ସମଲିଙ୍ଗୀ ସମ୍ପର୍କ ଭିଡ଼ିଓ ଲିକ୍‌ ଘଟଣା, ବହୁନେତା ହରଡ଼ଘଣାରେ…

ମାଲେ, ୧।୭ : ସମଲିଙ୍ଗୀ ସମ୍ପର୍କକୁ ନେଇ ଲିକ ହୋଇଥିବା ଏକ ଭିଡିଓ ଏବଂ ଫଟୋ ଇସଲାମିକ ଦେଶମାଳଦ୍ୱୀପରେ ଉତ୍ତେଜନା ସୃଷ୍ଟି କରିଛି। ଦେଶରେ ସମଲିଙ୍ଗୀ ସମ୍ପର୍କ ଉପରେ ନିଷେଧାଦେଶ ସତ୍ତ୍ୱେ ବହୁ ନେତା ସେମାନଙ୍କର ପୁରୁଷ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଅନ୍ତରଙ୍ଗ ସମୟରେ ଭିଡ଼ିଓରେ ଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ବହୁ ମାଳଦ୍ୱୀପ ରାଜନେତା ଏବଂ ସାଂସଦ ସମଲିଙ୍ଗୀ ସମ୍ପର୍କ ସାମିଲ ରହିଥିବାର ଦେଖିବାକୁ ମିଳୁଛି।

ଅପରପକ୍ଷରେ, ଏହି ଫଟୋ ଏବଂ ଭିଡିଓ ଲିକ କରିଥିବା ବ୍ୟକ୍ତିଙ୍କୁ ସେମାନେ ଚିହ୍ନଟ କରିଛନ୍ତି ବୋଲି ମାଳଦ୍ୱୀପ ପୋଲିସ କହିଛି। ସହକାରୀ କମିଶନର ମହମ୍ମଦ ରିଆଜ କହିଛନ୍ତି ଯେ ଏହି ଭିଡିଓ ଲିକରେ ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସନ୍ଦିଗ୍ଧଙ୍କ ସହ ଜଡିତ ଅଧିକ ତଥ୍ୟ ଅନୁସନ୍ଧାନ ପରେ ବାହାରକୁ ଆସିବ।

ସାଂସଦ ତଥା ରାଜନେତାଙ୍କ ସମ୍ପର୍କୀୟଙ୍କ ସମଲିଙ୍ଗୀ ସମ୍ପର୍କ ଭିଡିଓରେ ପ୍ରକାଶ ପାଇଛି। ଏକ ଭିଡିଓରେ ମାଲଦ୍ୱୀପ ସଂସଦର ବାଚସ୍ପତି ମହମ୍ମଦ ନାସିଦଙ୍କ ଭାଇ ଓକିଲ ନଜିମ ସତ୍ତାର ଜଣେ ପ୍ରବାସୀଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ଥିବା ଦେଖାଯାଇଛି। ଗୋଟିଏ ଫଟୋରେ ଜଣେ ସାଂସଦ ଜଣେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଆପତ୍ତିଜନକ ଅବସ୍ଥାରେ ଶୋଇଥିବାର ନଜର ଆସିଛନ୍ତି। ଭିଡିଓରେ ଦେଖାଯାଇଥିବା ସମଲିଙ୍ଗୀମାନେ ମଧ୍ୟ ବ୍ଲାକମେଲ କରୁଥିବାର ରିପୋର୍ଟ ପୋଲିସ ଦାଖଲ କରିଛି। ଭିଡିଓରେ ସମଲିଙ୍ଗୀ ସମ୍ପର୍କ ରଖିଥିବା ଲୋକଙ୍କୁ ମଧ୍ୟ ଅନୁସନ୍ଧାନ କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି। ମାଳଦ୍ୱୀପରେ ଏପରି ସମ୍ପର୍କ ରହିବା ଅପରାଧ । ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ।

ଦେଶରେ ଇସଲାମିକ ନିୟମ ଅନୁଯାୟୀ ଏହି ଅପରାଧରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି॥ ଆପତ୍ତିଜନକ ଅବସ୍ଥାରେ ଭିଡିଓ ଏବଂ ସମଲିଙ୍ଗୀ ସମ୍ପର୍କର ଫଟୋ ମାର୍ଚ୍ଚରୁ ମାଳଦ୍ୱୀପରେ ଭାଇରାଲ ହେବାରେ ଲାଗିଲା। ସେବେଠାରୁ ସମ୍ପୃକ୍ତ ଅପରାଧର ତଦନ୍ତ ଚାଲିଛି। ଏହି ଘଟଣାରେ ସହକାରୀ ପୋଲିସ କମିଶନର ରିୟାଜ ମଧ୍ୟ ଗଣମାଧ୍ୟମକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସମ୍ବେଦନଶୀଳ ସୂଚନା ପ୍ରକାଶ ନକରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri