ତ୍ୱଚା ପାଇଁ ବରଦାନ ଅଣ୍ଡା

ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ମହିଳାମାନେ ବିଭିନ୍ନ ଉପାଦାନ ବ୍ୟବହାର କରିଥାନ୍ତି। ତେବେ ଆପଣ ଜାଣନ୍ତି କି, ଅଣ୍ଡାରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ। ଏହାକୁ ବ୍ୟବହାରକରି ଆପଣ ପ୍ରାକୃତିକ ଉପାୟରେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ…

ବେଦାଗ ସୁନ୍ଦର ତ୍ୱଚା କାହାକୁ ବା ଭଲ ନ ଲାଗେ। ହେଲେ ଖରା, ପ୍ରଦୂଷଣ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅନେକଙ୍କଠାରେ ତ୍ୱଚାରେ ଦାଗ ସମସ୍ୟା ଦେଖା ଦେଉଛି। ଏହାକୁ ଦୂରକରିବା ଲାଗି ମୁହଁରେ ଅଣ୍ଡାର ଧଳା ଅଂଶ, ମହୁ ଏବଂ ଅଲିଭ ଅଏଲ ପ୍ୟାକ୍‌ ଟ୍ରାଏ କରନ୍ତୁ। ଏହା ତ୍ୱଚାରୁ ଦାଗ ସମସ୍ୟା ଦୂରକରି ସୌନ୍ଦର୍ଯ୍ୟ ବୃଦ୍ଧି କରିବ।
ଅଣ୍ଡାର କେଶର ବାହାରକରି କେବଳ ଧଳା ଅଂଶରେ ଅଳ୍ପ ମହୁ ମିଶାନ୍ତୁ। ଉକ୍ତ ପ୍ୟାକ୍‌କୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ରିଙ୍କିଲ୍‌ ମାର୍କ ଦୂରହୋଇ ତ୍ୱଚା ଟାଇଟ୍‌ ହେବ ଏବଂ ଆକର୍ଷଣୀୟ ୟଙ୍ଗର ଲୁକ୍‌ ଦେବ।
ଗୋଟିଏ ଅଣ୍ଡାର କେଶର ସହ ଏକ ଚାମଚ ଲେଖାଏଁ ଆଲମଣ୍ଡ ଅଏଲ, ମହୁ ଏବଂ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ଏହାକୁ ଲଗାଇ ୩୦ ମିନିଟ୍‌ ରଖିବା ପରେ କେଶ ଧୋଇ ଦିଅନ୍ତୁ। ଏହା କେଶକୁ ମଜଭୁତ କରିବା ସହ ସାଇନିଂ ମଧ୍ୟ କରିଥାଏ।
ଯଦି ଆପଣଙ୍କ ସ୍କିନ୍‌ ଟୋନ୍‌ କମ୍‌ ତେବେ ଅଳ୍ପ କଖାରୁକୁ ଗ୍ରାଇଣ୍ଡିଂ କରି ସେଥିରେ ଅଣ୍ଡା, କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ଲଗାନ୍ତୁ ଖୁବ୍‌ କମ୍‌ ଦିନ ମଧ୍ୟରେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ନିଜେ ଜାଣିପାରିବେ।
ଗୋଟିଏ ଅଣ୍ଡା, ପାଚିଲା କଦଳୀ , ୫ ଚାମଚ ରୋଜ୍‌ ଅଏଲ ଏବଂ ଏକ ଚାମଚ ସୂର୍ଯ୍ୟମୁଖୀ ତେଲକୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଲଗାଇବା ଦ୍ୱାରା ରୁକ୍ଷ ହେବା, ଫାଟିବା, ଝଡ଼ିବା ଭଳି କେଶର ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
କେଶକୁ ପ୍ରାକୃତିକ ଉପାୟରେ କଣ୍ଡିଶନିଂ କରିବାକୁ ଚାହୁଁଥିଲେ ଅଣ୍ଡା କେଶର ସହିତ ଲେମ୍ବୁରସ ମିଶାଇ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ୩୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri