Posted inଜାତୀୟ

କେଜ୍ରିଓ୍ବାଲ୍‌ଙ୍କ କଡ଼ା ଜବାବ: ଗିରଫ ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି, ତାଙ୍କୁ ପଦ୍ମଭୂଷଣ ଦିଆଯାଉ

ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ଭାଜପା ବାରମ୍ବାର ଆମ ଆଦମୀ ପାର୍ଟି ଉପରେ ଟାର୍ଗେଟ୍‌ କରୁଛି। ଏହାର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କୁ ସୁରକ୍ଷା ଦେଉଛନ୍ତି। ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି। ସେ ମୋହଲ୍ଲା କ୍ଲିନିକ୍‌ର ମଡେଲ୍‌ ଦେଇଛନ୍ତି, ତାଙ୍କୁ ପଦ୍ମଭୂଷଣ ଦିଆଯିବା ଉଚିତ୍‌ ବୋଲି କେଜ୍ରିୱାଲ କହିଛନ୍ତି।
ବୁଧବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫ ସତ୍ତ୍ୱେ ସତ୍ୟେନ୍ଦ୍ର ଜୈନଙ୍କୁ ମନ୍ତ୍ରୀ ପଦରେ ରଖାଯିବା ନେଇ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ କେଜ୍ରିୱାଲ କହିଛନ୍ତି, ମୁଁ ସବୁବେଳେ କହୁଛି ଯେ ସତ୍ୟେନ୍ଦ୍ର ଜୈନ ଦୃଢ ସଚ୍ଚୋଟ ପ୍ୟକ୍ତି। ସେ ନିଶ୍ଚେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ଖଲାସ ହେବେ। ସେ ମୋହଲା କ୍ଲିନିକର ମଡେଲ ଦେଇଛନ୍ତି, ଯାହାକୁ ଦେଖିବାକୁ ସାରା ବିଶ୍ୱରୁ ଲୋକମାନେ ଆସୁଛନ୍ତି। ତାଙ୍କୁ ପଦ୍ମଭୂଷଣ ଦିଆଯିବା ଉଚିତ୍‌।
ସୂଚନାଯୋଗ୍ୟ, ଗିରଫ ପରେ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବତନ୍ତ୍ର କୋର୍ଟ ଜୁନ ୯ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦେଇଛନ୍ତି। କୋଲକାତା ଭିତ୍ତିକ ହାୱାଲ କାରବାରେ ଶ୍ରୀ ଜୈନଙ୍କ କମ୍ପାନୀ ୨୦୧୫-୧୬ରେ ସାମିଲ ଥିଲା ଓ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା ବୋଲି ଇଡି ଜାଣିବାକୁ ପାଇଛି। ସତ୍ୟେନ୍ଦ୍ର ୨୦୧୫ରୁ ୧୭ ମଧ୍ୟରେ ବେଆଇନ ଭାବେ ୧.୬୭ କୋଟି ଟଙ୍କା ଠୁଳ କରିଥିଲେ। ଏହି ଟଙ୍କା ଜମି କିଣିବା ପାଇଁ ବ୍ୟବହାର ହୋଇଛି। ତଦନ୍ତ ବେଳେ ଜଣାପଡିଛି ଯେ, ଶେଲ କମ୍ପାନୀଗୁଡିକୁ କୋଲକାତାର ୨ ଜଣ ବ୍ୟକ୍ତି ପରିଚାଳନା କରୁଥିଲେ। ସେମାନେ ୧୦୦ ଟଙ୍କାରେ ୧୫ରୁ ୨୦ ପଇସା କମିଶନ ନେଇ ବେଆଇନ ଆର୍ଥିକ କାରବାର କରୁଥିଲେ। ହାୱାଲା ଅପରେଟରମାନଙ୍କ ଦ୍ୱାରା ୪ଟି ଶେଲ କମ୍ପାନୀକୁ ଟଙ୍କା ପଠା ଯାଉଥିଲା ଓ ଦିଲ୍ଲୀରେ ଗୋଟିଏ ଜମି କିଣିବାକୁ ଏହାକୁ ବ୍ୟବହାର କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଆବଶ୍ୟକ ଥିବାରୁ ଜୈନଙ୍କୁ ଜେରା କରିବା ଜରୁରୀ ବୋଲି ଇଡି କହିଥିଲା। ତେଣୁ କୋର୍ଟ ତାଙ୍କୁ ଜୁନ ୯ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri