Odisha Elections 2024

ଦାବିକୁ ଅଣଦେଖା କରି ସ୍ଥାନାନ୍ତର ହେଲା ବେସିନ୍‌ ମ୍ୟାନେଜର କାର୍ଯ୍ୟାଳୟ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାର ହକ୍‌କୁ ମାରି କଳାହାଣ୍ଡିକୁ ଶସ୍ୟଶ୍ୟାମଳା କରାଗଲା। ନଦୀର ଧର୍ମକୁ ବଦଳାଇ ତଳମୁଣ୍ଡ ପରିବର୍ତ୍ତେ ଉପର ମୁଣ୍ଡକୁ ଦିଆଗଲା ପାଣି। ଏହାପରେ ଏଠାରେ ଥିବା ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟକୁ ଉଠାଇ ନିଆଯାଉଛି। ପୂର୍ବରୁ ଅନେକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବା ପରେ ଏବେ ବେସିନ୍‌ ମ୍ୟାନେଜର କାର୍ଯ୍ୟାଳୟକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଖାତିଗୁଡ଼ାରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ, ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଓ ମୁଖ୍ୟନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ, ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟାଳୟ ଥିଲା। ତାହା ଅଧୀନରେ ୪ରୁ ୫ ଡିଭିଜନ କାର୍ଯ୍ୟାଳୟ ସହ ବିଦ୍ୟାଳୟ, କଲେଜ ଓ ମେଡିକାଲ ପରିଚାଳିତ ହେଉଥିଲା। ୨୦୧୬ରେ ଜଳସେଚନ ବିଭାଗର ଇନ୍ଦ୍ରାବତୀ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ସହ କୋଲାବକୁ ମିଶ୍ରଣ କରି ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଇନ୍ଦ୍ରାବତୀ ଓ କୋଲାବ ବେସିନ କରିଦିଆଗଲା। ପରେ ମୁଖ୍ୟଯନ୍ତ୍ରୀଙ୍କ କ୍ଷମତା ସଙ୍କୁଚିତ କରି ମୁଖ୍ୟ ନିର୍ମାଣ ଯନ୍ତ୍ରୀ କୋଲାବ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମୁଖିଗୁଡାଙ୍କୁ କ୍ଷମତା ପ୍ରଦାନ କରାଗଲା। ୨୦୧୮/୧୯ରେ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠନ ନାମରେ ଖାତିଗୁଡାରୁ ଗୁଣ ନିୟନ୍ତ୍ରଣ ବିଭାଗ କାର୍ଯ୍ୟାଳୟକୁ ଜୟପୁର ସ୍ଥାନାନ୍ତର କରାଗଲା। ସର୍ବଦଳୀୟ ପ୍ରତିନିଧି ତଥା ତତ୍କାଳୀନ ଜିଲାପାଳଙ୍କ ଚାପରେ ଜୁଲାଇରୁ ମେ ମାସ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ ସ୍ଥାନନ୍ତର ବନ୍ଦ ରହିଲା। କିନ୍ତୁ ୧୦ ମେ’ରେ ଏହାକୁ ବାରିଣୀପୁଟକୁ ଉଠାଇ ନିଆଗଲା। ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପର ୪ ଡିଭିଜନ କାର୍ଯ୍ୟାଳୟକୁ ୧ ଜାନୁୟାରୀ ୨୦୨୨ରୁ ଜଳ ସମ୍ପଦ ବିଭାଗ ପରିଚାଳନା କରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୧ ଏପ୍ରିଲରୁ ଜଳସେଚନ ବିଭାଗ ଦରମା ସହ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶ ଥିଲା। ମେ ମାସରେ ଆଉ ଏକ ନିର୍ଦ୍ଦେଶ ଆସିଲା। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜଳବିଦ୍ୟୁତ ନିଗମ ହିଁ ଦରମା ଓ ଅନ୍ୟ କାର୍ଯ୍ୟ କରିବ ବୋଲି ପୁଣି କୁହାଗଲା। ଜଳ ବିଦ୍ୟୁତ୍‌ ନିଗମ ଯଦି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ଅର୍ଥ ପ୍ରଦାନ କରିବ, ନିଗମ ଅଦ୍ୟାବଧି ଦେଉଥିବା ଅଭ୍ୟନ୍ତର ଇଲାକା ଭତ୍ତା କାହିଁକି ଦେବନି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଜଳସେଚନ ବିଭାଗ ଅଧୀନକୁ ଗଲେ କାର୍ଯ୍ୟାଳୟର ନାମ କ’ଣ ରହିବ, କାର୍ଯ୍ୟାଳୟ ମୁଖ୍ୟ କିଏ ହେବେ ପାଞ୍ଚ ମାସ ହେଲାଣି ସ୍ଥିର କରାଯାଇପାରୁ ନାହିଁ। ବିଦ୍ୟାଳୟଗୁଡିକୁ ଶିକ୍ଷା ବିଭାଗକୁ ହସ୍ତାନ୍ତର ନେଇ ଆଦେଶନାମା ବାହାରିଲା। କିନ୍ତୁ ଗଣଶିକ୍ଷା ବିଭାଗକୁ ସ୍କୁଲର ଶିକ୍ଷକ ସମସ୍ୟା ତଥା ଉନ୍ନୟନ କାର୍ଯ୍ୟ ପାଇଁ କୌଣସି ଠୋସ ଆଦେଶନାମା ଆସିନି। ଏବେ ଇନ୍ଦ୍ରାବତୀ ହାଇସ୍କୁଲରେ ୪୫୦ ଛାତ୍ରୀଛାତ୍ରଙ୍କୁ ମାତ୍ର ୬ ଜଣ ଶିକ୍ଷୟତ୍ରୀ ଶିକ୍ଷକ ଅଛନ୍ତି। ଇନ୍ଦ୍ରାବତୀ ପ୍ରାଥମିକ ବିଦ୍ୟାଳୟର ଆଜବେଷ୍ଟସ୍‌ ଉଡିଯାଇଛି ଅଥଚ ମରାମତି କେଉଁ ବିଭାଗ କରିବ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏ ନେଇ ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଶତ୍ରୁଘ୍ନ ମହାରଣାଙ୍କୁ ଏ ସମ୍ପର୍କରେ ପଚାରିବାରୁ ମୋ କାର୍ଯ୍ୟାଳୟର ୩୯ କର୍ମଚାରୀ ଓ ନବରଙ୍ଗପୁର ଜଳସେଚନ ଡିଭିଜନର ୧୯ କର୍ମଚାରୀଙ୍କ ଦରମା ମୁଖିଗୁଡ଼ାରୁ ହୋଇ ନ ପାରିବାରୁ ବାଧ୍ୟ ହୋଇ ତତ୍କାଳ ସ୍ଥାନାନ୍ତର କରିବା ନିଷ୍ପତ୍ତି ନେଲି। ଆହୁରି ମଧ୍ୟ ସରକାରୀ ନିର୍ଦ୍ଦେଶନମା ପ୍ରକାରେ ଜୟପୁର ଟ୍ରେଜେରି ଓ ନବରଙ୍ଗପୁର ଟ୍ରେଜେରି ଦ୍ୱାରା ଆର୍ଥିକ ଆଦାନ ପ୍ରଦାନ ନିଷ୍ପତ୍ତି ଯୋଗୁ ଏହି ପଦକ୍ଷେପ ନେଇଛି। ଜୁଲାଇରୁ ମେ ପର୍ଯ୍ୟନ୍ତ ଅପେକ୍ଷା କଲି । ସରକାରୀ ନିର୍ଦ୍ଦେଶନମା ଖାତିଗୁଡ଼ାରେ କାର୍ଯ୍ୟାଳୟ ରହିବା ନେଇ ଅର୍ଡ଼ର ଆସିଲାନି। ସ୍ଥଗିତ ଆଦେଶନାମା ପୁନଃ କାର୍ଯ୍ୟକାରୀ କଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରୁ ଉଜୁଡ଼ିଗଲା ସବୁଜିମା

ନବରଙ୍ଗପୁର,୧୭।୫(ସଦାଶିବ ପ୍ରହରାଜ): ଜାତୀୟ ରାଜପଥ କଡ଼ରୁ କଟିଲା ଅତି ପୁରୁଣା ବିରାଟକାୟ ଗଛ। ନବରଙ୍ଗପୁର ସହର ଅସ୍ଥାୟୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଗଛ...

ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ

ନବରଙ୍ଗପୁର,୧୫।୫(ସଦାଶିବ ପ୍ରହରାଜ): ବନ୍ଧୁକ ମୁନରେ ଡକାୟତି ଅଭିଯୋଗ। ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ନବରଙ୍ଗପୁର ଜିଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର...

ବୁଥ୍‌ ବାହାରେ ଭାଜପା ବିଧାୟକ ପ୍ରାର୍ଥୀଙ୍କୁ ମାଡ଼: ଧସ୍ତାଧସ୍ତି ବେଳର ଭିଡିଓ ଭାଇରାଲ

ଝରିଗାଁ,୧୩।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ): ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଚାଲିଛି। ଝରିଗାଁ ବ୍ଲକ...

ଘାଟିରେ ଓଲଟିଲା ଅଟୋ, ୧୮ ଆହତ

ଝରିଗାଁ,୧୨ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଘାଟିରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ

ନବରଙ୍ଗପୁର, ୧୨।୫(ସଦାଶିବ ପ୍ରହରାଜ)ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମୟରେ ନେତାଙ୍କ ଉପସ୍ଥିତିରେ ଟଙ୍କା ବଣ୍ଟାଯାଉଥିବାର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି ଗତ ୯ ତାରିଖ...

ବାଇକ୍‌ ଧକ୍କାରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ

ଉମରକୋଟ,୧୧ା୫: ନିର୍ବାଚନ ଡ୍ୟୁଟିକୁ ଆସିଥିବା ବେଳେ ଶନିବାର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବୁଥ୍‌ ସମ୍ମୁଖରେ ବସ୍‌ରୁ ଓହ୍ଲାଇବା ବେଳେ ଏକ ବାଇକ୍‌...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri