ଅଭିନେତା ଦୈତାରୀ ପଣ୍ଡା ନିଖୋଜ

ବାଲେଶ୍ୱର ଅଫିସ, ୭ା୭: ଓଡ଼ିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା ନିଖୋଜ ଥିବା ନେଇ ବାଲେଶ୍ୱର ଜିଲା ଔପଦା ଥାନାରେ ଅଭିଯୋଗ ହୋଇଛି। ପାର୍ବତୀ ଗଣନାଟ୍ୟର ପରିଚାଳନା ଅଧିକାରୀ ହର ବାରିକ ବୁଧବାର ଅନଲାଇନ ଯୋଗେ ଏହି ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ, ପାର୍ବତୀ ଗଣନାଟ୍ୟ ସହ ୨୦୨୨-୨୩ ଯାତ୍ରା ସିଜିନ ପାଇଁ ଅଭିନେତା ଦୈତାରୀ ପଣ୍ଡା ଚୁକ୍ତି କରିଥିଲେ। ଆଉ ଅଗ୍ରୀମ ଆକାରରେ ସେ ନିଜ ପାରିଶ୍ରମିକର ୬୦% ଅର୍ଥାତ୍‌ ପ୍ରାୟ ୧୫ଲକ୍ଷ ଟଙ୍କା ନେଇସାରିଛନ୍ତି। ଚୁକ୍ତିନାମା ଅନୁସାରେ ସେ ଗତ ଜୁନ ୨୧ତାରିଖରୁ ଆସି ଆଖଡ଼ାରେ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତି କରିବା କଥା। କିନ୍ତୁ ୧୫ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ସେ ଆସୁନାହାନ୍ତି କିମ୍ବା ଫୋନ୍‌ କଲେ ଉଠାଉନାହାନ୍ତି। ବିଭିନ୍ନ ଯାତ୍ରା କମିଟିଠାରୁ ପାର୍ବତୀ ଗଣନାଟ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ଅଗ୍ରିମ ନେଇସାରିଥିବାରୁ ଦୈତାରୀଙ୍କୁ ଖୋଜିବାରେ ପୋଲିସ ସାହାଯ୍ୟ କରୁ ବୋଲି ଏତଲାରେ ଦର୍ଶାଯାଇଛି। ଗଣନାଟ୍ୟ ପକ୍ଷରୁ ତାଙ୍କର ବାଲେଶ୍ୱର ଔପଦାସ୍ଥିତ ଘର ଓ ଭୁବନେଶ୍ୱରର ପଟିଆସ୍ଥିତ ଘରେ ବି ଖୋଜାଖୋଜି କରାଯାଇଥିଲେ ବି ସନ୍ଧାନ ମିଳିପାରିନାହିଁ। ଦୈତାରୀ ନ ଆସିଲେ ପାର୍ବତୀ ଗଣନାଟ୍ୟକୁ ଏକ ବଡ଼ ଆର୍ଥତ୍କ କ୍ଷତି ହେବ। ତେଣୁ ବାଧ୍ୟ ହୋଇ ପରିଚାଳନା ଅଧିକାରୀ ବାରିକ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତା ଦୈତାରୀ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri