ଇନ୍‌ଷ୍ଟାରେ ଗୋଟିଏ ଫୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ସାମନ୍ଥା

ସାଉଥ ସିନେମାର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମନ୍ଥା ରୁଥ ପ୍ରଭୁ ଅନ୍ୟତମ। ପରଦାରେ ଚମତ୍କାର ଅଭିନୟ ଜରିଆରେ ସେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ବହୁତ ଲମ୍ବା। ସୋସିଆଲ ମିଡିଆରେ ସାମନ୍ଥା ବେଶ୍‌ ସକ୍ରିୟ। ପ୍ରାୟତଃ ସେ ନୂଆ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ସାମନ୍ଥା ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି।
ସାମନ୍ଥା ଦକ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କ ବୋହୂ ଅର୍ଥାତ୍‌ ନାଗା ଚୈତନ୍ୟଙ୍କ ପୂର୍ବତନ ସ୍ତ୍ରୀ। ଗତ ବର୍ଷ ଦୁହେଁ କେବଳ ଅଲଗା ହୋଇଥିଲେ। ଏହି ଦୁହିଁଙ୍କ ଛାଡପତ୍ରକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହାପରେ ସାମନ୍ଥା କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସାମନ୍ଥାଙ୍କ ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ସେ ବର୍ତ୍ତମାନ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ସାମନ୍ଥା ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ନୂଆ ଫଟୋ ଭିଡିଓ ଶେୟାର କରନ୍ତି। ଏଥିରେ ସେ ଅଧିକାଂଶ ବ୍ରାଣ୍ଡର ପ୍ରମୋଶନ କରୁଥିବା ମଧ୍ୟ ଦେଖାଯାଏ। ନିକଟରେ ସାମନ୍ତ ଇନଷ୍ଟାଗ୍ରାମରେ ବିକିନି ପିନ୍ଧି ଏକ ଫଟୋ ଶେୟାର କରିଛନ୍ତି। ସାମନ୍ଥା ସୋସିଆଲ ମିଡିଆରେ ଏହି ବିକିନି ବ୍ରାଣ୍ଡର ପ୍ରଚାର ପାଇଁ କୋଟି କୋଟି ଟଙ୍କା ନିଅନ୍ତି।
ଇନଷ୍ଟାଗ୍ରାମରେ ଏହି ବ୍ରାଣ୍ଡଗୁଡିକ ପୋଷ୍ଟ କରିବା ଏବଂ ପ୍ରମୋଶନ କରିବା ପାଇଁ ସାମନ୍ଥା ପ୍ରାୟ ୨ ରୁ ୩ କୋଟି ଟଙ୍କା ନେଇଥାନ୍ତି। ଇନଷ୍ଟାଗ୍ରାମରେ ସାମନ୍ଥାଙ୍କର ୨୩.୯ ନିୟୁତ ଫଲୋଅର୍ସ ଅଛନ୍ତି। ସାମନ୍ଥା ଖୁବ ଶୀଘ୍ର ସାଉଥ ହରର ଫିକ୍ସନ ଫିଲ୍ମ ‘ଯଶୋଦା’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri