ବିଶ୍ୱକପ୍‌ ଚାମ୍ପିୟନ ଦଳକୁ ରାଣୀଙ୍କ ସାଲ୍ୟୁଟ

ଲଣ୍ଡନ,୧୫।୭(ଏଏଫ୍‌ପି)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିବା ଇଂଲଣ୍ଡ ଦଳକୁ ରାଣୀ ସାଲ୍ୟୁଟ କରିଛନ୍ତି। ୫୦ ଓଭରିଆ ମ୍ୟାଚ୍‌ ଓ ସୁପର ଓଭର ଟାଇ ହେବା ପରେ ଅଧିକ ସଂଖ୍ୟକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡକୁ ବିଜୟୀ ଘୋଷିତ କରାଯାଇଥିଲା। ଐତିହାସିକ ବିଜୟ ଅବସରରେ ରାଣୀ ଲେଖିଛନ୍ତି, ପ୍ରିନ୍ସ ଫିଲିପ ଓ ମୋ ଆଡୁ ରୋମାଞ୍ଚକ ବିଜୟ ହାସଲ କରିଥିବା ଇଂଲଣ୍ଡ ପୁରୁଷ କ୍ରିକେଟ ଦଳକୁ ଶୁଭେଚ୍ଛା। ରନର୍ସ ଅପ୍‌ ନ୍ୟୁଜିଲାଣ୍ଡ ଦଳ ପ୍ରତି ମୋର ସହାନୁଭୂତି ରହିଛି। ତୁମେ ପୂରା ଟୁର୍ନାମେଣ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ କରିଛ। ଉଭୟ ପୁରୁଷ ଓ ମହିଳା ବିଶ୍ୱକପ ଚାମ୍ପିୟନ ଦଳ ସ୍ମୃତିରେ ସ୍ବତନ୍ତ୍ର ଷ୍ଟାମ୍ପ ଛପାଇବାକୁ ବ୍ରିଟେନର ରୟାଲ ମେଲ ପୋଷ୍ଟାଲ ସର୍ଭିସ ଘୋଷଣା କରିଛି। ଏଥିସହିତ ବିଶ୍ୱକପ ଫାଇନାଲ ଆୟୋଜକ ଗ୍ରାଉଣ୍ଡ ନିକଟରେ ୧୫ ନୂଆ ବକ୍ସରେ ଧଳା ଓ ସ୍ବର୍ଣ୍ଣ ରଙ୍ଗର ବ୍ୟାଟ୍‌ ଏବଂ ବଲ ଚିତ୍ର କରାଯିବ। ଏହି କାର୍ଯ୍ୟ ୩ ମାସ ମଧ୍ୟରେ ଶେଷହେବ। ଉଲ୍ଲେଖଥାଉ କି, ୨୦୧୭ରେ ହେଥର ନାଇଟଙ୍କ ଇଂଲଣ୍ଡ ଦଳ ଭାରତୀୟ ଦଳକୁ ହରାଇ ମହିଳା ବିଶ୍ୱକପ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri