ଏଇ ଭାରତରେ

ଜଣେ ଦୃଷ୍ଟିବାଧିତ ସ୍ବାବଲମ୍ବୀ ହେବା ସହ ନିଯୁକ୍ତି ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିିଛନ୍ତି। ଏହା ବାରାଣସୀ ନିବାସୀ ସତ୍ୟପ୍ରକାଶ ମାଲବୀୟଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ମାଲବୀୟ ଜନ୍ମରୁ ଦୃଷ୍ଟିବାଧିତ। ତାଙ୍କୁ ଏବେ ବୟସ ୨୫। ସେ ବାରାଣସୀର ଦୃଷ୍ଟିହୀନ ସ୍କୁଲରୁ ଦ୍ୱାଦଶରେ ୮୦ପ୍ରତିଶତ ନମ୍ବର ରଖି ପାସ କରିବା ସହ ସ୍କଲାରଶିପ ପାଇଛନ୍ତି। ପରେ କମ୍ପ୍ୟୁଟରରେ କୋର୍ସ କରିବା ପରେ ରେଡିଓ ଜକି ଚାକିରି ମିଳିଥିଲା। କିନ୍ତୁ ସେ ବିଜ୍‌ନେସରେ ସ୍ବାବଲମ୍ବୀ ହେବା ସହ ତାଙ୍କ ଭଳି ଲୋକମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଚାକିରିକୁ ଏଡାଇଯାଇଛନ୍ତି। ପ୍ରଥମେ ଆଚାର ଓ ମହମବତି ବିଜ୍‌ନେସରେ ବିଫଳ ହେବା ପରେ ମହାମାରୀ ସମୟରେ ସତ୍ୟପ୍ରକାଶ ‘କାଶୀ ମସଲା’ ନାମରେ ମସଲା ବିଜ୍‌ନେସ ଆରମ୍ଭ କରିଥିଲେ। ସ୍କଲାରଶିପ୍‌ରୁ ପାଇଥିବା ଅର୍ଥ ଓ କେତେଜଣ ସମାଜସେବୀଙ୍କ ଆର୍ଥିକ ସହଯୋଗରେ ସେ ପ୍ରଥମେ ଏହା ଆରମ୍ଭ କରିଥିଲେ। ଏବେ ସେ ଏହି ବିଜ୍‌ନେସରୁ ମାସକ ସବୁ ଖର୍ଚ୍ଚ ପରେ ୩୦ ହଜାର ଟଙ୍କା ପାଉଛନ୍ତି। ଏଥିରେ ୧୦ ଜଣ ମହିଳାଙ୍କ ସମେତ କେତେଜଣ ଦିବ୍ୟାଙ୍ଗଙ୍କୁ ନିଯୁକ୍ତ କରିଛନ୍ତି। ମସଲାର ମାର୍କେଟିଂ ପାଇଁ ସେ ନିଜେ ପ୍ରଦର୍ଶନୀକୁ ଯାଉଛନ୍ତି। ଏସବୁ କାର୍ଯ୍ୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଅଟୋଚାଳକମାନେ ବେଶୀ ସାହାଯ୍ୟ କରୁଛନ୍ତି ବୋଲି କହନ୍ତି ସତ୍ୟପ୍ରକାଶ। ଆଗକୁ ସେ ମସଲା ଚା’, କଫି ଓ ଚକୋଲେଟ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri