ସ୍ତ୍ରୀଙ୍କୁ ଫେରିପାଇଲେ ସ୍ବାମୀ

ଧାମନଗର,୬।୬(ସ୍ବ.ପ୍ର.):ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳର ଜଣେ ମହିଳା ପରୀକ୍ଷା ଦେବାକୁ ଯାଇ ଗତମାସ ୩୦ ତାରିଖରୁ ନିଖୋଜ ଥିଲେ। ଏପଟେ ସ୍ତ୍ରୀଙ୍କୁ ଝୁରି ଝୁରି କାନ୍ଦୁଥିଲେ ସ୍ବାମୀ। ସୋମବାର ବାଲେଶ୍ୱର ଜିଲା ସାହାଡ଼ା ଅଣ୍ଡରାଇ ଅଞ୍ଚଳରୁ ତାଙ୍କ ସ୍ବାମୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ସ୍ତ୍ରୀଙ୍କୁ ଫେରି ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ସ୍ବାମୀ। ବାପଘର ସମେତ ମାଇଁ ଓ ମାମୁ ମିଶି ପରୀକ୍ଷା ହଲ୍‌ ନିକଟରୁ ତାଙ୍କୁ ଅପହରଣ କରି ନେଇଥିଲେ ବୋଲି ମହିଳା ଜଣଙ୍କ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏକ ସିକ୍ରେଟ ସିମ୍‌ ମାଧ୍ୟମରେ ସ୍ତ୍ରୀଙ୍କଠାରୁ ମେସେଜ ପାଇ ଯୁବକ ଜଣଙ୍କ ସୋମବାର ବାଲେଶ୍ୱର ସାହାଡ଼ା ଅଣ୍ଡରାଇସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମହିଳାଙ୍କର ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ସ୍ବାମୀଙ୍କୁ ଦେଖି ସ୍ତ୍ରୀ ଦୌଡ଼ି ଆସିବା ପରେ ସେ ତାଙ୍କୁ ବାଇକ୍‌ରେ ନେଇ ଘରକୁ ଫେରିଛନ୍ତି। ପୂର୍ବରୁ ସେ ସ୍ତ୍ରୀଙ୍କୁ ଦେଇଥିବା ସିକ୍ରେଟ ସିମ୍‌ ତାଙ୍କୁ ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଯୁବକ ଜଣଙ୍କ ପ୍ରକାଶ କରିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ ଗତ ୩୦ତାରିଖରେ ସେ ଯୁକ୍ତ ୩ ପରୀକ୍ଷା ଦେବାକୁ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପରୀକ୍ଷା ହଲ୍‌ରୁ ବାହାରିବା ପରେ ତାଙ୍କ ସ୍ବାମୀ କାର୍‌ରେ ଅପେକ୍ଷା କରିଛନ୍ତି, ସାଙ୍ଗରେ ବୁଲିଯିବା ପାଇଁ ତାଙ୍କୁ ଡାକୁଛନ୍ତି ବୋଲି ଜଣେ ବ୍ୟକ୍ତି କହିଥିଲେ। ସେ ଗାଡ଼ି ପାଖରେ ପହଞ୍ଚିବା ମାତ୍ରେ କେହି ଜଣେ ତାଙ୍କ ମୁହଁରେ ଏକ ରୁମାଲ ଶୁଙ୍ଘାଇ ଦେବାରୁ ସେ ଅଚେତ ହୋଇଯାଇଥିଲେ। ଚେତା ଫେରିବା ପରେ ତାଙ୍କ ମାମୁଘର ବାସୁଦେବପୁର ବ୍ଲକ ମଇତାପୁର ଅଞ୍ଚଳରେ ଥିବା ସେ ଜାଣିବାକୁ ପାଇଥିଲେ। ରବିବାର ବ୍ରାହ୍ମଣିପାଳସ୍ଥିତ ତାଙ୍କ ବାପଘରକୁ ନିଆଯାଇଥିଲା। ମେସେଜ ଦ୍ୱାରା ସେ ଘଟଣା ସମ୍ପର୍କରେ ସ୍ବାମୀଙ୍କୁ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ସେମାନେ ଦୁଇବର୍ଷ ଧରି ପରସ୍ପରକୁ ଭଲପାଉଥିଲେ। ତେବେ ଉଭୟ ଘର ଲୋକଙ୍କୁ ନ ଜଣାଇ ଫେରାର ହୋଇଯାଇଥିଲେ। ମିଳିବା ପରେ ପୁଅ ପରିବାର ପକ୍ଷରୁ ପୁରୀର ନୃସିଂହ ନାଥ ମନ୍ଦିରରେ ବିବାହ କରାଇ ଘରକୁ ଆଣିଥିଲେ। ୭ ମାସ ଧରି ଘରେ ରହିବା ପରେ ବୋହୂ ପାଠ ପଢ଼ିବାକୁ ଜିଦ୍‌ ଧରିବାରୁ କଲେଜରେ ଆଡ୍‌ମିଶନ କରାଯାଇଥିଲା। ସେଦିନ ପରୀକ୍ଷା ସରିବା ପରେ ସ୍ବାମୀ ଆଣିବାକୁ ଯାଇଥିବା ବେଳେ ଏକ କାର୍‌ରେ ବସି ସ୍ତ୍ରୀ ଚାଲିଯାଇଥିଲେ। ବହୁ ବାଟ ପିଛା କରି ନିରାଶ ହେବା ପରେ ସେ ଘରକୁ ଫେରି ପରିବାର ଲୋକଙ୍କ ଆଗରେ କହିଥିଲେ। ପରେ ପରିବାର ପକ୍ଷରୁ ଏନେଇ ଧୂଷୁରୀ ଥାନାରେ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ. ୪୪/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri