ଶ୍ରୀମନ୍ଦିର ଦର୍ଶନ ନେଇ ଅବ୍ୟବସ୍ଥା

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଲୋକେ ଖରାରେ ସିଝିବା ସହ ପିଇବାପାଣି ପାଇଁ ଡହଳବିକଳ ହେଉଛନ୍ତି। ଏପରି କି ପ୍ରବଳ ଗହଳି ସାଙ୍ଗକୁ ଲମ୍ବାଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇରହୁଥିବାରୁ ଅଧୈର୍ଯ୍ୟ ହୋଇ ଠେଲାପେଲା ଲାଗୁଛନ୍ତି। ଏଥିଯୋଗୁ ବେଳେବେଳେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଏଭଳି ଅବ୍ୟବସ୍ଥା ନେଇ ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ ପ୍ରଶାସନ ବିରୋଧରେ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଏକ ମାମଲା ରୁଜୁ କରିଛନ୍ତି। ମାମଲାକୁ ବିଚାର ପାଇଁ କମିଶନ ଗ୍ରହଣ କରିଛନ୍ତି। ଅଭିଯୋଗରେ ବସ୍ତିଆ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବାଧାଡ଼ି ଲାଗୁଛି। ସେମାନଙ୍କ ପାଇଁ ବିଶ୍ରାମସ୍ଥଳୀ ଓ ପାନୀୟଜଳ ବ୍ୟବସ୍ଥା ନାହିଁ। ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ସୁବିଧା ନାହିଁ। ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନ ଥିବାରୁ ଠାକୁରଙ୍କୁ ଭକ୍ତ ଠିକ ଭାବେ ଦର୍ଶନ କରିପାରୁନାହାନ୍ତି। ଦର୍ଶନ ସମୟରେ ଧସ୍ତାଧସ୍ତିରେ ସୁନା ଅଳଙ୍କାର ଚୋରି ହୋଇଯାଉଛି। ସେହିଭଳି ମହିଳା ଭକ୍ତଙ୍କ ପ୍ରତି ଦୁର୍ବ୍ୟବହାର ଭଳି ଘଟଣା ବଢ଼ିବାରେ ଲାଗିଛି। ଠାକୁରଙ୍କ ସମ୍ମୁଖରେ କେତେଜଣ ସେବାୟତ ଦୀର୍ଘ ସମୟ ଥାଳି ଧରି ଠିଆ ହୋଇ ରହୁଥିବାରୁ ଦର୍ଶନରେ ସମସ୍ୟା ହେଉଛି। ଭକ୍ତମାନେ ଶ୍ରୀମନ୍ଦିରରୁ ଫେରି ତିକ୍ତ ଅନୁଭୂତି ବଖାଣୁଛନ୍ତି। ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ବିଫଳ ହେଉଛନ୍ତି। ଶୃଙ୍ଖଳିତ ଓ ଅବାଧ ଦର୍ଶନ ଭକ୍ତର ଅଧିକାର। ତେଣୁ ପ୍ରଶାସନ ଏହାକୁ ନିଶ୍ଚିତ କରୁ ବୋଲି ପୁରୀ ବିକାଶ ପରିଷଦ ଦାବି କରିଛି। ଏହାଛଡ଼ା ବଡ଼ଦାଣ୍ଡ ବ୍ୟାରିକେଡ୍‌ ଓ ଶ୍ରୀମନ୍ଦିର ଭିତରେ ଛାମୁଣ୍ଡିଆ ନିର୍ମାଣ, ପ୍ରାଥମିକ ଚିକିତ୍ସା ସୁବିଧାର ଆବଶ୍ୟକତା ରହିଛି। ବିଶେଷକରି ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ଅସହ୍ୟ ଖରା ତାତିକୁ ସହୁଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ବସୁଛି। ଅନ୍ୟପକ୍ଷରେ ଗତ ଛତିଶାନିଯୋଗ ବୈଠକରେ ପାନୀୟ ଜଳ ଓ ବ୍ୟବସ୍ଥିତ ଦର୍ଶନ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଶ୍ରଦ୍ଧାଳୁଙ୍କ ସମେତ ପୁରୀ ସହରବାସୀ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବସ୍ତିଆ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri