Odisha Elections 2024

ଏଟିଏମ୍‌ରୁ ୫୫ ହଜାର ଟଙ୍କା, କାର୍ଡ ଚୋରି

ଗୁଣପୁର,୧୩ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ସହର ବିକ୍ରମପୁର ସ୍ଥିତ ଏସ୍‌ବିଆଇର ଏକ ଏଟିଏମ୍‌ରୁ ଜଣେ ବ୍ୟକ୍ତିଙ୍କ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗରୁ ଜଣାଯାଏ, ବିକ୍ରମପୁର ଅଞ୍ଚଳର ଜି. ଉପେନ୍ଦ୍ର ୫୫ ହଜାର ଟଙ୍କା ଧରି ଏଟିଏମ୍‌ରେ ଜମା କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ମୋବାଇଲକୁ ଏକ କଲ୍‌ ଆସିବାରୁ ଅନ୍ୟମନସ୍କ ହୋଇ ଏଟିଏମ୍‌ ଉପରେ ଟଙ୍କା ଏବଂ ଏଟିଏମ୍‌ କାର୍ଡ ରଖି କଥା ହେବାକୁ ବାହାରକୁ ଆସିଯାଇଥିଲେ। ପରବର୍ତ୍ତି ସମୟରେ ସେ ସେଠାରେ ଟଙ୍କା ନ ଥିବା ଜାଣି ଉପେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ଟଙ୍କା ନେଇ ଚାଲିଯାଇଥିବା ଏଟିଏମ୍‌ରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ସମୟରେ ଜଣାପଡ଼ିଛି। ଉପେନ୍ଦ୍ର ବାହାରକୁ ଚାଲିଯିବା ପରେ ସମ୍ପୃକ୍ତ ବ୍ୟକ୍ତି ଏଟିଏମ୍‌କୁ ଆସିଥିଲେ। ନିଜେ ଟଙ୍କା ଉଠାଇବା ସହ ଏଟିଏମ୍‌ ଉପରେ ପୂର୍ବରୁ ଥିବା ଟଙ୍କା ଏବଂ ଏଟିଏମ୍‌ କାର୍ଡ ମଧ୍ୟ ନେଇଯାଇଥିବା ଫୁଟେଜରୁ ସ୍ପଷ୍ଟ ହୋଇଛି। ପୋଲିସ ଏହି ଆଧାରରେ ତଦନ୍ତ ଚଳାଇଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

ବିଷମ କଟକ,୧୫।୫(ବିଭୂତି ଭୂଷଣ ନାୟକ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯...

ମତଦାନ ସାବ୍ୟସ୍ତ କଲେ ଏମ୍‌ପି ସପ୍ତଗିରି

ରାୟଗଡ଼ା,୧୩ା୫(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ କୋରାପୁଟ ଲୋକ ସଭା ଓ ରାୟଗଡ଼ା ଜିଲାର ରାୟଗଡ଼ା, ବିଷମକଟକ ଓ ଗୁଣପୁରଠାରେ ମତଦାନ ଆରମ୍ଭ...

ମତଦାନ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା

ବିଷମକଟକ,୧୩ା୫(ବିଭୂତି ଭୂଷଣ ନାୟକ): ସୋମବାର ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଭୋଟ୍‌ ଦେବାକୁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇଥିଲେ।...

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri