୩ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫…

ନୂଆଦିଲ୍ଲୀ, ୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି। ଏହା ବଢ଼ି ୩ ହଜାର ୭୧୨ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୧୦ ତଳେ ପହଞ୍ଚିଛି। ଏହା ୫ ରହିଛି। ଏହି ସମୟରେ ସକ୍ରିୟ ମାମଲା ପୁଣି ୧୯ ହଜାର ଟପିଛି। ଏହା ୧୯ ହଜାର ୫୦୯ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୫୮୪ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୬୪୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୬୪ ହଜାର ୫୪୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୨୦ ହଜାର ୩୯୪ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ କେରଳରେ ୧,୧୯୭ ଜଣ, ମହାରାଷ୍ଟ୍ରରେ ୧,୦୮୧ ଜଣ, ଦିଲ୍ଲୀରେ ୩୬୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୧୮୭ ଜଣ, କର୍ନାଟକରେ ୧୭୮ ଜଣ, ତାମିଲନାଡୁରେ ୧୩୯ ଜଣ, ଉତ୍ତରପ୍ରଦେଶରେ ୧୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୩ କୋଟି ୭୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ କୋଟି ମହିଳାଙ୍କୁ କରିବି ଲକ୍ଷପତି ଦିଦି…୬୦ ବର୍ଷ ବନାମ ୧୦ ବର୍ଷ: କଂଗ୍ରେସ ଉପରେ ବର୍ଷିଲେ ମୋଦି

ମୁମ୍ବାଇ,୩୦।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ମାଧାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri