ଆଧାର ବିନା ଖାଦ୍ୟ ସୁରକ୍ଷାରୁ ହିତାଧିକାରୀ ବଞ୍ଚିତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ରସୁଲପୁର,୨୨ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଆଧାର ସଂଯୋଗ ବିନା ଖାଦ୍ୟ ସୁରକ୍ଷା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଏକ ତଦନ୍ତକାରୀ ଦଳ ରସୁଲପୁର ବ୍ଲକରେ ପହଞ୍ଚତ୍ ତଦନ୍ତ କରିଛି। ବ୍ଲକ ପ୍ରଶାସନ ସହାୟତାରେ ଏହି ଦଳ ବ୍ଲକର କଲଣ, ଜାବରା, ପ୍ରଥମାଖଣ୍ଡି, ଗନ୍ଧଣ ଆଦି ପଞ୍ଚାୟତର ଆଧାର ସଂଯୋଗ ହୋଇ ନ ଥିବା କେତେଜଣ ହିତାଧିକାରୀଙ୍କୁ ଭେଟି ସେମାନଙ୍କ ମତାମତ ସଂଗ୍ରହ କରିଛି। ଏନେଇ ୨୫ ତାରିଖ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିବାରୁ ତଦନ୍ତକାରୀ ଦଳ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ଏହିକ୍ରମରେ ଆଧାର ବିନା ବ୍ଲକ ଅଞ୍ଚଳରେ ହିତାଧିକାରୀଙ୍କୁ ଚାଉଳ ନ ମିଳିବା ଅଡୁଆ ଦୂର ହେବାକୁ ଯାଉଛି।
ଖାଦ୍ୟ ସୁରକ୍ଷା ଆଇନ ମୁତାବକ କେହି ହିତାଧିକାରୀ ଭୋକିଲା ରହିବେ ନାହିଁ। କୌଣସି ଆଳରେ କାହାରିକୁ ଯୋଜନାରୁ ମିଳୁଥିବା ସୁବିଧାରୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। ଏନେଇ ରାଜ୍ୟ ସରକାର କୋର୍ଟ ସମ୍ମୁଖରେ ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ରାଶନକାର୍ଡ ସହ ଶତପ୍ରତିଶତ ଆଧାର ସଂଯୋଗ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେ ଦିଗରେ ବିଭାଗ ଉପରେ ସରକାରୀ ଚାପ ରହୁଛି ମଧ୍ୟ। ସେହି ମୁତାବକ ଆଧାରକାର୍ଡ ନ ଥିବା ହିତାଧିକାରୀଙ୍କୁ ତୁରନ୍ତ ଆଧାର ନମ୍ବର ସହ କାର୍ଡ ସଂଯୋଗ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲା। ଯେଉଁମାନେ ଆଧାର ଦେଉ ନ ଥିଲେ ସେମାନଙ୍କ ଚାଉଳ ବନ୍ଦ କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ଏପରି କି କେତେକ କ୍ଷେତ୍ରରେ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଡିଲରମାନେ ହିତାଧିକାରୀଙ୍କୁ ଚାଉଳ ନ ଦେଇ ଫେରାଇ ଦେଉଥିବା ନଜିର ରହିଛି। ଏନେଇ ଏପ୍ରିଲ ୫ ତାରିଖରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ରେ ଖବର ପ୍ରକାଶ ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌୍‌. ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଖବରକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତାକରୀ ଦଳ ରସୁଲପୁର ବ୍ଲକକୁ ଯାଇ ତଦନ୍ତ କରିବା ସହ ଏହାର ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ଅବଗତ ହେବା ପରେ ଜିଲା ଓ ବ୍ଲକ ଯୋଗାଣ ବିଭାଗରେ ଛନକା ପଶିଥିଲା। ଆଧାର ବିନା ଚାଉଳ ବନ୍ଦ ହୋଇଛି କି ନାହଁ ସେ ନେଇ ବିଭାଗ ପକ୍ଷରୁ ତନାଘନା ହୋଇଥିଲା। ଯେଉଁ ସବୁ ସ୍ଥାନରେ ହିତାଧିକାରୀଙ୍କୁ ଆଧାର ଆଳରେ ଚାଉଳ, ଗହମ ବନ୍ଦ ହୋଇଛି ତୁରନ୍ତ ସେ ସବୁ ଘଟଣାକୁ ସମାଧାନ କରିବାକୁ ତତ୍ପରତା ପ୍ରକାଶ ପାଇଥିଲା।
ସ୍ଥିତି ପରଖିବାକୁ ଆସିଥିବା ତଦନ୍ତ ଦଳରେ ରାଜ୍ୟ ଯୋଗାଣ ବିଭାଗ(ହେଡ୍‌ କ୍ୱାର୍ଟର)ମୁଖ୍ୟ ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ଯାଜପୁର ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାନ୍‌, ଯାଜପୁର ବ୍ଲକ ଯୋଗାଣ ଅଧିକାରୀ ଇତିଶ୍ରୀ ଜେନା, ଧର୍ମଶାଳା ବ୍ଲକ ଯୋଗାଣ ଅଧିକାରୀ ମାସନ କୁମାର ସିହା ପ୍ରମୁଖ ଘଟଣାସ୍ଥଳକୁ ଯାଇ ଆଧାର ନ ଥିବା ଓ ବାୟୋ ମେଟ୍ରିକରେ ଟିପଚିହ୍ନ ଚିହ୍ନଟ ହେଉ ନ ଥିବା ଓ ଆଇ ସ୍କାନରରେ ଆଖିଡୋଳା ଚିହ୍ନଟ ହେଉ ନ ଥିବା ହିତାଧିକାରୀଙ୍କୁ ଭେଟି ତଦନ୍ତ କରିଥିଲେ। ଏନେଇ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନଙ୍କୁ ପଚାରିବାରୁ ସେ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏକ ତଦନ୍ତକାରୀ ଦଳ ଆସିଥିଲା। ଉକ୍ତ ଦଳକୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା। ତଦନ୍ତକାରୀ ଦଳ ହିତାଧିକାରୀଙ୍କୁ ଭେଟି ସେମାନଙ୍କ ମତାମତ ନେବା ସହ କେତେଜଣ ହିତାଧିକାରୀଙ୍କଠାରୁ ରାଶନକାର୍ଡ ସଂଗ୍ରହ କରିଛି ବୋଲି ସଲାଉଦିନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri