ବଢୁଛି ବାଲି, ମାଟି, ପଥର ଲୁଟ୍‌: ଅସୁରକ୍ଷିତ ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲାରେ ଗ୍ରାନାଇଟ ପଥର, ବାଲି, ମୋରମ, ମାଟି, ମାଙ୍କଡାପଥର ଲୁଟ ଉପରେ ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମୀ କିମ୍ବା ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ମଣୁ ନାହାନ୍ତି। ବାଲି ଖାଦାନକୁ ନେଇ ବିଞ୍ଝାରପୁରରେ ବୋମା ପକାଇ ହତ୍ୟା ଘଟଣା ହେଉ ଅବା ଗ୍ରାନାଇଟ ପଥର ଲୁଟ ଅଭିଯୋଗ ଉପରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ହତ୍ୟା ଉଦ୍ୟମ ଭଳି ଘଟଣା ନିୟମିତ ବ୍ୟବଧାନରେ ଲାଗି ରହିଛି। ଶନିବାର ବଡ଼ଚଣା ବ୍ଲକ ବନ୍ଦାଳୋ ଗ୍ରାମର ବଡ଼ପୋଖରୀରୁ ଖୋଲାଖୋଲି ଭାବେ ବାହାରକୁ ମାଟି ଚାଲାଣ ହେଉଥିବା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ‘ଅର୍ଗସ୍‌’ର ପ୍ରତିନିଧି ପବିତ୍ର କୁମାର ସାମଲ ଏବଂ ଓ୍ବେବ୍‌ ନ୍ୟୁଜ୍‌ ଚ୍ୟାନେଲ ‘ନ୍ୟୁଜ୍‌-୬’ର ପ୍ରତିନିଧି ବିମଳ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାକୁ ଜିଲାସାରା ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ ଯେ, ଜେସିବି ମେଶିନରେ ଦିନ ଦ୍ୱିପ୍ରହରରେ ସେହି ପୋଖରୀରୁ ମାଟି ଖନନ କରି ଏକାଧିକ ଟ୍ରାକ୍ଟର ଯୋଗେ ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଟ୍ରିପ ପିଛା ୫ଶହ ଟଙ୍କା ରୋଜଗାର କରାଯାଉଛି। ଇତିମଧ୍ୟରେ ପ୍ରାୟ ୨୦୦ ଟ୍ରିପ ମାଟି ଉଠାଣ କରାଇ ନେଇ ସାରିଲେଣି। ସ୍ଥାନୀୟ ଲୋକେ ପଚାରିଲେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାର୍ଯ୍ୟାଦେଶ ଆଣି ପୋଖରୀ ପୁନରୁଦ୍ଧାର କରୁଛୁ ବୋଲି ସଫେଇ ଦିଆଯାଉଛି। କିନ୍ତୁ ସେଠାରେ ସେମାନେ ଉନ୍ନୟନ କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ ମାରି ନାହାନ୍ତି। ଅନ୍ୟପକ୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାହାନା ଦେଖାଯାଉଥିବା ବେଳେ ଶ୍ରମିକ ବଦଳରେ ମେଶିନ କାମ କରୁଛି। ସେଠାରେ ଉତ୍ତୋଳନ ହେଉଥିବା ମାଟିକୁ ପୋଖରୀ ବନ୍ଧରେ ନ ପକାଇ ବାହାରକୁ ଚାଲାଣ କରାଯାଉଛି। ଏହାକୁ ସନ୍ଦେହ କରି ସ୍ଥାନୀୟ ବାସିନ୍ଦା ଗତ ଗୁରୁବାର ଦର୍ପଣ ତହସିଲଦାର ଏବଂ ବଡ଼ଚଣା ବିଡିଓଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ତାହା ସମ୍ପୃକ୍ତ ମାଫିଆଙ୍କ ଉପରେ ପ୍ରଭାବ ପକାଇ ନ ଥିଲା। ଫଳରେ ସ୍ଥାନୀୟ ବାସିନ୍ଦା ଏହା ଉପରେ ଖବର ପ୍ରକାଶ କରିବାକୁ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ଦୁଇ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ତାହା ଦେଖି ସେହି ମାଫିଆ ଗୋଷ୍ଠୀ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କୁ ଠେଲାପେଲା ଓ ଗାଳିଗୁଲଜ କରିବା ସହିତ ମୋବାଇଲ ଫୋନ ଓ ଟଙ୍କା ଛଡ଼ାଇ ନେଇଥିବା ନେଇ ବଡଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଦର୍ପଣ ତହସିଲ ଅନ୍ତର୍ଗତ ଚଣ୍ଡିତଳ, ବନ୍ତଳା, ଖଏରା, ବଡ଼ଚଣା, ପାରିଆ ଓ ବୈରୀ ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ଇତିମଧ୍ୟରେ ବହୁ ହଜାର ଟ୍ରିପ ମାଟି ଓ ବାଲି ମେଶିନ ଲଗାଇ ଖୋଳି ରେଳ ଓ ରାସ୍ତା ସମ୍ପ୍ରସାରଣ କାମ ସହ ଅନ୍ୟାନ୍ୟ ଅଞ୍ଚଳକୁ ଚାଲାଣ କରାଯାଉଛି। ରାଜସ୍ବ ପ୍ରଶାସନର କୋହଳ ମନୋଭାବ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ଯୋଗାଉଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri