Posted inଜାତୀୟ

ଆରବ ସାଗରରେ ହେଲିକପ୍ଟର କଲା ଜରୁରୀ ଅବତରଣ…

ମୁମ୍ବାଇ, ୨୮।୬ : ମୁମ୍ବାଇ ନିକଟ ଆରବ ସାଗରର ବମ୍ବେ ହାଇ ନିକଟରେ ମଙ୍ଗଳବାର ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି। ଏଥିରେ ୭ ଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟ ଥିଲେ। କୋଷ୍ଟଗାର୍ଡ ଏବଂ କମ୍ପାନୀ ଦ୍ୱାରା ନଅ ଜଣଙ୍କୁ ଉଦ୍ଧାର କରାଯାଇଥିଲା॥

ସେମାନଙ୍କୁ ଚିକିତ୍ସାଲାଗି ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଘଟିଥିବାବେଳେ ଅନ୍ୟ ୫ ଜଣଙ୍କ ଚିକିତ୍ସା ଜାରି ରହିଛି। ମୃତକଙ୍କୁ ମୁକେଶ ପଟେଲ, ବିଜୟ ମଣ୍ଡଳୋଇ, ସତ୍ୟବନ୍ଦ ପାତ୍ର ଏବଂ ସଞ୍ଜୁ ଫ୍ରାନ୍ସସିସ୍‌ ଭାବେ ଚିହ୍ନଟ କରାଯାଇଛି।

ଏହି ଜରୁରୀକାଳୀନ ଅବତରଣ ଓଏନଜିସିର ରିଗ ସାଗର କିରଣ ନିକଟରେ କରାଯାଇଥିଲା। ହେଲିକପ୍ଟରଟି ମଧ୍ୟ ଓଏନଜିସିର ବୋଲି କୁହାଯାଉଛି। ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ (ଓଏନଜିସି) ଟୁଇଟ କରି କହିଛି ଯେ ହେଲିକପ୍ଟରଟି ବମ୍ବେ ହାଇ ଠାରେ ଥିବା ତୈଳ ଖଣି ଅଞ୍ଚଳ ନିକଟରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିଛି।

ଇଣ୍ଡିଆନ କୋଷ୍ଟଗାର୍ଡଙ୍କ ଅନୁଯାୟୀ ଏହି ହେଲିକପ୍ଟରଟି ଓଏନଜିସିର। ଏହା ସାଗର କିରଣ ନିକଟ ଏକ ଖାଇରେ ଅବତରଣ କରିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ମୁମ୍ବାଇ ଉପକୂଳରୁ ଏକ ଜାହାଜ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ହେଲିକପ୍ଟର ଚାଳକମାନଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟଗାର୍ଡ ବିମାନ ଲାଇଫ ରାଫ୍ଟ ପକାଇଥିଲା। କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟରେ ନୌସେନା ଏବଂ ଓଏନଜିସି ମଧ୍ୟରେ ସମନ୍ବୟ ରକ୍ଷା କରିଥିଲେ। କୋଷ୍ଟଗାର୍ଡର ଓଏସଭି ମାଲବ୍ୟ- ୧୬ କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri