ଏଇ ଭାରତରେ

ରୋଷେଇ ବାଦ୍‌ ଷ୍ଟୋଭ୍‌ ଓଭାନ କାମ କରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହା କରି ଦେଖାଇଛନ୍ତି ଅବ୍‌ଦୁଲ କରିମ। ସେ ଏହି ଉଦ୍ଭାବନର ନାମ ରଖିଛନ୍ତି ରକେଟ ଷ୍ଟୋଭ୍‌। ସବୁଠୁ ବଡ଼ କଥା ହେଉଛି, ଏଥିରେ ଇନ୍ଧନ ଭାବେ ବ୍ୟବହୃତ ହେଉଛି ଅଦରକାରୀ କାଗଜ ଓ ଷଡ଼େଇ। ଏର୍ନାକୁଲମରେ ରହୁଥିବା ଅବଦୁଲଙ୍କ ବୟସ ୫୭। କୌଣସି ବୈଷୟିକ ଜ୍ଞାନ ଆହରଣ କରି ନ ଥିବା ଅବଦୁଲ୍‌ ୨୦୨୦ ଲକ୍‌ଡାଉନ ସମୟରେ ଏହି ଷ୍ଟୋଭ୍‌ ତିଆରି ଆରମ୍ଭ କରିଥିଲେ ଏବଂ ସୋସିଆଲ ମିଡିଆରୁ ବିଭିନ୍ନ ପ୍ରକାର ଷ୍ଟୋଭର ନିର୍ମାଣଶୈଳୀ ଉପରେ ଅନୁଧ୍ୟାନ କରିବା ପରେ ଶେଷରେ ସଫଳ ହୋଇଛନ୍ତି। ୪୦ବର୍ଷ ହେଲା କୋଚିରେ ତାଙ୍କର ଏକ୍ସଲେଣ୍ଟ ଇଞ୍ଜିନିୟରିଂ କମ୍ପାନୀ ରହିଛି। ଅନେକ ପ୍ରକାର ଶିଳ୍ପ ଉପକରଣ ଏବଂ ବ୍ରଏଲର ସେଠାରେ ନିର୍ମାଣ କରନ୍ତି ଅବଦୁଲ। ସେହି କମ୍ପାନୀରେ ସେ ଉକ୍ତ ଷ୍ଟୋଭ୍‌କୁ ନିର୍ମାଣ କରିଛନ୍ତି। ଏହା ପାଇଁ ଆବଶ୍ୟକ ଉପକରଣ ମଧ୍ୟ ମାର୍କେଟରେ ଉପଲବ୍ଧ ବୋଲି କହନ୍ତି ଅବଦୁଲ।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri