ଏନ୍‌ଆଇଆର୍‌ଏଫ୍‌ରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରକାଶ ପାଇଛି। ସାମଗ୍ରିକ ଭାବେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବାବେଳେ ଏହି ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ସୋଆ ବିଶ୍ୱବିଦ୍ୟାଳୟ ୩୦ତମ ର଼୍ୟାଙ୍କରେ ଥିବାବେଳେ ୩୪ତମ ସ୍ଥାନରେ କିଟ୍‌, ୩୯ରେ ରାଉରକେଲା ଏନ୍‌ଆଇଟି ଓ ୬୫ତମ ସ୍ଥାନରେ ଭୁବନେଶ୍ୱର ଆଇଆଇଟି ରହିଛି। ତେବେ ଶ୍ରେଷ୍ଠ ୧୦୦ ତାଲିକାରେ ରାଜ୍ୟ ସରକାରଙ୍କ କୌଣସି ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ର଼୍ୟାଙ୍କିଙ୍ଗରେ ୧୦୧-୧୫୦ ମଧ୍ୟରେ ରହିଛି। ମହାବିଦ୍ୟାଳୟ ବର୍ଗରେ ଓଡ଼ିଶାକୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ରାଜ୍ୟର କୌଣସି ସରକାରୀ କିମ୍ବା ଘରୋଇ ମହାବିଦ୍ୟାଳୟ ଏହି ବର୍ଗରେ ସ୍ଥାନ ପାଇପାରିନାହାନ୍ତି। ତେବେ ବିଶ୍ୱବିଦ୍ୟାଳୟ ବର୍ଗରେ ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଗୋଟିଏ ସରକାରୀ ଶିକ୍ଷାନୁଷ୍ଠାନ ରହିଥିବା ଜଣାପଡ଼ିଛି। ସୋଆ ବିଶ୍ୱବିଦ୍ୟାଳୟ ୧୬ତମ ସ୍ଥାନରେ ଥିବାବେଳେ କିଟ୍‌ ୨୦ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୮୮ ତମ ସ୍ଥାନରେ ରହିଛି। ଇଞ୍ଜିନିୟରିଂରେ ଏନ୍‌ଆଇଟ୍‌ ରାଉରକେଲାକୁ ୧୫, ସୋଆକୁ ୨୭, ଭୁବନେଶ୍ୱର ଆଇଆଇଟି ୩୬, କିଟ୍‌ ୪୨ ଓ ସିଭି ରମଣ କଲେଜକୁ ୯୮ ତମ ର଼୍ୟାଙ୍କ୍‌ ମିଳିଛି। ସ୍ବାସ୍ଥ୍ୟ ଶିକ୍ଷାରେ ଶ୍ରେଷ୍ଠ ୫୦ରେ ସୋଆ ୧୮, ଭୁବନେଶ୍ୱର ଏମ୍ସ ୨୬, କିଟ୍‌ ୩୦ ଓ ଏସ୍‌ସିବି ୪୪ତମ ସ୍ଥାନରେ ରହିଛି। ଗବେଷଣା ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ରାଉରକେଲା ଏନ୍‌ଆଇଟି ୨୪ତମ ର଼୍ୟାଙ୍କରେ ଥିବାବେଳେ ଆଇଆଇଟି ଭୁବନେଶ୍ୱର ୩୭, ସୋଆ ୪୫ ଓ କିଟ୍‌ ୪୭ତମ ସ୍ଥାନ ହାସଲ କରିଛି।
ସୂଚନାଯୋଗ୍ୟ, ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଏନ୍‌ଆଇଆର୍‌ଏଫ୍‌ ଏଭଳି ର଼୍ୟାଙ୍କିଙ୍ଗ୍‌ ଘୋଷଣା କରିଥାଏ। ଶିକ୍ଷାନୁଷ୍ଠାନରେ ପାଠପଢ଼ା, ଭିତ୍ତିଭୂମି, ଗବେଷଣା, ଶିକ୍ଷାର ମାନ, ଶିକ୍ଷାର ବାତାବରଣ, ଛାତ୍ରୀଛାତ୍ରଙ୍କ ସଫଳତା ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ରାଙ୍କିଙ୍ଗ୍‌ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri