Posted inଜାତୀୟ

ନିଦ ହେଲା ଶେଷନିଦ୍ରା, ଝୁମ୍ପୁଡ଼ି ଘରେ ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ…

ଲୁଧିଆନା, ୨୦।୪ : ପଞ୍ଜାବର ଲୁଧିଆନାରେ ଦୁଃଖଦାୟକ ଘଟଣା ଘଟିଛି। ଏକ ଝୁମ୍ପୁଡ଼ି ଘରେ ନିଆ ଲାଗି ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେମାନଙ୍କର ନିଦ ହେଲା ଶେଷନିଦ୍ରା ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ବୁଧବାର ସକାଳେ ଏହି ଦୁଃଖଦାୟକ ଘଟଣା ଘଟଛି। ସହକାରୀ ପୋଲିସ କମିଶନର (ପୂର୍ବ) ଲୁଧିଆନା, ସୁରିନ୍ଦର ସିଂ କହିଛନ୍ତି ଯେ ସେମାନେ ପ୍ରବାସୀ ଶ୍ରମିକ ଏବଂ ଏଠାରେ ଟିବ୍ବା ରୋଡରେ ଥିବା ମ୍ୟୁନିସିପାଲିଟି ଅଳିଆ ଆବର୍ଜନା ଘର ନିକଟରେ ନିଜ ଝୁମ୍ପୁଡ଼ି ଘରେଶୋଇଥିଲେ। ଟିବ୍ବା ପୋଲିସ ଷ୍ଟେସନର ଏସ୍‌ଏଚ୍‌ଓ ରଣବୀର ସିଂ ସୂଚନା ଦେଇଛନ୍ତି ଯେ ଦମ୍ପତି ଏବଂ ସେମାନଙ୍କର ପାଞ୍ଚ ସନ୍ତାନ ଝୁମ୍ପୁଡ଼ି ଘରେ ଶୋଇଥିଲେ।

ସୁରେଶ ସାଇନି (୫୫), ରୋଶନୀ ଦେବୀ (୫୦), ରାଖୀ କୁମାରୀ (୨୫), ମନୀଷା କୁମାରୀ (୧୦), ଚନ୍ଦା କୁମାରୀ (୮), ଗୀତା କୁମାରୀ (୬), ସନ୍ନି (୨)ଙ୍କର ଏହି ଘଟଣାରେ ମୃତ୍ୟୁ ଘଟିଥିବା ପୋଲିସ କହିଛି। ପରିବାରର ଜଣେ ସଦସ୍ୟ ରାଜେଶ କୁମାର ଜୀବିତ ଅଛନ୍ତି। ସେମାନେ ବିହାରର ସମସ୍ତିପୁରର ବାସିନ୍ଦା। ରାତ୍ରୀ ଭୋଜନ ପରେ ପରିବାର ଲୋକ ରାତି ଆଠଟା ବେଳେ ଶୋଇଥିଲେ ବୋଲି ରାକେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମଧ୍ୟରେ ଆସୁଛି ଲଘୁଚାପ: ନୂଆବର୍ଷରେ ହେବ ଘନୀଭୂତ

ଭୁବନେଶ୍ୱର,୨୬।୧୨: ଆସନ୍ତା ଡିସେମ୍ବର ୩୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ...

ବାଲେଶ୍ୱର ଦେଶର ସବୁଠୁ ପ୍ରଦୂଷିତ ସହର: ଓଡ଼ିଶାର ୩ ସହରର ବାୟୁ ଗୁଣବତ୍ତା ଅତି ଖରାପ

ଭୁବନେଶ୍ୱର,୨୬।୧୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ୱାରା ପ୍ରକାଶିତ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନୁସାରେ ଓଡ଼ିଶାର ତିନୋଟି ସହରାଞ୍ଚଳର ବାୟୁକୁ ‘ଅତି ଖରାପ’...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଆଜିଠାରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri