ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା, ବଢୁଛି ଦୁର୍ଘଟଣା

ଯାଜପୁର ରୋଡ,୧୪ା୭(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାୟନ ଯୋଗୁ ଯାଜପୁର ରୋଡ ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଯାନବାହାନ ସଂଖ୍ୟାରେ ଅଭିବୃଦ୍ଧି ଏହି ସମସ୍ୟାକୁ ଜଟଳି କରିବାରେ ଲାଗିଛି । ଶିଳ୍ପସଂସ୍ଥା ସହର ଉପରେ ଏକ ରକମର ବୋଝ ପାଲଟିଛି। ଫଳରେ ସହର ଭିତରେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ଅଭିଯୋଗ ହେଉଛି।

ରାଜରାଜୁଡା ଅମଳରୁ ଗଢିଉଠିଥିବା ଯାଜପୁରରୋଡ ସହରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ଏହି ସହର ଗଢି ଉଠିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ଏଠାରେ ବସବାସ କରୁଛନ୍ତି। ସହରର ପ୍ରତ୍ୟେକ ବଜାର ରାସ୍ତା ଏମିତି ଖୁନ୍ଦାଖୁନ୍ଦି ହୋଇ ନିର୍ମାଣ ହୋଇଛି ଯେ ଦୁଇଟି ବାଇକ୍‌ ଗଲେ ଲୋକେ ଚାଲିବାକୁ ବାଟ ପାଉନାହାନ୍ତି। ଏଭଳି ରାସ୍ତା ସମସ୍ୟା ପ୍ରତି ପୌରସଂସ୍ଥାର ଅଣଦେଖା ସହରର ଟ୍ରାଫିକ ବ୍ୟବସ୍ଥାକୁ ଅନେକ ପଛକୁ ଟାଣି ନେଇଯାଇଛି। ଅନ୍ୟପଟେ ସହରର ମୁଖ୍ୟରାସ୍ତା ସହ ପ୍ରତ୍ୟେକ ଗଳିକନ୍ଦି ଓ ସାହିରେ ଉଠା ଦୋକାନୀଙ୍କ ଭିଡ଼ ବଢିଚାଲିଥିବାରୁ ବିଭିନ୍ନ ରାସ୍ତା ସଙ୍କୁଚିତ ହୋଇଛି। ସହର ଭିତରେ ରେଲୱେ ଗୁଡ୍‌ସ ରହିଥିବାରୁ ଶତାଧିକ ଟ୍ରକ ଚଳାଚଳ ଯୋଗୁ ଗଣେଶ ବଜାର, ଡାକବଙ୍ଗଳା ଛକ ଦେଇ ଦଳା ଛକ ପର୍ଯ୍ୟନ୍ତ ରାସ୍ତା ଏକ ପ୍ରକାର ବ୍ୟସ୍ତ ବହୁଳ ହୋଇଛି। ଖାଲି ଟ୍ରାଫିକ ସମସ୍ୟା ନୁହେଁ ପରିମଳ, ପାନୀୟ ଜଳ ଓ ଆବାସିକ ସଙ୍କଟ ଭଳି ବହୁବିଧ ସମସ୍ୟାକୁ ରେଲଓ୍ବେ ଜନ୍ମ ଦେବାରେ ଲାଗିଛି । ସହରର ଆଖପାଖରେ ଗଢି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକର ନିଜସ୍ବ ଶ୍ରମିକ କଲୋନୀ ଗୃହ ଓ ଆବାସିକ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ଶ୍ରମିକ ଭଡ଼ା ଘରେ ରହି କାରଖାନାକୁ ଡ୍ୟୁଟି ପାଇଁ ଯାଉଛନ୍ତି । ଶ୍ରମିକଙ୍କ ଯାତାୟତ ପାଇଁ କାରଖାନା କର୍ତ୍ତୃପକ୍ଷ ବସ ବ୍ୟବସ୍ଥା କରିଛନ୍ତି । ଯାହାକି ସହରର ମୁଖ୍ୟ ରାସ୍ତା ଦେଇ ଘନ ଘନ ଯାତାୟତ କରୁଛି । ଟ୍ରକ ଓ ଭାରିଯାନ ଚଳାଚଳକୁ ନିୟନ୍ତ୍ରିତ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥାରେ ଟ୍ରାଫିକ ସମସ୍ୟା ସୁଧୁରିବା ପରିବର୍ତ୍ତେ ଆହୁରି ଜଟିଳ ହେଉଛି। ଗୋପବନ୍ଧୁ ଛକଠାରୁ ଚୋର୍ଦ୍ଦା ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ଡିଭାଇଡର ନିର୍ମିତ ହୋଇଥିବାରୁ ସଂକୀର୍ଣ୍ଣ ୱାନୱେରେ ବସ୍‌ଗୁଡିକ ଯିବାବେଳେ ସାଧାରଣ ଦୁଇ ଚକିଆ ଯାନରେ ଯାତ୍ରା କରୁଥିବା ଯାତ୍ରୀ ତାକୁ ଅତିକ୍ରମ କରିବାର ସୁଯୋଗ ନ ପାଇ ବହୁ ସମୟ ଧରି ରାସ୍ତାରେ ଅଟକି ରହୁଛନ୍ତି । ଏହି କାରଣରୁ ସୋମବାର ମିଶ୍ରିଲାଲ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଲ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ସହରର ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା ପର୍ଯ୍ୟଟକ ତଥା ଅନ୍ୟ ଜିଲାରୁ ଆସୁଥିବା ଲୋକମାନଙ୍କ ମନରେ ନକାରାମତ୍କ ଭାବନା ସୃଷ୍ଟି କରୁଛି।

ବିଭାଗୀୟ ଅଧିକାରୀ ସହରର ଭବିଷ୍ୟତ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଥିବାରୁ ଏଠାରେ ଜବରଦଖଲ ସମସ୍ୟା ବୃଦ୍ଧି ପାଇ ଚାଲିଛି। ସରକାରୀ ଜମିରେ ଘର ହୋଇଛି। ସେହି ଜମିରୁ ଜବରଦଖଲ ଉଠାଇବା ପ୍ରସଙ୍ଗ ଆସିଲେ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଉଛି। ମୁଖ୍ୟ ବଜାର କୁହାଯାଉଥିବା ବ୍ୟାଙ୍କ ଷ୍ଟ୍ରିଟ୍‌ ଅବସ୍ଥା ନ ଦେଖିଲା ଲୋକ ବିଶ୍ୱାସ କରି ପାରିବେ ନାହିଁ। ସେଠାରେ ରାସ୍ତା କଡରେ ଯାନବାହାନ ପାର୍କିଂ ଏବଂ ଜବରଦଖଲ କରାଯାଇ ବ୍ୟବସାୟିକ ଷ୍ଟଲ ସାଙ୍ଗକୁ ବାସଗୃହ ନିର୍ମାଣ କରାଯାଉଥିବାରୁ ସେହି ରାସ୍ତା ନିଜ ପରିଚୟ ହଜାଇ ବସିଛି। ସହରର ଅନ୍ୟ ବ୍ୟସ୍ତବହୁଳ ଦଳା ଛକ ଠାରୁ ଗଣେଶବଜାର ରାସ୍ତାରେ ଟ୍ରାଫିକ ଜାମ ସମସ୍ୟା ସବୁବେଳେ ଲାଗି ରହୁଛି। ସହର ଭିତରୁ ଗୁଡ୍‌ସ ସେଡ୍‌ ହଟାଇବାକୁ ବାରମ୍ବାର ଦାବି ହେଉଥିଲେ ହେଁ କେହି ଶୁଣୁ ନାହାନ୍ତି। ଏହାବାଦ୍‌ ଅଣଓସାରିଆ ରାସ୍ତାରେ ଉଦ୍ଧତ ଯୁବକଙ୍କ ବାଇକ୍‌ ରେସ ମଧ୍ୟ କିଛି କମ ନୁହେଁ। ବିନା ଡ୍ରାଇଭିଂ ଲାଇସେନ୍ସରେ କିଶୋର ବାଇକ୍‌ ଚାଳକମାନେ ବେପରୁଆ ଗାଡ଼ି ଚାଳନା କରିବା ଦୁର୍ଘଟଣାର ଅନ୍ୟତମ କାରଣ ପାଲଟିଛି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri