ରେଲ୍‌ଓ୍ବେ ଜମି ଜବରଦଖଲ ମୁକ୍ତ କରି ଉନ୍ନୟନ କାର୍ଯ୍ୟ ହେଉ

ଗୁଣପୁର,୩୦।୬(ଡି.ଏନ୍‌.ଏ.): ପୂର୍ବତଟ ରେଳପଥ ଅର୍ନ୍‌ଗତ ବିଶାଖାପାଟଣା ଡିଭିଜନର ଡିଆର୍‌ଏମ୍‌ ଅନୁପ କୁମାର ଶତପଥୀ ବୁଧବାର ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଗୁଣପୁର ଗସ୍ତକରି ଏଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ପାଣି ଟାଙ୍କି ନିର୍ମାଣ, ରନିଂ ରୁମ୍‌, ଷ୍ଟେଶନ ମାଷ୍ଟର ଗୃହ ନିର୍ମାଣ ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୟରେ ଆନ୍ଧ୍ର-ଓଡ଼ିଶା ରେଳ ବ୍ୟବାହିକ ସଂଘର ସଭାପତି ଡ. ସତ୍ୟପ୍ରକାଶ ପଣ୍ଡା, ନବ ନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାସ, ଅଟଳ ବିହାରି ବାଜପେୟୀ ମେମୋରିଆଲ ଟ୍ରଷ୍ଟର ସଂଯୋଜକ ଚିନ୍ମୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ନେଇ ଅବଗତ କରାଇଥିଲେ। ଏଥିସହ ରେଳ ବ୍ୟବହାରିକ ସଂଘ ପକ୍ଷରୁ ୨୦ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।
ଗୁଣପୁର ଷ୍ଟେଶନରେ ଯାତ୍ରୀ ଟିକେଟ ସୁବିଧା କେନ୍ଦ୍ର ଓ ଜନସାଧାରଣଙ୍କୁ ଟିକେଟ ବୁକିଂ ସେବା ଯୋଗାଇବା,ଗୁଣପୁର ଏବଂ ପାରଳାଖେମୁଣ୍ଡି ଷ୍ଟେଶନରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରିବା, ଉଭୟ ଷ୍ଟେଶନରେ ଦ୍ବିତୀୟ ପ୍ଲାଟଫର୍ମ ନିର୍ମାଣ ଏବଂ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ, କାଶୀନଗର ଓ ତେମ୍ବୁରଠାରେ ନୂତନ ରେଳ ଷ୍ଟେଶନ କାର୍ଯ୍ୟକ୍ଷମ କରିବା ସହ ଗୁଣପୁରଠାରେ ଆଉ ଗୋଟିଏ ଲୁପ୍‌ ଲାଇନ କରିବା, ଷ୍ଟେଶନ ଗୁଡ଼ିକରେ ଟ୍ରେନ୍‌ ଗୁଡ଼ିକର କ୍ରସିଂ ପାଇଁ ସୁବିଧା କରିବା, ଗୁଣପୁର ଓ ପାରାଳାଖେମୁଣ୍ଡି ଷ୍ଟେଶନରେ ଯାତ୍ରୀଙ୍କ ପାଇଁ ଅପେକ୍ଷା ଗୃହ ନିର୍ମାଣ, ଶିଶୁ ଉଦ୍ୟାନ ନିର୍ମାଣ, ଗୁଣପୁର ଓ ପାରାଳାଖେମୁଣ୍ଡି ଷ୍ଟେଶନରେ ପାର୍ସଲ ନେବା ଆଣିବା ସୁବିଧା ଯୋଗାଇବା, କଟକ-ପଲାସା-କଟକ ଟ୍ରେନ୍‌ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ରାତ୍ରକାଳୀନ ଗୁଣପୁର-ପଲାସା-ଗୁଣପୁର ଟ୍ରେନ୍‌କୁ ପୂର୍ବଭଳି ଚାଲୁ କରିବା, ଗୁଣପୁର ଠାରୁ ଖଡ଼ଗପୁର ଓ ସାଲିମାରକୁ ଏବଂ ବିଜୟୱାଡାକୁ ନୂତନ ଟ୍ରେନ୍‌ ଚଳାଚଳ କରିବା ଆଦି ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି। ସେହିପରି ରେଲ୍‌ଓ୍ବେର ଜମି ଗୁଡ଼ିକ ଜବରଦଖଲ ହୋଇଥିବାରୁ ସେଗୁଡ଼ିକ ମୁକ୍ତ କରିବା ସହ ରେଲଓ୍ବେ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରିବା ବିଷୟରେ ମଧ୍ୟ ମଧ୍ୟ ଦାବି କରାଯାଇଥିଲା। ଏହାର ଉତ୍ତରରେ ଡିଆର୍‌ଏମ୍‌ କହିଥିଲେ ଯେ, ଗୁଣପୁର-ନୌପଡ଼ା ମଧ୍ୟରେ ଟ୍ରେନ୍‌ର ଷ୍ପିଡ୍‌ କିପରି ବୃଦ୍ଧି ପାଇବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ଏହା ହେବାଦ୍ବାରା ଅଧିକ ଟ୍ରେନ୍‌ ସହ ସମସ୍ତ ସୁବିଧା ଏହି ରେଳପଥରେ ମିଳିବ ସେ ନେଇ ଅନୁଧ୍ୟାନ କରିବାକୁ ଆସିଥିବା ସେ କହିଥିଲୋ ପ୍ଲାଟଫର୍ମର ଉଚ୍ଚତା ପାଇଁ ଟେଣ୍ଡର ସରିଛି। ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଷ୍ଟେଶନ ଗୁଡ଼ିକରେ ଟିକେଟର ବ୍ୟବସ୍ଥା ଠିକ୍‌ ନଥିବା, ଟିଟି ନ ଥିବା ଦ୍ବାରା ଯାତ୍ରୀ ଟ୍ରେନ୍‌ରେ ବିନା ଟିକଟରେ ମାନେ ଯାତ୍ରା କରୁଥିବା ଆଦି ବିଷୟରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଆରଏମ୍‌ କହିଥିଲେ। ସୂଚନାଯୋଗ୍ୟ, ଜାନୁୟାରୀ ୨୦ରେ ଡିଆର୍‌ଏମ୍‌ ଗୁଣପୁର ଗସ୍ତରେ ଆସିଥିବାବେଳେଏହା ତାଙ୍କର ଦ୍ବିତୀୟ ପରିଦର୍ଶନ ରହିଥିଲାା ଏହିସମୟରେରେଳବିଭାଗର ଅ୍ଯଯା୍ଯଯ ଅଧିକାରିମାନେ ମ୍ଯଯଉପସ୍ଥିତ ରହିଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା...

୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...

ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...

ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri