ଘରର ମୁଖ୍ୟଙ୍କ ପାଖରେ ଏସବୁ ଗୁଣ ରହିବା ବହୁତ ଜରୁରୀ, ନଚେତ ଭାଙ୍ଗିଯିବ…

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଜୀବନରେ ପ୍ରୟୋଗ କଲେ ସୁଖଶାନ୍ତିରେ ଦିନ ବିତିଥାଏ। କୌଣସି ସମସ୍ୟା ପାଖ ମାଡ଼ି ନ ଥାଏ। ତେବେ ଚାଣକ୍ୟ ନିଜର ଗୋଟିଏ ନୀତିରେ ଘରର ମୁଖ୍ୟ କେଉଁଭଳି ହେବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା:

-ଯାହାର ଭାଇ-ବନ୍ଧୁଙ୍କ ସହ ଭଲ ସମ୍ପର୍କ ଥିବ
ଚାଣକ୍ୟ କୁହନ୍ତି ନିଜ ଭାଇବନ୍ଧୁଙ୍କ ସହ ଭଲ ସମ୍ପର୍କ ରଖିବାର ଦାୟିତ୍ୱ ଘରର ମୁଖ୍ୟଙ୍କର। ଯଦି ସେ ଏଥିରେ ବିଫଳ ହୁଅନ୍ତି ତେବେ ପରିବାରରେ ଅଶାନ୍ତି ଖେଳିଯାଏ। ଏଣୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଗୁଣ ତାଙ୍କ ଭିତରେ ରହିବା ଉଚିତ।

-ଖାଦ୍ୟର ସମ୍ମାନ କରିବା:
ଚାଣକ୍ୟ କୁହନ୍ତି ପରିବାରରେ ବଡ଼ ଲୋକଙ୍କୁ ଦେଖି ଛୋଟ ପିଲା ଶିଖିଥାନ୍ତି। ଏଥିଲାଗି ଘରର ମୁଖ୍ୟ କେବେ ବି ଅନ୍ନ ନଷ୍ଟ କରିବା ଉଚିତ ନୁହେଁ। କାରଣ ଆପଣ ସେଭଳି କଲେ ପିଲାମାନେ ତାହା ଶିଖିବେ। ଫଳରେ ଘରୁ ସୁଖସମୃଦ୍ଧି ଦୂର ହୋଇଯିବ। ନିଜେ ଅନ୍ନର ସମ୍ମାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ଶିକ୍ଷା ଦିଅନ୍ତୁ।

-ପରିବାରର ସମସ୍ତ ସଦସ୍ୟଙ୍କ ସହ କଥା ହୁଅନ୍ତୁ:
ଚାଣକ୍ୟ କୁହନ୍ତି ଯିଏ ମୁଖ୍ୟ ସେ ପରିବାରର ସମସ୍ତ ସଦସ୍ୟଙ୍କ ସହ କଥା ହେବା ଉଚିତ। ସେ ଏଭଳି ସ୍ବଭାବର ହେଲେ ଅନ୍ୟମାନେ ତାଙ୍କୁ ନିଜର ସମସ୍ୟା କହିବେ। ଫଳରେ ଏକାସହ ବସି ସମାଧାନ ବାହାର କରିହେବ।

-ଅଯଥା ଖର୍ଚ୍ଚ କରନ୍ତୁ ନାହିଁ:

ଚାଣକ୍ୟ କୁହନ୍ତି ପରିବାରର ମୁଖ୍ୟ ସର୍ବଦା ପରିବାର ଏବଂ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ। ଭବିଷ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବା ଉଚିତ। ଯଥାସମ୍ଭବ ସେ ଅଯଥା ଖର୍ଚ୍ଚରୁ ଦୂରରେ ରହିବା ଉଚିତ। ଫଳରେ ଭବିଷ୍ୟତ ପୀଢ଼ି ଲାଗି ସଞ୍ଚୟ କରିହେବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri