ତଦନ୍ତର ୧୫ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଖଇରା,୧୩।୬: ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ କଡମିଆଁସ୍ଥିତ ରାଧାଶ୍ୟାମ ଏମ୍‌ଇ ସ୍କୁଲ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଆର୍ଥତ୍କ ଅନିୟମିତତା ହୋଇଥିବା ନେଇ ସମୂହ ଗ୍ରାମବାସୀ ବାଲେଶ୍ୱର ଜିଲାପାଳ ଓ ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଏବିଇଓ ଶ୍ରୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଉପଲବ୍ଧି କରି ତାଙ୍କର ରିପୋର୍ଟ ବିଇଓଙ୍କୁ ପ୍ରଦାନ କରିଥିଲେ। ହେଲେ ତଦନ୍ତର ୧୫ଦିନ ଅତିକ୍ରମ କରିଥିଲେ ହେଁ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଖଇରା ବ୍ଲକ ଶିକ୍ଷାବିଭାଗର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ଅବସର ଗ୍ରହଣ କରିଥିବା ଉକ୍ତ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଗ୍ରାମର ମଧୁସୂଦନ ନାୟକ, ସିଦ୍ଧେଶ୍ୱର ନାୟକ, ଧନେଶ୍ୱର ରାଉତ, ଜଗବନ୍ଧୁ ସ୍ବାଇଁ, ଅଭିରାମ ରାଉତ, ସର୍ବେଶ୍ୱର ନାୟକ, ତାପସ କୁମାର ନାୟକ, ରଞ୍ଜନ କୁମାର ରାଉତ ଓ ତ୍ରିଲୋଚନ ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏଥିସହ ଉକ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି ା
ଅଭିଯୋଗ ଅନୁଯାୟୀ ବିଦ୍ୟାଳୟକୁ ଆସିଥିବା ଏସ୍‌ଆଇଜି, ରାମ୍ପ୍ସ, ଦିବ୍ୟାଙ୍ଗ ପାଇଖାନା, ପିଲାଙ୍କ ଷ୍ଟାଇପେଣ୍ଡ ଭଳି ବିଭିନ୍ନ ଗ୍ରାଣ୍ଟ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ଗ୍ରାମବାସୀଙ୍କ ନଜରକୁ ଆସିଥିଲା ା ଏ ସମ୍ପର୍କରେ ଗ୍ରାମବାସୀ ବିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ମେ’ ୨୬ ତାରିଖରେ ଏବିଇଓଙ୍କ ଶ୍ରୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିଥିଲେ ା ହେଲେ ପ୍ରଧାନଶିକ୍ଷକ ଆବଶ୍ୟକ କାଗଜପତ୍ର ଦେଖାଇବାକୁ ଅକ୍ଷମ ଥିଲେ। ଏ ସମ୍ପର୍କରେ ଶ୍ରୀଧର ବେହେରାଙ୍କୁ ଯୋଗାଯୋଗ କରିବାରେ ସେ ତାଙ୍କର ରିପୋର୍ଟ ବିଇଓଙ୍କୁ ପ୍ରଦାନ କରିସାରିଛନ୍ତି ା ସେ ଯାହା ନିଷ୍ପତ୍ତି ନେବେ। ଏଭଳି ପରିସ୍ଥିତିରେ ଗତ ୩୧ତାରିଖରେ ସେ ଅବସର ଗ୍ରହଣ କରିବା ପରେ ଏବେ ଅନ୍ୟ କୌଣସି ଶିକ୍ଷକ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହେଉ ନ ଥିବାରୁ ବିଦ୍ୟାଳୟରେ ଅଚଳାବସ୍ଥା ଲାଗିରହିଛି। ବିଇଓ ଗୋଲକ ପ୍ରସାଦ ପାଢୀଙ୍କୁ ଯୋଗାଯୋଗ କରିବାରେ ସମ୍ପୃକ୍ତ ଶିକ୍ଷକ ଜଣକ ଆବଶ୍ୟକ ରେକର୍ଡ ପ୍ରସ୍ତୁତ କରି ୩ଦିନ ତଳେ ତାଙ୍କୁ ଦେଇସାରିଥିବା କହିଛନ୍ତି। ଉକ୍ତ ଶିକ୍ଷକଙ୍କ ଏଭଳି ଜାଲିଆତିରେ ଶିକ୍ଷା ବିଭାଗର ବହୁ କର୍ମଚାରୀ ସମ୍ପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ କହିଛନ୍ତି ା ସମ୍ପୃକ୍ତ ଶିକ୍ଷକଙ୍କୁ ଯୋଗାଯୋଗ କରିବାରେ ସେ ଅସୁସ୍ଥ ଥିବାରୁ କିଛି କହିପାରିବେ ନାହିଁ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri