ଖତ ଖାଉଛି ୨୦୦ କୁଇଣ୍ଟାଲ ଫାଇଲିନ ଚାଉଳ

ବାହାନଗା, ୨୬।୬(ଡି.ଏନ.ଏ.) ଫାଇଲିନ ବାତ୍ୟାକୁ ପୂରିଲାଣି ୮ବର୍ଷ ୬ମାସ। ହେଲେ ଫାଇଲିନରେ କ୍ଷତିଗ୍ରସ୍ତ ପରିବାର ଲାଗି ରିଲିଫ୍‌ ବାବଦକୁ ଆସିଥିବା ୨ଶହରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଚାଉଳ ଏବେ ବି ପଞ୍ଚାୟତ ଗୋଦାମରେ ପଡିରହିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ବାହାନଗା ପଞ୍ଚାୟତରେ।
ଅକ୍ଟୋବର ୧୨ତାରିଖରେ ଘୂର୍ଣ୍ଣିବାତ୍ୟା ଫାଇଲିନ୍‌ ଓଡିଶା ରାଜ୍ୟ ଉପକୂଳରେ ମାଡ଼ ହୋଇଥିଲା। ଏଥିରେ ବହୁ ଜନଜୀବନ ସମେତ ଘରଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସରକାର ବାତ୍ୟା ପରେ କ୍ଷତିଗ୍ରସ୍ତ ପରିବାରଙ୍କୁ ମାଗଣାରେ ରିଲିଫ୍‌ ବାବଦକୁ ଚାଉଳ ଯୋଗାଇ ଦେଇଥିଲେ। ଯୋଗାଣ ବିଭାଗ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପ୍ରତି ପଞ୍ଚାୟତକୁ ଶହ ଶହ କୁଇଣ୍ଟାଲ ଚାଉଳ ଲୋକଙ୍କୁ ବାଣ୍ଟିବା ପାଇଁ ଯୋଗାଇ ଦେଇଥିଲେ। ମାତ୍ର ସେହି ଚାଉଳ ଲୋକଙ୍କୁ ଦେବା ପରେ ଆହୁରି ୨ଶହରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଚାଉଳ କିପରି ବଳିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫାଇଲିନ ହେବାର ୮ବର୍ଷ ୬ ମାସ ବିତିଯାଇଥିଲେ ମଧ୍ୟ ସେ ବାବଦକୁ ଆସିଥିବା ରିଲିଫ୍‌ ଚାଉଳ ଲୋକଙ୍କୁ ନ ବାଣ୍ଟି କ’ଣ ପାଇଁ ପଞ୍ଚାୟତରେ ଏବେ ଚାଉଳ ଗଚ୍ଛିତ ରଖାଯାଇଛି। ଯଦି କ୍ଷତିଗ୍ରସ୍ତ ଲୋକଙ୍କୁ ଚାଉଳ ବଣ୍ଟାଯାଇଛି ତା’ ହେଲେ ବଳକା ଚାଉଳ ଯୋଗାଣ ବିଭାଗକୁ କାହଁିକି ଫେରାଇ ଦିଆଯାଇନାହିଁ। ଏତେ ବର୍ଷ ହେଲାଣି ପଞ୍ଚାୟତ ଗୋଦାମରେ କ’ଣ ପାଇଁ ଗଚ୍ଛିତ ହୋଇରହିଛି। ପଞ୍ଚାୟତ ଗୋଦାମରେ ରହିଥିବା ଚାଉଳ ଏବେ ପୋକ ସାଲୁବାଲୁ ହୋଇ ନଷ୍ଟ ହୋଇଯିବଣି। ଅନ୍ୟପକ୍ଷରେ ଗୋଦାମ ଘର ଭିତରେ ମୂଷା ଓ ସାପ ରହିଥିବା ଅନୁମାନ କରାଯାଉଛି। କାରଣ ଗୋଦାମ ଘରର ଚାବି କାହାପାଖରେ ଅଛି ତାହା କେହି କହିପାରୁନାହାନ୍ତି ା ଗୋଦାମ କବାଟ ପାଖରେ ମୂଷା ତାଡି ମାଟି ଭର୍ତ୍ତି କରିଥିବା ଦେଖାଯାଉଛି। ଗଚ୍ଛିତ ଚାଉଳ ବାବଦରେ ବର୍ତ୍ତମାନର ସରପଞ୍ଚ ବ୍ରଜେନ୍ଦ୍ର କୁମାର ପଣ୍ଡା କହନ୍ତି ଗୋଦାମ ଘରର ଚାବି ମୋ ପାଖରେ ନାହିଁ ା ମୁଁ ଦାୟିତ୍ୱ ନେବା ପରେ ପୂର୍ବତନ ସରପଞ୍ଚଙ୍କୁ ଚାବି ବାବଦରେ ମାଗିବାରୁ ତାଙ୍କ ନିକଟରେ ନାହିଁ ବୋଲି କହିଥିଲେ। ଏ ବାବଦରେ ସରପଞ୍ଚ ବାହାନଗା ବିଡିଓ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି ପଦକ୍ଷେପ ନେଉନାହାନ୍ତି। ସରପଞ୍ଚ ପଣ୍ଡା ତା୨୩ା୫ା୨୨ରିଖରେ ବାଲେଶ୍ୱର ଜିଲାର ତକତ୍ାଳୀନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଗୋଦାମ ଖୋଲି ଚାଉଳର ସ୍ଥିତ କଣ ସେ ବିଷୟରେ କିଛି ପଦକ୍ଷେପ ନେଉନାହାନ୍ତି। ଏ ବିଷୟରେ ବାହାନଗା ବିଡିଓ ଦାୟିତ୍ୱରେ ଥବା ସୋର ବିଡିଓ ସୁଶାନ୍ତ କୁମାର ବାରିକ କହନ୍ତି ମୁଁ ଦାୟିତ୍ୱ ନେବାର ୧୫ଦିନ ହୋଇଛି ସେ ବାବଦରେ କିଛି କହିପାରିବି ନାହିଁ। ମୋ ପାଖରେ କେହି କିଛି ଅଭିଯୋଗ କରିନାହାନ୍ତି ା ୨୦୧୩ରେ ଥିବା ବିଡିଓ ଓ ତହସିଲଦାରଙ୍କ ସମେତ ସରପଞ୍ଚ ସେମାନେ ଫାଇଲିନ୍‌ ଚାଉଳ ଗଚ୍ଛିତ ହୋଇ ରହିବା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିବେ। ସରପଞ୍ଚ ପଣ୍ଡା କହନ୍ତି ଜିଲାପାଳଙ୍କୁ ଅଭିଯୋଗ କରିବା ପରେ କେହି କିଛି ବୁଝୁନାହାନ୍ତି ା
ତେବେ ମୁଁ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ଯାଇ ଏସ୍‌ଆରସିଙ୍କଠାରେ ଅଭିଯୋଗ କରିବି ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri