Posted inଜାତୀୟ

ଜୀବନ ନେଉଛି ଜଳପ୍ରଳୟ

ନୂଆଦିଲ୍ଲୀ/କାଠମାଣ୍ଡୁ/ଢାକା,୧୫ା୭: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କିଛିଦିନ ତଳେ ମୌସୁମୀର ଆଗମନ ପୂର୍ବରୁ ପାଣି ପାଇଁ ହାହାକାର ହେଉଥିବା ଲୋକେ ଏବେ ଲଗାତର ବର୍ଷାରେ ଉବୁଟୁବୁ ହେଉଛନ୍ତି। ମହାରାଷ୍ଟ୍ରରେ ବର୍ଷାବିତ୍ପାତ ଅନେକ ଲୋକଙ୍କ ଘର ଉଜାଡ଼ି ଦେଇଥିବାବେଳେ ଉତ୍ତରରୁ ଉତ୍ତର-ପୂର୍ବ ଯାଏ ଏହାର କରାଳ ରୂପ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ଓ ବିହାର ସମେତ ଆସାମ, ତ୍ରିପୁରା ଏବଂ ମିଜୋରାମ ସବୁଠି ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ଆସାମରେ ୭୨ ଘଣ୍ଟା ମଧ୍ୟରେ ଅନୂ୍ୟନ ୧୧ ଜଣଙ୍କ ଜୀବନ ଯାଇଥିବାବେଳେ ୧୪ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ବିହାର, ଉତ୍ତରାଖଣ୍ଡ, ତ୍ରିପୁରା ଓ ମିଜୋରାମ କଥା ନ କହିବା ଭଲ। ସେପଟେ ପଡ଼ୋଶୀ ନେପାଳ ଓ ବାଂଲାଦେଶର ଅନେକ ଅଞ୍ଚଳକୁ ମଧ୍ୟ ବନ୍ୟାଜଳ ମାଡ଼ିଯାଇ ଚିନ୍ତା ବଢ଼ାଇଦେଇଛି।
ହିମାଳୟରୁ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ପ୍ରବଳ ବନ୍ୟା ଆସିଛି। ବାଂଲାଦେଶରେ ଲଗାଣ ବର୍ଷା ବ୍ରହ୍ମପୁତ୍ରକୁ ଫୁଲେଇ ଦେଇଛି। ସେଠାରେ ବର୍ଷା ଓ ବନ୍ୟା ଯୋଗୁ ୫,୦୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହି ନଦୀ ଜଳ ପ୍ରବାହରେ ଆସାମର ୧,୮୦୦ରୁ ଊର୍ଦ୍ଧ୍ୱ ଗ୍ରାମ ଧୋଇ ହୋଇଯାଇଛି। ୩୨ ଜିଲାରୁ ୨୫ ଜିଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ୩ ଦିନ ମଧ୍ୟରେ ୧୧ ଜଣ ଭାସିଯାଇ ପ୍ରାଣ ହରାଇଛନ୍ତି। ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତା ୩ ଦିନ ଧରି ଆହୁରି ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୭୦% ଜଳମଗ୍ନ ହୋଇଯାଇଥିବାରୁ ଜୀବଜନ୍ତୁଙ୍କୁ ସ୍ଥଳଭାଗକୁ ନିଆଯାଇଛି। ଏହାସହ ଜଙ୍ଗଲ ଅଧିକାରୀମାନଙ୍କ ଛୁଟି ବାତିଲ କରିଦିଆଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସ୍ଥିତି ସମୀକ୍ଷା କରି ଆସାମକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋର୍‌ଦାର କରାଯାଇଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ୬୮ଟି ରିଲିଫ୍‌ କ୍ୟାମ୍ପରେ ୨୦ ହଜାରରୁ ଊର୍ଦ୍ଧ୍ୱ ଆଶ୍ରୟ ନେଇଛନ୍ତି। ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପଡ଼ୋଶୀ ତ୍ରିପୁରା ଓ ମିଜୋରାମରେ ବନ୍ୟା ଯୋଗୁ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ଶିବିରକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନାନୁସାରେ ତ୍ରିପୁରାର ୩୮ ରିଲିଫ୍‌ କ୍ୟାମ୍ପ୍‌ରେ ୧୨,୦୦୦ରୁ ଊର୍ଦ୍ଧ୍ୱ ଆଶ୍ରୟ ନେଇଛନ୍ତି। ମିଜୋରାମରେ ଖାଓ୍ବଥଲାଙ୍ଗଟୁଇପୁଇ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଯୋଗୁ ୪୦୦ ଲୋକ ବାସଚ୍ୟୁତ ହୋଇଛନ୍ତି। ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଦୁଇଜଣ ଯୁବକଙ୍କ ମୃତଦେହ ଲାଓ୍ବଙ୍ଗ୍‌ ନଦୀରୁ ଉଦ୍ଧାର କରିଛି।
ନେପାଳରେ ଲଗାଣ ବର୍ଷା ଓ ତଜ୍ଜନିତ ବନ୍ୟାରେ ୬୦ ଜଣଙ୍କ ଜୀବନ ଗଲାଣି। ବାଗମତୀ, କମଳା, ସପ୍ତକୋଶୀ ଓ ସୁନ୍‌ଖୋଇ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି। ଏଥିରେ ୩୫ ଜଣ ନିଖୋଜ ହୋଇଯାଇଥିବାବେଳେ ୨୫ ଆହତ ହୋଇଛନ୍ତି। କାଠମାଣ୍ଡୁରେ ୧୮୫ ଜଣଙ୍କ ସମେତ ସାରା ଦେଶରେ ୧,୧୦୪ ଜଣଙ୍କୁ ସେନା ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୩୦ ହଜାର ପୋଲିସଙ୍କୁ ନିୟୋଜିତ କରାଯାଇଛି। ବିହାର ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗଙ୍ଗାନଦୀରେ ବନ୍ୟା ଯୋଗୁ ବିହାରର ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୬ ଜିଲାସ୍ଥିତ ୨୬ ବ୍ଲକ୍‌କୁ ବନ୍ୟା ପ୍ରଭାବିତ ଘୋଷଣା କରାଯାଇଛି। ପୂର୍ବ ଚମ୍ପାରନ୍‌, ସୀତାମଢ଼ି, ମଧୁବନୀ, କିଷନଗଞ୍ଜ, ଅରାରିଆ ଓ ଶିଓଧର ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବନ୍ୟା ସ୍ଥିତି ସମୀକ୍ଷା କରି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri