ଭତ୍ତା ଟଙ୍କା ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

ବିଷମକଟକ,୫।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକରେ ପୁଣି ଭତ୍ତାକୁ ନେଇ ବିବାଦ। କେନ୍ଦ୍ର ସରକାରଙ୍କ ଡିଜିଟାଲ ବ୍ୟବସ୍ଥା ଗରିବ ଲୋକଙ୍କ ପାଇଁ ସମସ୍ୟା ହୋଇଛି। ବ୍ୟାଙ୍କ ଖାତାରେ ସିଧାସଳଖ ଭତ୍ତା ଟଙ୍କା ଜମା ହେବା ବ୍ୟବସ୍ଥା ସଫଳ ହୋଇପାରୁନି। ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଓ ମଧୁବାବୁ ପେନସନ ପାଉଥିବା ହିତାଧିକାରୀ ଦୀର୍ଘ ଦିନ ଧରି ନିଜର ଭତ୍ତା ପାଉ ନ ଥିବା ଅଭିଯୋଗ ହୋଇଛି। ଆଦିବାସୀ ନେତା ତଥା ବିଏସ୍‌ପିର ଜିଲା ସଭାପତି ଜିତୁ ଜାକାସିକାଙ୍କ ନେତୃତ୍ୱରେ ନିୟମଗିରି ସମେତ ବହୁ ଆଦିବାସୀ ଗ୍ରାମର ହିତାଧିକାରୀ ବିଷମକଟକ ବିଡିଓଙ୍କୁ ଭେଟି ପୂର୍ବ ଭଳି ଅଫ୍‌ଲାଇନରେ ଭତ୍ତା ପ୍ରଦାନ କରିବା ପାଇଁ ଲିଖିତ ଭାବେ ଦାବି ଜଣାଇଛନ୍ତି।
ହିତାଧିକାରୀଙ୍କ ଅଭିଯୋଗ ହେଲା, କେଉଁଠି ଜମା ଖାତାରେ ତ୍ରୁଟି ଯୋଗୁ ଖାତାକୁ ଟଙ୍କା ଆସୁନାହି ତ ଆଉ କାହାର ଟିପି ଚିହ୍ନରେ ତାଳ ମେଳ ରହୁନାହିଁ। ଏହି କାରଣରୁ ଫଳରେ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ଭତ୍ତା ବ୍ୟବସ୍ଥାରେ କୌଣସି ତ୍ରୁଟି ରହୁ ନ ଥିବାବେଳେ ଏବେ ଡିଜିଟାଲ ବ୍ୟବସ୍ଥାରେ ଅନେକ ତ୍ରୁଟି ରହୁଥିବା କହିଛନ୍ତି। ପୂର୍ବରୁ ବିଷମ କଟକ ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ପଞ୍ଚାୟତରେ ୧୫ ତାରିଖରେ ୧୫୫୨୪ ହିତାଧିକାରୀ ସହଜରେ ଭତ୍ତା ଟଙ୍କା ପାଉଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଗାଁ ଗାଁ ରେ ଭତ୍ତା ଟଙ୍କା ପହଞ୍ଚାଉଥିଲେ। ଏବେ ଡିଜିଟାଲ ବ୍ୟବସ୍ଥାରେ ଭତ୍ତା ଟଙ୍କା ବ୍ୟଙ୍କ ଖାତାକୁ ସିଧାସଳଖ ଯିବା ସୁବିଧା କରିଛନ୍ତି। ହେଲେ ଏହାର ହିତାଧିକାରୀ ଏହାର ସୁଫଳ ପାଉ ନ ଥିବା କହିଛନ୍ତି। ସେହିପରି ଅଧିକାଂଶ ପଞ୍ଚାୟତରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ନ ଥିବାବେଳେ ସେଠାରେ ଜନସେବା କେନ୍ଦ୍ର ଏବଂ ମିନି ବ୍ୟାଙ୍କ ବ୍ୟବସ୍ଥା ନାହିଁ। ଫଳରେ ମାତ୍ର ୫୦୦ ଏବଂ ୭୦୦ ଟଙ୍କା ଭତ୍ତା ପାଇବା ପାଇଁ ୨୦୦ ଟଙ୍କା ଖର୍ଚ୍ଚ କରି ଯିବାକୁ ପଡ଼ୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri