Posted inଫୁରସତ

ଦରମା ଟଙ୍କାରେ ଠାକୁରାଣୀଙ୍କ ପାଖରେ ଭୋଗ କରିଥିଲି: ଅଜିତ୍‌ ଶତପଥୀ

ମୋର ଜନ୍ମ ବ୍ରହ୍ମପୁରରେ। ମହାରାଜା ବାଳକ ଉଚ୍ଚବିଦ୍ୟାଳୟରୁ ଦଶମ ପାସ୍‌ କରିବା ପରେ ଖଲିକୋଟ କଲେଜରେ ଆଇ.ଏସ୍‌ସି., ଓୟୁଏଟିରେ ଥିବା କଲେଜ ଅଫ୍‌ ଏଗ୍ରିକଲ୍‌ଚର୍‌ରେ ବି.ଏସ୍‌ସି.ଏଗ୍ରିକଲ୍‌ଚର୍‌ ଏବଂ ଜି.ବି. ପନ୍ତ ୟୁନିଭର୍ସିଟି ଅଫ୍‌ ଏଗ୍ରିକଲ୍‌ଚର୍‌ ଆଣ୍ଡ ଟେକ୍‌ନୋଲୋଜିରେ ଏମ୍‌.ଏସ୍‌ସି. ଏଗ୍ରିକଲ୍‌ଚର୍‌ କୋର୍ସ କରିଥିଲି। ଏହାପରେ ମୁଁ ଓଡ଼ିଶା ଫରେଷ୍ଟ ସର୍ଭିସ୍‌ ପାଇଁ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହେଲାପରେ ପ୍ରଥମେ ୨ ବର୍ଷ ଟ୍ରେନିଂରେ ରହିଲି। ଏହି ସମୟରେ ମୋତେ କିଛି କିଛି ଷ୍ଟାଇପେଣ୍ଡ ମିଳୁଥିଲା; ଯାହାକି ସେହି ସମୟରେ ଟ୍ରେନିଂ ବାବଦେ ହିଁ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇଯାଉଥିଲା। ତା’ପରେ ମୋର ପ୍ରଥମ ପୋଷ୍ଟିଂ ହୋଇଥିଲା ସହକାରୀ ବନ ସଂରକ୍ଷକ ଭାବେ ଅନୁଗୋଳ ଫରେଷ୍ଟ ଡିଭିଜନ୍‌ରେ। ୧୯୯୦ ମସିହା ନଭେମ୍ବର ୫ରେ ମୁଁ ସେଠାରେ ଜଏନ୍‌ କରିଥିଲି। ଏଠାରେ ପ୍ରଥମ କରି ଯେଉଁ ଦରମା ମିଳିଥିଲା, ସେଥିରୁ କିଛି ଟଙ୍କାରେ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ପାଖରେ ଭୋଗ କରିଥିଲି। ସେହିପରି ପ୍ରାୟ ୧୦/୧୨ ଜଣ ଦୁଃଖୀରଙ୍କିଙ୍କୁ ଖାଇବାକୁ ଦେବାପାଇଁ ମନ୍ଦିରର ପୂଜାରୀଙ୍କୁ ମଧ୍ୟ କିଛି ଟଙ୍କା ଦେଇଥିଲି। ଏଥିସହିତ ମୋ ଅଫିସ ପାଖରେ ଥିବା ଏକ ହୋଟେଲ୍‌ (ଯେଉଁଠାରେ ମୁଁ ପ୍ରତିଦିନ ଖାଇଥାଏ)ରେ ଛୋଟୁ ବୋଲି ଜଣେ କୁନିପିଲା କାମ କରୁଥିଲା। ପଢା ପ୍ରତି ତା’ର ଖୁବ୍‌ ଆଗ୍ରହ ଥିଲା। ତେଣୁ କିଛି ଟଙ୍କାରେ ତା’ପାଇଁ ଗୋଟିଏ ବର୍ଣ୍ଣବୋଧ ବହି, ୨ଟା ଖାତା, ରବର, ପେନ୍‌ସିଲ୍‌ ଆଦି କିଣି ଦେଇଥିଲି। ସେଦିନ ତା’ର ଖୁସି କହିଲେ ନସରେ। ଏସବୁ ପରେ ଯେବେ ମୁଁ ଘରକୁ ଯାଇଥିଲି ବଳିଥିବା ଦରମା ଟଙ୍କା ସବୁକୁ ବାପାଙ୍କ ହାତରେ ଦେଇ ଦେଇଥିଲି। ବାପାମା’ଙ୍କର ଆମେ ଥିଲୁ ୫ ପୁଅଝିଅ। ସେମାନଙ୍କ ମଧ୍ୟରେ ମୁଁ ଥିଲି ମଝିଆ। ମୋ ଉପରେ ବଡ଼ ଦୁଇ ଭାଇ ଓ ତଳେ ସାନ ଦୁଇ ଭଉଣୀ। ବାପା ପୋଲିସ ବିଭାଗରେ ଚାକିରି କରୁଥିଲେ। ଘରର ସେମିତି କିଛି ଦାୟିତ୍ୱ ନ ଥିଲେ ବି ପ୍ରତିମାସରେ କିଛି କିଛି ଟଙ୍କା ମୁଁ ଘରକୁ ପଠାଇ ଦେଉଥିଲି। ୟା’ଭିତରେ ଅନେକ ବର୍ଷ ବିତିଯାଇଛି। ଚାକିରି କ୍ଷେତ୍ରରେ ବହୁ ସ୍ଥାନକୁ ମୋର ବଦଳି ହୋଇଛି, ତା’ସହିତ ପ୍ରମୋଶନ ବି ମିଳିଛି। ଏବେ ମୁଁ କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ୍‌, ଆନନ୍ଦପୁରରେ ବନଖଣ୍ଡ ଅଧିକାରୀ ଭାବେ ଅବସ୍ଥାପିତ। ଚାକିରି ବାଦ୍‌ ଅଭିନୟ ପ୍ରତି ମୋର ଖୁବ୍‌ ରୁଚି ରହିଛି। ଷଷ୍ଠ ଶ୍ରେଣୀରେ ପଢିଲାବେଳେ ସ୍କୁଲ୍‌ ଡ୍ରାମାରେ ବାଜି ରାଉତ ଭୂମିକାରେ ଅଭିନୟ କରିବାର ସୁଯୋଗ ମୁଁ ପାଇଥିଲି। ପ୍ରଥମ ଅଭିନୟରେ ହିଁ ଦର୍ଶକଙ୍କର ମନ ଜିଣିବା ସହ ପୁରସ୍କୃତ ହେବାରୁ ମୋ ଭିତରେ କ୍ରମେ ଅଭିନୟ ପ୍ରତି ବେଶ୍‌ ଆଗ୍ରହ ବଢ଼ିଯାଇଥିଲା। ତା’ପରଠୁ ମୁଁ ଆଉ ଫେରି ଚାହିଁନି। ଅଭିନୟ ସାଙ୍ଗକୁ କଲେଜପଢ଼ା ସମୟରେ ନିଜେ ନାଟକ ଲେଖିବା ସହ ସେଥିରେ ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଦେଲି। ‘ଆମେ ପାଗଳ’ ହେଉଛି ମୋ ଲିଖିତ ଏକ ଲୋକପ୍ରିୟ ନାଟକ। କେବଳ ନାଟକ ନୁହେଁ ‘ନିଷିଦ୍ଧ ସ୍ବପ୍ନ’ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ଏବଂ ‘ଫଟା କପାଳ’ ନାମରେ ଏକ ଟେଲି ଫିଲ୍ମରେ ବି ଅଭିନୟର ସୁଯୋଗ ମୁଁ ପାଇଛି। ଏସବୁ ଥିଲା ମୋ ଚାକିରି ଜୀବନର ପୂର୍ବ କଥା। ଚାକିରି କରିବା ପରେ ବେଶ୍‌ କିଛିଦିନ ଏହି ଲାଇନ୍‌ରୁ ଦୂରେଇ ଯାଇଥିଲି। ହେଲେ ପୁନର୍ବାର ୨୦୦୫ରେ ଯେବେ ମୁଁ ଫୁଲବାଣୀରେ କାମ କରୁଥିଲି, ସେତେବେଳେ ସେଠାରେ ବନାନୀ ନାମରେ ଏକ ନାଟ୍ୟସଂସ୍ଥା ପ୍ରାୟତଃ ବନ୍ଦ ଅବସ୍ଥାରେ ରହିଥିଲା। ଉକ୍ତ ନାଟ୍ୟସଂସ୍ଥାକୁ ପୁନର୍ବାର ଚାଲୁକରି ଦୁଇଟି ନାଟକରେ ଅଭିନୟ କରିବା ସହ ଗୋଟିଏରେ ନିର୍ଦ୍ଦେଶନା ଦେଇଥିଲି। ବାସ୍‌ ତା’ପରଠୁ ପୁଣି ଏହି ଧାରାରେ ପଡ଼ିଗଲି। କେବଳ ନାଟକ ଲେଖିବା କି ନିର୍ଦ୍ଦେଶନା ଦେବାରେ ନିଜକୁ ସୀମିତ ନ ରଖି ଧାରାବାହିକରେ ପୁନର୍ବାର ଅଭିନୟ କରିବା ଆରମ୍ଭ କରିଛି; ଯାହା ମୋତେ ଏବେ ଏକ ଭିନ୍ନ ପରିଚିତି ଆଣିଦେଇଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri