ଲଭିଭ୍‌ରେ ଘନଘନ କ୍ଷେପଣାସ୍ତ୍ର ମାଡ଼

ଲଭିଭ୍‌, ୨୮ା୩: ଫେବୃୟାରୀ ୨୪ରୁ ପଶ୍ଚିମ ୟୁକ୍ରେନ୍‌ର ଲଭିଭ୍‌ ସହର ରୁଷିଆର ପ୍ରଚଣ୍ଡ ଆକ୍ରମଣରୁ ଏକପ୍ରକାର ରକ୍ଷା ପାଇଥିବାବେଳେ ହଠାତ୍‌ ଘନଘନ ରୁଷୀୟ ମିଶାଇଲର ସାମ୍‌ନା କରିଛି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୋଲାଣ୍ଡ ଗସ୍ତବେଳଠାରୁ ଏହାର ସୀମା ନିକଟ ଲଭିଭ୍‌ ସହରରେ ରୁଷିଆ ଗୋଟିଏ ପରେ ଗୋଟିଏ ରକେଟ୍‌ ମାଡ଼ କରିଚାଲିଛି। ନାଟୋ ସଦସ୍ୟ ପୋଲାଣ୍ଡର ସୀମାଠାରୁ ମାତ୍ର ୭୦ କିଲୋମିଟର ଦୂରରେ ଥିବା ଲଭିଭ୍‌ରେ ମସ୍କୋର ତୀବ୍ର ଆକ୍ରମଣ ବାଇଡେନ୍‌ଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବାର୍ତ୍ତା ବୋଲି ଏହି ସହରର ମେୟର ଆଣ୍ଡ୍ରି ସାଡୋଭି କହିଛନ୍ତି। ଏହା ଏକ ବାସ୍ତବ ବିପଦ ବୋଲି ପୁଟିନ୍‌ ବାଇଡେନ୍‌ଙ୍କୁ ଚେତାବନୀ ଦେଇଥିବା ସେ ପ୍ରକାଶ କରିଛନ୍ତି।
ଏବଂ ରଣନୈତିକ ଦୃଷ୍ଟିକୋଣରୁ ଲଭିଭ୍‌ ସହରର ବେଶ୍‌ ଗୁରୁତ୍ୱ ରହିଛି। ୧୯୩୯ ମସିହା ପୂର୍ବରୁ ଲଭିଭ୍‌ ପୋଲାଣ୍ଡର ଅଂଶ ଥିଲା। ୧୯୩୯ରେ ଜର୍ମାନ-ସୋଭିଏଟ୍‌ର ପୋଲାଣ୍ଡ ଆକ୍ରମଣ ପରେ ଏହା ସୋଭିଏଟ୍‌ ସଂଘର ଅଂଶ ହୋଇଥିଲା। ୧୯୪୪-୪୬ରେ ପୋଲାଣ୍ଡ ଓ ସୋଭିଏଟ୍‌ ୟୁକ୍ରେନ୍‌ ମଧ୍ୟରେ ପପୁଲେଶନ ଏକ୍ସଚେଞ୍ଜ ବା ଲୋକଙ୍କ ସ୍ଥାନାନ୍ତର ହୋଇଥିଲା। ୧୯୯୧ରେ ଲଭିଭ୍‌ ସ୍ବାଧୀନ ୟୁକ୍ରେନ୍‌ର ଅଂଶ ପାଲଟିଥିଲା। ପଶ୍ଚିମ ୟୁକ୍ରେନ୍‌ର ସବୁଠୁ ବଡ଼ ସହର ଲଭିଭ୍‌ ଏବେ ରୁଷିଆ ଟାର୍ଗେଟରେ। ଆମେରିକା ଓ ପାଶ୍ଚାତ୍ୟ ଦେଶ ୟୁକ୍ରେନ୍‌କୁ ଯୋଗାଉଥିବା ସାମରିକ ସହାୟତାର ପ୍ରମୁଖ ଟ୍ରାନ୍‌ଜିଟ୍‌ ପଏଣ୍ଟ ଲଭିଭ୍‌ରେ ରୁଷିଆ ଆକ୍ରମଣ କରି ସେଠାରେ ଥିବା ଯୁଦ୍ଧାସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରିଛି। ଏଥିସହ କ୍ରୁଜ୍‌ ମିଶାଇଲ ଓ ଅନ୍ୟ ଦୂର ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ଦ୍ୱାରା ଲଭିଭ୍‌ରେ ଥିବା ତୈଳ ଡିପୋ, ଆଣ୍ଟାଇ-ଏୟାରକ୍ରାଫ୍ଟ ସିଷ୍ଟମ୍‌ ମରାମତି ପାଇଁ ବ୍ୟବହାର ହେଉଥିବା ଏକ ପ୍ଲାଣ୍ଟ, ରାଡାର ସିଷ୍ଟମ, ଟ୍ୟାଙ୍କଗୁଡ଼ିକୁ ନଷ୍ଟ କରାଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ର ତୈଳ ଡିପୋ ଉପରେ ମସ୍କୋ ଲଗାତର ଆକ୍ରମଣ କରି ଏହାର ଅର୍ଥନୀତିକୁ ଧ୍ୱଂସ କରିଦେବାକୁ ଉଦ୍ୟମ କରୁଥିବା କୁହାଯାଉଛି। ସେପଟେ ଲଭିଭ୍‌ରେ ମିଶାଇଲ ଷ୍ଟ୍ରାଇକ୍‌ର ଭିଡିଓ ଉକ୍ତ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି। ରୁଷିଆ ଆକ୍ରମଣରେ ସାଧାରଣ ନାଗରିକ ଆହତ ହୋଇଥିବା ଲଭିଭ୍‌ ପ୍ରଶାସନ କହିଛି।

ୟୁକ୍ରେନ୍‌କୁ ଦୁଇ ଭାଗ କରିବାକୁ ଚାହୁଁଛି ରୁଷିଆ

ମିଲିଟାରି ଅପରେଶନ ନାଁରେ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷିଆ ଏହି ପୂର୍ବ ୟୁରୋପୀୟ ଦେଶକୁ ଦୁଇ ଭାଗ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍‌ ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍‌ କହିଛନ୍ତି। ଆକ୍ରମଣ ପୂର୍ବରୁ ଫେବୃୟାରୀ ୨୧ରେ ବିଚ୍ଛିନ୍ନତାବାଦୀଙ୍କ କବଳରେ ଥିବା ଡୋନ୍‌ବାସ୍‌ ଅଞ୍ଚଳର ଡୋନେସ୍କ ଓ ଲୁହାନ୍‌ସ୍କକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିଥିଲେ। ଏବେ ଲୁହାନ୍‌ସ୍କକୁ ରୁଷିଆରେ ମିଶାଇବା ପାଇଁ ସେଠାରେ ଥିବା ବିଚ୍ଛିନ୍ନତାବାଦୀ ସଙ୍ଗଠନ ଉଦ୍ୟମ କରୁଛନ୍ତି। ରୁଷିଆର ଅଂଶ ହେବାପାଇଁ ସେହି ଅଞ୍ଚଳରେ ଗଣଭୋଟ୍‌ ହେବ ବୋଲି ଲୁହାନ୍‌ସ୍କର ମୁଖ୍ୟ ଲିଓନିଡ୍‌ ପାସେଚିଙ୍କ୍‌ କହିଛନ୍ତି। ଖୁବଶୀଘ୍ର ଲୁହାନ୍‌ସ୍କରେ ଭୋଟ ଗ୍ରହଣ ହେବ ଏବଂ ଲୋକେ ରୁଷିଆରେ ମିଶିବା ନିମନ୍ତେ ସେମାନଙ୍କ ମତ ଦେବେ ବୋଲି ଲିଓନିଡ୍‌ ପ୍ରକାଶ କରିଛନ୍ତି। ୨୦୧୪ରେ ରୁଷିଆ ଆକ୍ରମଣ କରି ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପକୁ କବ୍‌ଜା କରିବା ପରଠାରୁ ଡୋନେସ୍କ ଓ ଲୁହାନ୍‌ସ୍କ କିଭ୍‌ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଠାକାର ଲୋକ ସାଧାରଣତଃ ରୁଷିଆ ଭାଷା କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri