ଯଥାର୍ଥତା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଯାଜପୁର ଅଫିସ,୧।୬: ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବ ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସବିଶେଷ ଯଥାର୍ଥତା (ଜଷ୍ଟିଫିକେଶନ) ରିପୋର୍ଟ ଦାଖଲ ହୋଇ ପାରି ନ ଥିବାରୁ ଏହି ପ୍ରସ୍ତାବ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଅଟକି ରହିଛି। ଏହି ମର୍ମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୧୨୭୭/୯ା୨ା୨୦୨୧ରେ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହି କ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ଉପ ସଚିବ ଦୁର୍ଗାଚରଣ ସାହୁ ପୁଣି ଗତ ୨୭ ତାରିଖରେ ନାମ ପରିବର୍ତ୍ତନ ସଂକ୍ରାନ୍ତରେ ସବିଶେଷ ଯଥାର୍ଥତା ରିପୋର୍ଟ ମାଗିଛନ୍ତି। ଜିଲା ପ୍ରଶାସନର ଅବହେଳାରୁ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବରେ ସୀମିତ ରହିଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଥିବା ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ଥିଲେ ହେଁ ଏଠାରୁ କେନ୍ଦୁଝର ଜିଲାକୁ ଗୋଟିଏ ବି ଟ୍ରେନ ଚଳାଚଳ କରୁନାହିଁ ା ଏହି ନାମ ଇଂରେଜ ଅମଳରୁ ରହି ଆସିଛି। ତେଣୁ ସେହି ନାମ ପରିବର୍ତ୍ତନ କରି ଯାଜପୁର ରେଳ ଷ୍ଟେଶନ ନାମରେ ନାମିତ କରିବାକୁ ୨୦୧୮ ଅକ୍ଟୋବର ଓ ନଭେମ୍ବର ୩୦ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦିଲ୍ଲୀର ବାରଡପୁରରେ ରହୁଥିବା ହରିଶ୍ଚନ୍ଦ୍ର ସାହୁ ପତ୍ର ମାଧ୍ୟମରେ ଦାବି କରିଥିଲେ ା ଏପରି କି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏନେଇ ୨୦୧୯ ଜୁଲାଇ ୨୨ରେ ପତ୍ର ଲେଖିଥିଲେ ା ଦାବିପତ୍ରରେ ସେ ଦର୍ଶାଇଥିଲେ ଯେ, ଇଷ୍ଟକୋଷ୍ଟ ରେଲୱେର ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ା ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ସମ୍ପୂର୍ଣ୍ଣ ଭୁଲ ା କେନ୍ଦୁଝର ଜିଲାକୁ ପୂର୍ବରୁ ରେଳଲାଇନ ଯାଇଛି ଓ କେନ୍ଦୁଝର ରୋଡ ଷ୍ଟେଶନ ନାମ ରହିଛି, ଯାହାକି କେନ୍ଦୁଝର ଜିଲା ଅନ୍ତର୍ଗତ ା ଗତ ଦଶନ୍ଧି ହେଲା ଏହି ଷ୍ଟେଶନ ପ୍ରତିଷ୍ଠା ହୋଇଥିଲା ା ଯାଜପୁର ଓ କେନ୍ଦୁଝର ଜିଲା ସମ୍ପୂର୍ଣ୍ଣ ଅଲଗା ା ଯାଜପୁର-କେନ୍ଦୁଝରରୋଡ ନାମ କେନ୍ଦୁଝର ଜିଲା ଅନ୍ତର୍ଗତ ବୋଲି ମନେହେଉଛି ା ଯେହେତୁ ଯାଜପୁର ଜିଲା ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇ ସାରିଛି, ତେଣୁ ଏହି ଷ୍ଟେଶନର ନାମରେ କେନ୍ଦୁଝର ଯୋଡିବାର ଆଉ ଆବଶ୍ୟକତା ନାହିଁ ା ଗୋଟିଏ ଷ୍ଟେଶନର ନାମରେ ଦୁଇଟି ଜିଲାର ନାମ ରହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ା ତେଣୁ ଜିଲା ଅନୁସାରେ ଏହି ଷ୍ଟେଶନର ନାମ ଯାଜପୁର ନାମରେ ନାମିତ କରିବାକୁ ସାହୁ ଦାବି କରିଥିଲେ ା ଏହାପରେ ଭାଜପା ବ୍ୟାସଦେବ ମଣ୍ଡଳ, ବ୍ୟାସନଗର ପକ୍ଷରୁ ଏହି ଷ୍ଟେଶନର ନାମ ଯାଜପୁରରୋଡ କିମ୍ବା ଡୋଲିପୁର ନାମରେ ନାମିତ କରିବାକୁ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟଥା ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଥିଲା। ଏହି ଦାବି ଉପରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସବିଶେଷ ଭାବେ ସମୀକ୍ଷା କରାଯାଇଥିଲା। କିନ୍ତୁ ରେଲୱେ ବୋର୍ଡର କମର୍ସିଆଲ ସର୍କୁଲାର-୧୨ ନମ୍ବର/୧୭ା୫ା୧୯୯୯ ଅନୁସାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ବିଭାଗ ଏକାକୀ ନାମ ପରିବର୍ତ୍ତନ କରିବାକୁ ମଞ୍ଜୁର ଦେଇପାରିବେ ନାହିଁ ବୋଲି ସେତେବେଳେ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ା ଏହାପରେ ପ୍ରସ୍ତାବଟି ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ଗୃହ ମନ୍ତ୍ରଣାଳୟକୁ ଅନୁମୋଦନ ଯିବା ଉଚିତ୍‌ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି କ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେବା ଆରମ୍ଭ କରି ଯାଜପୁର ଜିଲାପାଳଙ୍କ ମତାମତ ଲୋଡିଥିଲେ। ତେଣୁ ଗତ ୨୭ ତାରିଖରେ ଜିଲାପାଳଙ୍କୁ ଦେଇଥିବା ପତ୍ରରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଉପରେ ଅନୁପାଳନ ରିପୋର୍ଟ ଗ୍ରହଣ ହୋଇ ନ ଥିବାରୁ ଏଯାଏ ଷ୍ଟେଶନର ନାମ ପରିବର୍ତ୍ତନ ଚୂଡ଼ାନ୍ତ ହୋଇ ପାରିନାହିଁ ବୋଲି ଦର୍ଶାଯାଇଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ଗତବର୍ଷ ରେଳଷ୍ଟେଶନର ନାମ ପରିବର୍ତ୍ତନ କରିବାକୁ ତଥ୍ୟ ଭିତ୍ତିକ ଯଥାର୍ଥତା ରିପୋର୍ଟ ପଠାଇଥିଲୁ। କିନ୍ତୁ ରେଳ ବିଭାଗ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। ଯଦି ପୁଣି ନିର୍ଦ୍ଦେଶ ପତ୍ର ଆସିଛି, ଆଉ ଥରେ ରିପୋର୍ଟ ପ୍ରସ୍ତୁତ କରି ନିଶ୍ଚିତ ଭାବେ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri