୪ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍‌…

ନୂଆଦିଲ୍ଲୀ, ୧୨।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୪ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩ ହଜାର ୬୧୪ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ଶହେରୁ କମ୍‌ ଅଛି। ମୃତ୍ୟୁ ସଂଖ୍ୟା ୮୯ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ତୃତୀୟ ଲହର ଥମିବାରେ ଲାଗିଛି।

ଏହି ସମୟରେ ସକ୍ରିୟ ମାମଲା ୫୦ ହଜାର ତଳେ ପହଞ୍ଚିଛି। ଏହା ୪୦ ହଜାର ୫୯୯ ରହିଛି। ସେହିପରି ୨୪ ଘଣ୍ଟାରେ ୫ ହଜାର ୧୮୫ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୫ ହଜାର ୮୦୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୯ ଲକ୍ଷ ୮୭ ହଜାର ୮୭୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୩୧ ହଜାର ୫୧୩ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୯ କୋଟି ୯୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୧୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୭ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୧,୧୭୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମିଜୋରାମରେ ୪୦୩ ଏବଂ ମହାରାଷ୍ଟ୍ରରେ ୩୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri