ହାତୀ ମରୁଛନ୍ତି, ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା

ଯାଜପୁର ଅଫିସ,୮ା୭:ରାଜ୍ୟରେ ହାତୀ ସୁରକ୍ଷା ଏବଂ ସହଜ ଚଳପ୍ରଚଳ ସ୍ଥାନର ଅଭାବକୁ ଦୂର କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳର ଆୟତନ ୧୦୩୮.୩ ବର୍ଗ କି.ମି.ରୁ ୨୧୮୧.୫୨୧ବର୍ଗ କି.ମି.କୁ ଏବଂ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳ ୪୨୬.୯୧ରୁ ୧୭୯୭.୦୪୮ ବର୍ଗ କି.ମି.କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଜାତୀୟ ରାଜପଥ ନିର୍ମାଣରେ ହାତୀ ପଲ ସହଜରେ ଚଳପ୍ରଚଳ ପାଇଁ ଗଳି ପୋଲ ବା ଏଲିଫ୍ୟାଣ୍ଟ ଅଣ୍ଡର ପାସେସ୍‌ (ଇୟୁପି) ଉପଯୁକ୍ତ ଭାବେ ଓ ଆବଶ୍ୟକ ସଂଖ୍ୟାରେ ନିର୍ମାଣ ହେଉନାହିଁ। ଏହି ମର୍ମରେ ଓଡ଼ିଶା ବନ୍ୟଜନ୍ତୁ ସମ୍ପଦ ସୋସାଇଟି ପକ୍ଷରୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ମାମଲା(ନଂ.୬୧/୨୦୨୧/ଇଜେଡ) ରୁଜୁ ହୋଇଥିଲା। ହେଲେ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ବିଭିନ୍ନ ବୈଷୟିକ ଆଳ ଦେଖାଇ ନିର୍ଦ୍ଧାରିତ ୫୦ ମିଟର ସ୍ପାନ୍‌ ବଦଳରେ ୨୫ ମିଟର ସ୍ପାନ୍‌ର ଇୟୁପି ନିର୍ମାଣ କରାଯାଇପାରେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି ା
ସରକାରୀ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ୨୦୧୨-୧୩ ରୁ ୨୦୨୧-୨୨ ମଧ୍ୟରେ ୭୮୪ ହାତୀଙ୍କ ମୃତ୍ୟୁ ହୋଇଛି। ଏନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ୍‌ ତଲବ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ହାତୀବଂଶ ସୁରକ୍ଷା ପାଇଁ ରାଜ୍ୟରେ ୧୪ ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ୩ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବିଗତ ୧୦ ବର୍ଷରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟ୍‌ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି। ଏହାବାଦ୍‌ ଚିହ୍ନଟ କରିଡରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। କିନ୍ତୁ ଜାତୀୟ ରାଜପଥ ନିର୍ମାଣବେଳେ ହାତୀଙ୍କ ସୁରକ୍ଷା ବିଷୟକୁ ଦଳିମକଚି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଠିକାଦାର ମିଶି ନିଜ ସ୍ବାର୍ଥ ସାଧନରେ ମାତିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ୫୫ନଂ. ଜାତୀୟ ରାଜପଥର ମଙ୍ଗୁଳି-ଅନୁଗୋଳ ଏବଂ ଅନୁଗୋଳ-ସମ୍ବଲପୁରର ସମ୍ପ୍ରସାରଣ କାର୍ଯ୍ୟରେ ଦେଖିବାକୁ ମିଳିଛି। ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଏହି ଜାତୀୟ ରାଜପଥ କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲା ଦେଇ ଯାଇଛି। ଏହି ଅଞ୍ଚଳରେ ବିପୁଳ ସଂଖ୍ୟାରେ ହାତୀ ବସବାସ କରୁଥିବା ସହ ସମ୍ବଲପୁର ଏବଂ ଅନୁଗୋଳ ଜିଲା ସମେତ କଟକ ଜିଲାର ଓରଣ୍ଡା-ବାଲି ଏବଂ ଢେଙ୍କାନାଳ ଜିଲାର ରସାସିଂହ ଅଞ୍ଚଳ ଦେଇ ହାତୀ ଜାତୀୟ ରାଜପଥ ଅତିକ୍ରମ କରିଥାନ୍ତି। ଏହାବାଦ୍‌ ୫୫ ନଂ. ଜାତୀୟ ରାଜପଥ ମହାନଦୀ ହାତୀ ସଂରକ୍ଷିତ ଏବଂ ସାତକୋଶିଆ ବାଘ ସଂରକ୍ଷିତ ଅଞ୍ଚଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି। ତେଣୁ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଏନ୍‌ଜିଟିରେ ସୋସାଇଟି ପକ୍ଷରୁ ହୋଇଥିବା ଅଭିଯୋଗରେ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ରିପୋର୍ଟ-୨୦୧୬ର ନିର୍ଦ୍ଦେଶନାମା ଅନୁଯାୟୀ ଇୟୁପିର ଲମ୍ବ ୫୦ ମିଟର ହେବା ଆବଶ୍ୟକ। ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି, ହାତୀ ପଲର ସହଜ ଚଳାଚଳ ପାଇଁ ଇୟୁପିର ଉଚ୍ଚତା ୬ ରୁ ୮ ମିଟର ଏବଂ ଓସାର ୧୦ ରୁ ୧୨ ମିଟର ହେବା କଥା। କିନ୍ତୁ ୫୫ ନଂ. ଜାତୀୟ ରାଜପଥ ନିର୍ମାଣରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ବୈଷୟିକ ଦୃଷ୍ଟିକୋଣକୁ ଆଳ କରି ୫୦ ମିଟର ସ୍ପାନ ପରିବର୍ତ୍ତେ ୨୫ ମିଟର ସ୍ପାନ ଲମ୍ବର ଇୟୁପି ନିର୍ମାଣ କରାଯାଇଛି। ଏହାଦ୍ୱାରା ଏକାଥରକେ ୫୦ରୁ ୬୦ ହାତୀ ଚଳାଚଳରେ ଏହି ଇୟୁପି ଯଥେଷ୍ଟ ନୁହେଁ ବୋଲି ଅଭିଯୋଗକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଏହାର ପ୍ରତିବାଦ କରି ଏନ୍‌ଏଚ୍‌ଏଆଇ ପକ୍ଷରୁ ଏନ୍‌ଜିଟିରେ ୨୩ା୧୦ା୨୦୨୧ରେ ଏକ କାଉଣ୍ଟର ଆଫିଡାଭିଟ ଦାଖଲ କରାଯାଇଥିଲା। ଉକ୍ତ ଆଫିଡାଭିଟରେ ଦର୍ଶାଯାଇଥିଲା ଯେ, ୧୧୨ କି.ମି.ଦୂର ମଙ୍ଗୁଳି-ଅନୁଗୋଳ ଜାତୀୟ ରାଜପଥରେ ୬୬.୭୮୩ ହେକ୍ଟରର ୨୦.୭୦ କି.ମି. ଜଙ୍ଗଲ ଅଞ୍ଚଳ ରହିଛି। ଆଇନ ଅନୁସାରେ ଜମି ପରିବର୍ତ୍ତନ କରାଯାଇଛି। ସେହିପରି ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥର ଦୂରତା ୧୫୦.୮୫୮ କି.ମି. ହୋଇଥିବାବେଳେ ସେଥିରେ ୧୦୯.୦୮୨ ହେକ୍ଟର ଜମିର ୨୮.୮୦ କି.ମି. ଜଙ୍ଗଲ ଜମି ରହିଛି। ହାତୀଙ୍କ ସହଜ ଚଳାଚଳ ପାଇଁ ବିଭାଗ ପକ୍ଷରୁ ଅନୁଗୋଳ-ସମ୍ବଲପୁର ଡିଭିଜନରେ ୧୨ ଇୟୁପି ଏବଂ ୧ ଫ୍ଲାଏ ଓଭର ଏବଂ କଟକ-ଅନୁଗୋଳ ଡିଭିଜନରେ ୫ ଓ ଆଠଗଡ ଡିଭିଜନରେ ୨ ଇୟୁପି ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏନ୍‌ଜିଟିର ଜିଷ୍ଟିସ ବି. ଅମିତ ସ୍ଥାଳେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତା ଉଭୟ ପକ୍ଷଙ୍କ ରିପୋର୍ଟକୁ ଆଧାର କରି ଆବଶ୍ୟକ ପରିମାଣର ୨୫ ମିଟର ସ୍ପାନ ଇୟୁପି ନିର୍ମାଣ କରିବାକୁ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଡ୍‌ଭୋକେଟ ଜେନେରାଲ କାର୍ଯ୍ୟାଳୟରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଓଡିଶା ବନ୍ୟଜନ୍ତୁ ୱାର୍ଡେନ ମୁଖ୍ୟଙ୍କୁ ଗୁରୁବାର ସୂଚିତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକଟ ଏନଜିଟି ଶଙ୍କର ପ୍ରସାଦ ପାଣି କହିଛନ୍ତି, ବିପୁଳ ଅର୍ଥ ବଞ୍ଚାଇବାକୁ ଯାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବୈଷୟିକ ଆଳ କରିଛନ୍ତି। ଏଥିରେ ହାତୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇନାହାନ୍ତି। ନଦୀ ଉପରେ ୧ କି.ମି.ରୁ ଊର୍ଦ୍ଧ୍ୱ ସ୍ପାନ ନିର୍ମାଣ ହୋଇ ପାରୁଥିବାବେଳେ ରାଜପଥରେ ଏହା କାହିଁକି ସମ୍ବବପର ନୁହେଁ ବୋଲି ସେ ପ୍ରଶ୍ନ କରିବା ସହ ଏହି ଉପରେ ସୁପ୍ରିମକୋର୍ଟରେ ଏକ ମାମଲା (ନଂ.୪୫୬୫/ ୨୦୨୨) ରୁଜୁ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri