କେୱାଇସି ଅପଡେଟ୍‌ ଆଳରେ ଠକେଇ ଘଟଣା, ଆଉ ଜଣେ ଗିରଫ

କଟକ ଅଫିସ,୨୧ା୩: କେୱାଇସି ଅପଡେଟ୍‌ ଆଳରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟଦେବ ଜେନାଙ୍କଠାରୁ ୩ ଲକ୍ଷ ୯୯ ହଜାର ୯୯୬ ଟଙ୍କା ଠକି ନେବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଦୀପକ କୁମାର ଦାସ(୨୯)। ତାଙ୍କଠାରୁ ୧ ଲକ୍ଷ ୮ ହଜାର ୯୮୦ ଟଙ୍କା, ୧୧ ମୋବାଇଲ, ବିଭିନ୍ନ ବ୍ୟାଙ୍କର ୩୬ଟି ଏଟିଏମ୍‌ କାର୍ଡ, ଏକ ଲାପ୍‌ଟପ୍‌, ହାର୍ଡଡିସ୍କ, ୧୧୬ଟି ସିମ୍‌କାର୍ଡ ଓ ୪ଟି ପେନ୍‌ଡ୍ରାଇଭ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଦୀପକଙ୍କ ସହଯୋଗୀ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଓଡିଆପଡାର ସୁଶାନ୍ତ ବେହେରା ଓ ସିଙ୍ଗଲା ଥାନା ନବରା ଗ୍ରାମର ଶଙ୍କର ଦାସ ଅଧିକାରୀଙ୍କୁ ଗତ ୧୭ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ପୋଲିସ ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖରେ ପ୍ରଫେସର ଜେନାଙ୍କ ମୋବାଇଲକୁ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ କଲ୍‌ ଅସିଥିଲା। ଅଭିଯୁକ୍ତ ଜଣକ ବିଏସ୍‌ଏନ୍‌ଏଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ତାଙ୍କୁ କେୱାଇସି ଅପ୍‌ଡେଟ୍‌ କରାଇବା ପାଇଁ ପ୍ଲେଷ୍ଟୋରରୁ ଟିମ୍‌ ଭ୍ୟୁଆର ଆପ୍‌ ଓ ଅଟୋମେଟିକ୍‌ ଏସ୍‌ଏମ୍‌ଏସ୍‌ ଫରୱାର୍ଡ ଆପ୍‌ ଡାଉନଲୋଡ କରିବାକୁ କହିଥିଲେ। ନଚେତ ତାଙ୍କ ସିମ୍‌ ବନ୍ଦ ହୋଇଯିବ କହିଥିଲେ। ଏଥିସହ ତାଙ୍କ ମୋବାଇଲ ନମ୍ବରକୁ ଅନ୍‌ଲାଇନ୍‌ରେ ୧୦ ଟଙ୍କା ପଠାଇବାକୁ କହିଥିଲେ ା ପ୍ରଫେସର ଜେନା ଆପ୍‌ ଦୁଇଟି ଡାଉନ୍‌ ଲୋଡ୍‌ କରିବା ସହ ତାଙ୍କ ନମ୍ବରକୁ ଟଙ୍କା ପଠାଇଥିଲେ। ପରେ ତାଙ୍କ ଫୋନରେ ଥିବା ଅଟୋମେଟିକ ଏସ୍‌ଏମ୍‌ଏସ୍‌ ଫରୱାର୍ଡ ଆପ୍‌ ଜରିଆରେ ଅଭିଯୁକ୍ତ ତାଙ୍କ ଏସ୍‌ବିଆଇ ୟୋନୋ ଆପ୍‌ର ଏମ୍‌ପିନ ଏବଂ ଓଟିପି ହାସଲ କରିନେଇଥିଲେ। ପରେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୯୯ ହଜାର ୯୯୬ ଟଙ୍କା ଉଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri