ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨।୫: ବଲିଉଡ୍‌ରେ ଏବେ ଦେଶଭକ୍ତି ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ଅର୍ଜୁନ କପୁରଙ୍କ ଅପ୍‌ କମିଂ ଫିଲ୍ମ ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍‌ ୩୦ ସେକେଣ୍ଡର ହୋଇଥିବା ବେଳେ ଲକ୍ଷାଧିକ ୟୁଜର୍ସ ଏହାକୁ ଦେଖିସାରିଲେଣି। ରାଜ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସତ କାହାଣୀ ଉପରେ ଆଧାରିତ ହୋଇଛି। ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଅର୍ଜୁନଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଏଥିସହ ଦେଶ ପାଇଁ ସେ ନିଜ ଜୀବନ ବାଜି ଲଗାଉଥିବା ଟ୍ରେଲରରେ ନଜର ଆସିଛନ୍ତି। ଅର୍ଜୁନ ନିଜର ପାଞ୍ଚ ଜଣିଆ ଟିମ୍‌କୁ ନେଇ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କୁ ଧରିବା ପାଇଁ ଦାୟିତ୍ୱ ନେଇଥାନ୍ତି। ସବୁଠାରୁ ବଡ଼ କଥା ହେଲା ସେମାନେ ବିନା କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେହି ଆତଙ୍କବାଦୀଙ୍କୁ ଧରିବା ପାଇଁ ଯୋଜନା କରିଥାନ୍ତି। ଏଥିପାଇଁ ସେ ନିଜର ବୁଦ୍ଧି ଖଟାଇବା ସହ ଅଲଗା ଅଲଗା ଯୋଜନାମାନ କରିଥାନ୍ତି। ଟ୍ରେଲରକୁ ଦେଖିବା ପରେ ଦର୍ଶକ ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମ ମେ ୨୪କୁ ପରଦାକୁ ଆସିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ଜଲଓ୍ବା ଦେଖାଇଲେ ନୀଳନୟନା: ମୋହିତ ପ୍ରଶଂସକ

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ର ହଲିଉଡ ଯାଏ, ସବୁଠି ତାଙ୍କ ଜଲଓ୍ବା। ଇଏ ଏମିତି ଜଣେ ନାୟିକା, ଯିଏ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ଫିଲ୍ମ ଫ୍ଲପ୍ ପରେ ବଡ “ଆର୍ଥିକ କ୍ଷତି” ସହିଥିଲେ ସ୍ୱାମୀଙ୍କ ପରିବାର: ରକୁଲ୍

ମୁମ୍ବାଇ,୫ା୧୨: ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂହ ନିକଟରେ ତାଙ୍କ ସ୍ୱାମୀ ଜ୍ୟାକି ଭଗନାନୀଙ୍କ ପ୍ରଯୋଜନା ସଂସ୍ଥା ‘ପୂଜା ଏଣ୍ଟରଟେନମେଣ୍ଟସ୍’ ଗତ ବର୍ଷ ସମ୍ମୁଖୀନ ହୋଇଥିବା ବଡ଼...

ବିଜୟଙ୍କ ସହ ବିବାହକୁ ନେଇ ଏମିତି କହିଦେଲେ ରଶ୍ମିକା: ବଢୁଛି ଚର୍ଚ୍ଚା

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା। ୨୦୨୬ରେ ସେ ବିଜୟ ଦେବରକୋଣ୍ଡାଙ୍କ ହାତ ଧରିବେ ବୋଲି ଇଣ୍ଡଷ୍ଟ୍ରିରେ ଫୁସୁରୁଫାସର ଚାଲିଛି। ନିକଟରେ...

ସାମନ୍ଥାଙ୍କୁ ଖାସ୍‌ ଗିଫ୍ଟ ଦେଲେ ରାଜ୍‌: ଦେଖିକି ଚମ୍‌କି ପଡ଼ିଲେ…

ଦକ୍ଷିଣ ଭାରତୀୟ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି। ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ହାତ ଧରିଛନ୍ତି ସାମନ୍ଥା।...

ଗୁଡ୍‌ନ୍ୟୁଜ୍‌ ଦେଲେ ପଲାଶ ମୁଛଲ: ଏହି ଦିନ କରିବେ ବିବାହ!

ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri