ଏନ୍‌ଜିଟି ନିର୍ଦ୍ଦେଶ କାର୍ଯ୍ୟକାରିତାରେ ପଛଘୁଞ୍ଚା

ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ପ୍ରଭୃତି ଗ୍ରାମରେ ଶତାଧିକ ଏକର ଜଗନ୍ନାଥ ଜମି ହରିଲୁଟ ହେଉଛି। ଏହି ଅଞ୍ଚଳରୁ ଦୈନିକ ଶହ ଶହ ଟ୍ରକ୍‌ରେ ମାଙ୍କଡ଼ା ପଥର ଚାଲାଣ କରାଯାଉଛି। ଏପରି କି ବିଭିନ୍ନ ରାଜ୍ୟକୁ ପଥର ଚାଲାଣ ମଧ୍ୟ ହେଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଏବଂ ଦାୟିତ୍ୱହୀନତାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ଅଭିଯୋଗ ହେଊଛି। ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଖନନକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ପୂର୍ବରୁ ବହୁବାର କ୍ଷୋଭ ପ୍ରକାଶ କରିଛନ୍ତି। ଜିଲାରେ କେତେ ପଥର ଚୋରି ହେଉଛି, ପରିବେଶ କ୍ଷତିଭରଣା ପାଇଁ କେତେ ଟଙ୍କା ଜରିମାନା କରାଯାଉଛି ଏବଂ ବେଆଇନ ଖଣି ଖନନକାରୀଙ୍କ ଠାରୁ କେତେ ଅର୍ଥ ଆଦାୟ କରାଯାଉଛି,ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଏନ୍‌ଜିଟି ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସତ୍ୟପାଠରେ ବେଆଇନ ଖଣି ଖନନକାରୀଙ୍କ ନାମ, ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି, ପଥର ବୋହୁଥିବା ଟ୍ରକ୍‌ ମାଲିକ, ବେଆଇନ ପଥର ଚୋରାଚାଲାଣକାରୀଙ୍କ ଦ୍ୱାରା ରାଜ୍ୟ ରାଜକୋଷକୁ ହୋଇଥିବା କ୍ଷତି, ପରିବେଶ କ୍ଷତିଭରଣା ପାଇଁ ଆଦାୟ ହୋଇଥିବା ଅର୍ଥ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଜଣାଇବାକୁ କହିଥିଲେ। ଏପରି କି ବେଆଇନ ପଥର ଖନନ ରୋକିବା ପାଇଁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୃହ ସଚିବ, ପୋଲିସ ଡିଜି, ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ, ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ, ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ(ଏସ୍‌ଇଆଇଏଏ)ର ଜଣେ ଅଧିକାରୀଙ୍କ ସହ ଖୋର୍ଦ୍ଧା ଜିଲାପାଳଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷଥର ପାଇଁ ୨୦୨୨ ମାର୍ଚ୍ଚରେ ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏହାକୁ ଏଯାବତ୍‌ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ବିଶେଷକରି ଏନ୍‌ଜିଟିର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଜିଲା ପ୍ରଶାସନ ପଛଘୁଞ୍ଛା ଦେଉଥିବା ମନେ ହେଉଛି।
ଜିଲାସ୍ତରରେ ଜଙ୍ଗଲ, ରାଜସ୍ବ ଓ ପୋଲିସ ପ୍ରଶାସନକୁ ନେଇ ଗଠିତ ମିଳିତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ବେଆଇନ ଲଘୁ ଖଣିଜ ଚୋରା ଚାଲାଣ, ମାଙ୍କଡ଼ା ଚାଲାଣକୁ ନେଇ ଜରିମାନା ଆଦାୟ ସହ ବ୍ୟବହୃତ ଯାନକୁ ଜବତ କରାଯାଉଛି। ତେବେ ଜିଲାରେ ପ୍ରାକୃତିକ ଖଣିଜ ସମ୍ପଦ ସୁରକ୍ଷା ଏବଂ ଚୋରା ଚାଲାଣ ନେଇ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି, ସେ ସମ୍ପର୍କରେ କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି। ଏନେଇ ଗଣମାଧ୍ୟମକୁ ଅନ୍ଧାରରେ ରଖାଯାଉଛି। କେବଳ ପୋଲିସ ପକ୍ଷରୁ କୌଣସି ମାଙ୍କଡ଼ା ପଥର ଗାଡ଼ି ଧରାହେଲେ ଜଣାପଡୁଛି। ନଚେତ୍‌ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନାହିଁ। ପ୍ରକାଶ ଯେ, ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଚାଲାଣ ଯୋଗୁ ପରିବେଶ ଜନିତ କ୍ଷତି ଯାଞ୍ଚ ଲାଗି ଏନ୍‌ଜିଟି ଏକ ୪ଜଣିଆ କମିଟି ଗଠନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସେହି କମିଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲା ମାଜିଷ୍ଟ୍ରେଟ, ଏସଇଆଇଏଏ ମେମ୍ବର ସେକ୍ରେଟାରୀ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ ସଦସ୍ୟ ରହିଛନ୍ତି। ପଥର ଖୋଳିବା ବେଳେ ଖଣିର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର(ଏସ୍‌ଓପି) ଏବଂ ଅନ୍ୟାନ୍ୟ ପରିବେଶ ଆଇନକୁ ଅନୁସରଣ କରାଯାଉ ନ ଥିବାନେଇ ପୂର୍ବରୁ ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା। ନିଜିଗଡ଼ ତାପଙ୍ଗ, ଅଣ୍ଡା, ଝିଙ୍କିଝାରୀ ପ୍ରଭୃତି ଗ୍ରାମର ୪୦ଟି ସ୍ଥାନରେ ୫ଶହ ଏକର ଜମିରେ ଏଭଳି ବେଆଇନ ଖଣି ଖନନ ହେଉଥିବା ନେଇ ଅଭିଯୋଗ ହୋଇଛି। ସେହିସବୁ ଅଞ୍ଚଳରେ କାଜୁ ବଗିଚା, ଗ୍ରାମ୍ୟ ଜଙ୍ଗଲ ଏବଂ ଗୋଚର ଜମି ରହିଛି। ଖଣି ଖନନ ପାଇଁ କୌଣସି ଅନୁମତି କିମ୍ବା ପରିବେଶ ଅନୁମତି ନ ଥାଇ ବହୁ ସଂଖ୍ୟାରେ ଗଛ କଟାଯାଇଛି।
୧୬।୧୨।୨୦୧୮ରେ ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ ଟ୍ରିବ୍ୟୁନାଲ ୪।୨।୨୦୧୯ରେ ଖୋର୍ଦ୍ଧା ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ, ଖୋର୍ଦ୍ଧା ଏସ୍‌ପି, ରାଜ୍ୟ ପ୍ରଦୂଷଣ ବୋର୍ଡ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରି ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ରିପୋର୍ଟ ଦାଖଲ କରାଯାଉଥିଲେ ସୁଦ୍ଧା ସନ୍ତୋଷଜନକ ଉତ୍ତର ଦିଆଯାଇପାରୁ ନାହିଁ। ଖୋର୍ଦ୍ଧା ଉପଜିଲାପାଳ ୨୦୨୦ ଅକ୍ଟୋବରରେ ଦାଖଲ କରିଥିବା ରିପୋର୍ଟକୁ ଟ୍ରିବ୍ୟୁନାଲ ଖାରଜ କରିବା ସହ ଆଦାୟ ହୋଇଥିବା ଜରିମାନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜରିମାନା କେବଳ ପଥର ଚାଲାଣ କରୁଥିବା ଡ୍ରାଇଭର ନୁହେଁ ବରଂ ବେଆଇନ ଖନନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ୨୦୨୦ ଡିସେମ୍ବର ୨ରେ ଖୋର୍ଦ୍ଧା ଉପଜିଲାପାଳ ଦାଖଲ କରିଥିବା ରିପୋର୍ଟ ଉପରେ ଏନ୍‌ଜିଟି ଅସନ୍ତୋଷ ପ୍ରକାଶ କରିଥିଲେ। ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇ ନ ଥିବାରୁ ଟ୍ରିବ୍ୟୁନାଲ ଅସନ୍ତୁଷ୍ଟ ହୋଇଥିଲେ। ଜିଲା ପ୍ରଶାସନ ପକ୍ଷରୁ କେବଳ ବର୍ଷ ଶେଷ ଆଡକୁ ରାଜସ୍ବ ଆଦାୟ ରେକର୍ଡ ହାସଲ ଲାଗି ଲୋକଦେଖାଣିଆ କିଛି ମାସ ଜରିମାନା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କୁହନ୍ତିଙ୍‌,ବେଆଇନ ଚୋରାଚାଲାଣକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଜିଲା ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପୋଲିସକୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି। ଏହି କମିଟି ବେଆଇନ ଭାବେ ଚାଲିଥିବା ପଥରଖଣି ଏବଂ କ୍ରଶର ୟୁନିଟ ଉପରେ ଚଢାଉ ଜାରି ରଖିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମତିରେ ଚାଲିଥିବା କ୍ରଶର ୟୁନିଟ୍‌ ସିଲ କରାଯିବ। ଏଣିକି ଚୋରା ଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜିଲାପାଳ ଚକ୍ରବର୍ତ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri