ବୃଦ୍ଧି ପାଉଛି ଅଶୋଧିତ ତୈଳ ଆମଦାନୀ

ନୂଆଦିଲ୍ଲୀ, ୨୨ା୫: ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତ ଏପ୍ରିଲରେ ଗତ ସାଢେ ୩ ବର୍ଷ ମଧ୍ୟରେ ସର୍ବାଧିକ ତୈଳ ଗ୍ରହଣ କରିଛି। ଉପଭୋକ୍ତାଙ୍କ ଚାହିଦାରେ ସୁଧାର ଏବଂ ଦର ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଦେଶ ପକ୍ଷରୁ ଅଶୋଧିତ ତୈଳ କ୍ରୟ ଉପରେ ଗୁରୁତ୍ୱାରୋପ କରାଯାଇଛି। ପେଟ୍ରୋଲିୟମ୍‌ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲରେ ମାର୍ଚ୍ଚ ଅପେକ୍ଷା ୯.୭% ଅଧିକ ଅଶୋଧିତ ତୈଳ ଆମଦାନୀ ହୋଇଛି। ପୂର୍ବ ବର୍ଷ ଅର୍ଥାତ୍‌ ୨୦୨୧ର ଏହି ଅବଧି ଅପେକ୍ଷା ଅଶୋଧିତ ତୈଳ ଆମଦାନୀରେ ୧୪.୩% ବୃଦ୍ଧି ଘଟି ୨୦.୮୭ ମିଲିୟନ ଟନ୍‌ରେ ପହଞ୍ଚିଛି। ୨୦୧୮ ଅକ୍ଟୋବର ପରଠାରୁ ଏହି ଆମଦାନୀ ପରିମାଣ ସର୍ବାଧିକ ରହିଥିଲା ବୋଲି ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରିଷ୍ଟେଡ୍‌କର ଜଣେ ଡାଉନ୍‌ଷ୍ଟ୍ରିମ୍‌ ଆନାଲିଷ୍ଟ ଜାନିବ ଶାହଙ୍କ କହିବା ଅନୁସାରେ, ଆଖିଦୃଶିଆ ରିହାତି ସହିତ ମିଡିୟମ ସୋର ୟୁରାଲ୍‌ ଗ୍ରେଡ୍‌ ଏବଂ ଷ୍ଟ୍ରଙ୍ଗ୍‌ ଡିଜେଲ କ୍ରାକ୍‌ ଘରୋଇ ଉପଭୋକ୍ତାଙ୍କ ବ୍ୟବହାର ପାଇଁ ରୁଷିଆଠାରୁ ଭାରତ କ୍ରୟ ଜାରି ରଖିଛି। ରିଫାଇନେରି କମ୍ପାନୀଗୁଡ଼ିକ ବର୍ତ୍ତମାନର ବଜାର ସ୍ଥିତି ଉପରେ ଲାଭ ଉଠାଇବା ପାଇଁ ଯୋଜନାବଦ୍ଧ ଭାବରେ ରକ୍ଷଣାବେକ୍ଷଣରେ ବିଳମ୍ବ କରିଥିଲେ। ରିଫାଇନେରିଗୁଡ଼ିକ ନେମ୍‌ପ୍ଲେଟ୍‌ କ୍ଷମତାଠାରୁ ଅଧିକରେ ପରିଚାଳିତ ହେଉଥିବା କାରଣରୁ ଏଭଳି ପଦକ୍ଷେପ ନିଆଯାଇଥିବା ଶାହ କହିଛନ୍ତି। ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନେକ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ ବାଣିଜି୍ୟକ କଟକଣା ସମେତ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଏଭଳି ସମୟର ଫାଇଦା ଉଠାଇ ଭାରତ ରୁଷିଆଠାରୁ ଅଧିକ ରିହାତି ସହ ଅଶୋଧିତ ତୈଳ କ୍ରୟ କରିବା ଜାରି ରଖିଛି। ଚଳିତ ଶନିବାର ଶେଷ ହୋଇଥିବା ସପ୍ତାହରେ ରୁଷିଆଠାରୁ ଭାରତ ୪ର୍ଥ ସର୍ବାଧିକ ତୈଳ କ୍ରୟ କରିଥିବା ଟ୍ୟାଙ୍କର ଟ୍ରାକିଂ ତଥ୍ୟରୁ ସୂଚନା ମିଳିଛି। ପୂର୍ବ ବର୍ଷ ଏପ୍ରିଲ ଅପେକ୍ଷା ଗତ ମାସରେ ଦେଶର ତୈଳ ପଦାର୍ଥର ଆମଦାନୀରେ ୨୩.୭% ବୃଦ୍ଧ ଘଟି ୩.୭୯ ମିଲିୟନ ଟନ୍‌ରେ ପହଞ୍ଚିଥିବା ବେଳେ ରପ୍ତାନି ୩୬.୯% ସହିତ ୫.୩୬ ମିଲିୟନ ଟନ୍‌ ହୋଇଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ଭାରତରେ ତୈଳ ଚାହିଦା କାରଣରୁ ଆମଦାନୀରେ ବୃଦ୍ଧି ହୋଇଥିବା ୟୁବିଏସ୍‌ ବିଶ୍ଲେଷକ ଜିଓଭାନୀ ଷ୍ଟୋନୋଭୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri