‘ନକାରାତ୍ମକ ମନୋଭାବର ପ୍ରତିଫଳନ’

କଟକ ଅଫିସ,୨୦ା୫: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିବାବେଳେ ଏବେ ହାଇକୋର୍ଟ ବାର୍‌ ଆସୋସିଏଶନ ଏହାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି। ହାଇକୋର୍ଟ ବାର୍‌ ଆସୋସିଏଶନର ସଭାପତି ବରିଷ୍ଠ ଆଇନଜୀବୀ କାଳିପ୍ରସନ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦେଇଥିବା ପ୍ରସ୍ତାବକୁ ନିନ୍ଦା କରାଯାଇଥିଲା। ସମ୍ପ୍ରତି ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ ଦୂରତାକୁ ହ୍ରାସ କରିଛି। ତେଣୁ ଅନ୍ୟସ୍ଥାନରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା କେବଳ ଭିତ୍ତିଭୂମି କ୍ଷେତ୍ରରେ ଅର୍ଥ ବ୍ୟୟ କରିବା ଛଡ଼ା ଆଉ କିଛି ନୁହେଁ। ତେଣୁ ଏକ ଆକ୍ସନ କମିଟି ଗଠନ କରାଯାଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ମଞ୍ଜୁରୀ ନ ଦେବାକୁ ଅନୁରୋଧ କରାଯିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଛି ବୋଲି ମିଶ୍ର କହିଛନ୍ତି।
ଅପରପକ୍ଷରେ ହାଇକୋର୍ଟ ବାର୍‌ ଆସୋସିଏଶନର ଏଭଳି ପ୍ରସ୍ତାବକୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ବାର୍‌ ଆସୋସିଏଶନଗୁଡ଼ିକରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହାଇକୋର୍ଟ ବାର୍‌ ଆସୋସିଏଶନର ଏଭଳି ନିଷ୍ପତ୍ତି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ବିରୋଧୀ ମନୋଭାବକୁ ସୂଚାଉଛି ବୋଲି କୁହାଯାଉଛି। ହାଇକୋର୍ଟ ବାର ଆସୋସିଏଶନର ଏଭଳି ନିଷ୍ପତ୍ତିକୁ ସମ୍ବଲପୁର ଜିଲା ଓକିଲ ସଂଘ ନିନ୍ଦା କରିିଛି। ହାଇକୋର୍ଟର କେତେଜଣ ମୁଷ୍ଟିମେୟ ଓକିଲଙ୍କ ଏହା ନକାରାତ୍ମକ ମନୋଭାବର ପ୍ରତିଫଳନ ବୋଲି ଜିଲା ସଂଘ ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି। ପୂର୍ବରୁ ରାଜ୍ୟ ସରକାର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ୫ କୋଟି ଟଙ୍କାର ବଜେଟ ଅନୁମୋଦନ କରିବା ସହ ଆବଶ୍ୟକ ଜମି ଓ ଭିତ୍ତିଭୂମି ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ବାରମ୍ବାର ରାଜ୍ୟ ସରକାର ଓ ହାଇକୋର୍ଟକୁ ସ୍ପଷ୍ଟୀକରଣ ମାଗିଛନ୍ତି। ଆଇନ ବିଶାରଦ ଓ ଯଶବନ୍ତ ସିଂ କମିଟି ରିପୋର୍ଟ ଅନୁସାରେ ରାଜ୍ୟରେ ହାଇକୋର୍ଟ ବେଞ୍ଚର ଆବଶ୍ୟକ ରହିଛି। ତେଣୁ ରାଜ୍ୟ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଏହା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ପରିସ୍ଥିତିରେ ହାଇକୋର୍ଟ ବାର୍‌ର କେତେଜଣ ଓକିଲ ନିଜ ସ୍ବାର୍ଥ ଦୃଷ୍ଟିରୁ ଆପତ୍ତି ଓ ବିରୋଧ କରୁଛନ୍ତି। ହେଲେ ରାଜ୍ୟ ଓ କେନ୍ଦ୍ର ସରକାର କାହାରି ଚାପରେ ନ ଆସି ଆଇନଗତ ପ୍ରକ୍ରିୟା ଶେଷ କରି ଖୁବ୍‌ଶୀଘ୍ର ବେଞ୍ଚ ସ୍ଥାପନ କରନ୍ତୁ ବୋଲି ସୁରେଶ୍ୱର କହିଛନ୍ତି। ସେହିପରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ କିଛି ସ୍ବାର୍ଥବାଦୀ ଗୋଷ୍ଠୀ ସେମାନଙ୍କ ବୃତ୍ତିଗତ ସ୍ବାର୍ଥରେ ବାଧା ଆସିବା ଆଶଙ୍କା କରି ଉଦ୍ଦେଶ୍ୟ ମୂଳକଭାବେ ବିରୋଧ କରୁଛନ୍ତି ବୋଲି କୋରାପୁଟ ଜିଲା ଓକିଲ ସଂଘ ସମ୍ପାଦକ ମନୋରଞ୍ଜନ ରାଉତରାୟ କହିଛନ୍ତି। ହାଇକୋର୍ଟ କାହା ଚାପରେ ନ ଆସି ସ୍ପଷ୍ଟ ମତ ରଖିବେ ବୋଲି ଆମର ବିଶ୍ୱାସ। ଅନେକ ବର୍ଷ ହେଲାଣି ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆମେ ଦାବି କରି ଆସୁଛୁ। ଆବଶ୍ୟକ ହେଲେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ରାଉତରାୟ କହିଛନ୍ତି। ସେହିପରି ଗଞ୍ଜାମ ଜିଲା ଓକିଲ ସଂଘ ମଧ୍ୟ ହାଇକୋର୍ଟ ବାରର ନିଷ୍ପତ୍ତିକୁ ବିରୋଧ କରିଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ଥାନ ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଅପରିହାର୍ଯ୍ୟ ହୋଇପଡ଼ିଛି। ଏଥିପାଇଁ ଗଞ୍ଜାମ ଓକିଲ ସଂଘ ଓ ଜିଲା କୋର୍ଟ ପରିସରରେ ସମସ୍ତ ଭିତ୍ତିଭୂମି ରହିଛି। ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଏକ ମାତ୍ର ବିକଳ୍ପ । ଏଣୁ ରାଜ୍ୟ ସରକାର ଅଧିକ ଅବହେଳା ନ କରି ତୁରନ୍ତ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ଗଞ୍ଜାମ ଜିଲା ଓକିଲ ସଂଘ ସମ୍ପାଦକ ସୁଶୀଳ କୁମାର ତ୍ରିପାଠୀ କହିଛନ୍ତି। ସେହିପରି ଆସନ୍ତା ୨୧ ତାରିଖରେ ଗଞ୍ଜାମ ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଏଥିରେ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳରେ ରହୁଥିବା ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ କର୍ମକର୍ତ୍ତା ଓ ଖବରଦାତାମାନେ ଯୋଗଦେଇ ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲେ ସଂଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର, ଏଣିକି ପାଇଲେ ଏତିକି ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri