବେ ତଦନ୍ତକାରୀ ଅଧିକାରୀମାନେ ଠିକା ସଂସ୍ଥାକୁ କ୍ଲିନ୍‌ ଚିଟ୍‌ ଦେଇଥିଲେ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ନିୟମ ଅନୁଯାୟୀ ରାସ୍ତା ନିର୍ମାଣ ହେବାର ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଠିକା କମ୍ପାନୀ ନେବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ କାର୍ଯ୍ୟ କରିଥିବା ଠିକା କମ୍ପାନୀ ଆଦୌ ରାସ୍ତାର ମରାମତି କଲାନାହିଁ। ହେଲେ ମରାମତି ପାଇଁ ଥିବା ଉଦ୍ଦିଷ୍ଟ ଅର୍ଥକୁ ଉଠାଇ ନେଇଥିବା ଜଣାପଡ଼ିଛି। ପୁନଃର୍ବାର ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଏହି ରାସ୍ତାର ମରାମତି ପାଇଁ ବିଭାଗ ତରଫରୁ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଅଟକଳ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କିମ୍ବା ମରାମତି ହୋଇ ପାରିଲା ନାହିଁ। ଯେଉଁଥିପାଇଁ ଏହି ରାସ୍ତାଉପରେ ନିର୍ଭର କରୁଥିବା ବାଲିଚନ୍ଦ୍ରପୁର, ପତରାଜପୁର, ନଳୀପୁର, ଚାରିନଙ୍ଗଳ, ଗୋପାଳପୁର, ବାଲିପଡ଼ିଆ, ବରଦା ସମେତ କେନ୍ଦ୍ରପଡ଼ା ଜିଲାର ଆଠଟି ପଞ୍ଚାୟତର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତୁରନ୍ତ ଏହାର ମରାମତି ନ ହେଲେ ଆନ୍ଦୋଳନ ହେବ ବୋଲି ମହାବାହୁ ଗ୍ରୁପ୍‌ ଅଫ ଓଡ଼ିଶାର ସ୍ବେଚ୍ଛାସେବୀମାନେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରେ ସେ କୁହନ୍ତି, ଖୁବ୍‌ ଶୀଘ୍ର ରାସ୍ତା ମରାମତି କାମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri