ଭତ୍ତା, ୫ କିଲୋ ଚାଉଳ ଭରସାରେ କଟୁଛି ଜୀବନ

ନବରଙ୍ଗପୁର, ୨୩।୫(ବି.ପ୍ର.): କଚ୍ଚା ଘର ରହିବ ନାହିଁ। ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ମିଳିବ ପକ୍କା ଘର। ରାଜ୍ୟ ସରକାର ଜନସାଧାରଣଙ୍କୁ ଏଭଳି ଆଶ୍ୱାସନା ଦେଉଥିବାବେଳେ ନବରଙ୍ଗପୁର ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରତ୍ୟେକ ପଞ୍ଚାୟତରେ ମଧ୍ୟସ୍ଥଙ୍କ ଯୋଗୁ ଅନେକ ବୃଦ୍ଧାବୃଦ୍ଧ ହିତାଧିକାରୀଙ୍କ ଆବାସ ଗୃହ ନିର୍ମାଣ ହେଇପାରୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଚିର୍ମା ପଞ୍ଚାୟତର ଜାଗନିଗୁଡା ଗାଁରେ।
ଜାଗନିଗୁଡା ଗାଁର ସ୍ବର୍ଗତ ପୁରନ ଭାତନାୟକଙ୍କ ସ୍ତ୍ରୀ ସୁନାମଣୀ ଭାତନାୟକ (୮୦)। ୨୦୧୯-୨୦ବର୍ଷରେ ଆବାସ ହିତାଧିକାରୀ ଚୟନ ପରେ କାର୍ଯ୍ୟାଦେଶ ସହ ଘର ନିର୍ମାଣ ପାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧ଲକ୍ଷ ଟଙ୍କା ଅନୁଦାନ ପାଇଲେ। ତେବେ ବାର୍ଦ୍ଧକ୍ୟବସ୍ଥା ଯୋଗୁ କର୍ଚାମାଳ ଗାଁର ବିନୋଦ ମାଳି ସୁନାମଣୀଙ୍କ ଘର ନିର୍ମାଣ କରିଦେବାକୁ କହିଲେ। ଏହାପରେ ବିନୋଦ ସୁନାମଣୀଙ୍କ ପାସବୁକ୍‌, ଆଧାର କାର୍ଡ ଓ ଭୋଟ ପରିଚୟପତ୍ର ନେଇ ନିଜ ପାଖରେ ରଖି ଘର କାମ ଆରମ୍ଭ କଲେ। ମୂଳଦୁଆ ସହ ଝରକା ଲେବଲ ପର୍ଯ୍ୟନ୍ତ ଘର କାମ କରି ଛାଡି ଦେଲେ। ୨ ବର୍ଷ ପରେ ମଧ୍ୟ ଘର କାମ ଆଉ ଆଗଉ ନାହିଁ। କାମ ପାଇଁ ରଖାଯାଇଥିବା ସିମେଣ୍ଟ ପଥର ବାନ୍ଧି ଦେଲାଣି। ବିନୋଦଙ୍କ ଦେଖା ମିଳୁନାହିଁ ବୋଲି ସୁନାମଣୀ କହିଛନ୍ତି। ସୁନାମଣୀଙ୍କ ନିଜସ୍ବ ଘର ନ ଥିବାରୁ ଦୀର୍ଘ ୨୦ ବର୍ଷ ହେବ ବାରଦ୍ୱାରରେ ରହୁଛନ୍ତି। ଦୁଇ ବର୍ଷ ତଳେ ସୁନାମଣୀଙ୍କ ଅବସ୍ଥା ଦେଖି ଗାଁର ଲମ୍ବୋଦର କୁମଝରିଆ ନିଜ ଘରେ ଆଶ୍ରୟ ଦେଇଛନ୍ତି। ସୁନାମଣୀଙ୍କ ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା, ରାଶନ କାର୍ଡର ୫କିଲୋ ଚାଉଳ ସରକାରୀ ସହାୟତା ଜୀବନ ଭରସା ହୋଇ ରହିଛି। ଆବାସ ଘର ସ୍ବପ୍ନ ମଉଳି ଯାଉଛି। ସରକାର ପର୍ଯ୍ୟାୟ କ୍ରମେ ଅନୁଦାନ ଜିଓ ଟ୍ୟାଗ ପରେ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ସ୍ଲାପ ଲେବଲ ପର୍ଯ୍ୟନ୍ତ କାମ ହୋଇଥିଲେ ତୃତୀୟ ପର୍ଯ୍ୟାୟ ଅନୁଦାନ ମିଳିବା କଥା। କିନ୍ତୁ ଚଞ୍ଚକତା କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ହିତାଧିକାରୀଙ୍କ ଖାତାକୁ ଯାଇଛି। ତେବେ ହିତାଧିକାରୀ ନିଜ ପାଖରେ ପାସବୁକ ନ ଥିବାରୁ ତାହା ମଧ୍ୟ ଜାଣିପାରୁନାହାନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡମ୍ବୁରୁ ଭତ୍ରାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ବିନୋଦ ମାଳିଙ୍କ ସହ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ତାଙ୍କ ଘର କାମ ଆରମ୍ଭ କରିବେ। ନଚେତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ଦଶମୀ ଚାଲାଣ କହିଛନ୍ତି। ବିନୋଦ ମାଳିଙ୍କ ସହ ଯୋଗାଯୋଗ କରିବାରୁ ଜଲଦି କାମ ଆରମ୍ଭ କରି ଅତି ଶୀଘ୍ର ଶେଷ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri