ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପ୍ରତିଫଳନ : ଚ୍ୟାଉ ପଟ୍ଟନାୟକ

ବ୍ରହ୍ମପୁର ଅଫିସ,୨୮ା୨:  ଗଞ୍ଜାମ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୨୨ ଜିଲା ପରିଷଦ ଜୋନର ଫଳାଫଳ ଶନିବାର ପ୍ରକାଶ ପାଇବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁ ଜୋନ ବିଜେଡି ସପକ୍ଷରେ ଯାଇଥିବାରୁ ବିରୋଧୀ ଦଳକୁ ହତୋତ୍ସାହ କରିଦେଇଛି। ଭାଜପା ୨୧ ଜୋନ୍‌ରେ ବିଜେଡିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ସାନଖେମୁଣ୍ଡି ବ୍ଲକର ୫୯ନଂ. ଜୋନରେ ନିର୍ବାଚିତ ଶାସକ ଦଳର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହୋଇଛି କଂଗ୍ରେସ। ସେଠାକାର କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ପାରିବାପଣିଆ ପଦାକୁ ଆସିଛି। ୨୨ ଜୋନର ଭୋଟ ଗଣତିରୁ ପ୍ରଚଣ୍ଡ ଶଙ୍ଖ ଧ୍ୱନିରେ ପଦ୍ମ ପାଖୁଡ଼ା ଝଡ଼ି ପଡ଼ିଥିବା ସ୍ପଷ୍ଟ ହୋଇଛି। ରବିବାର ଦ୍ୱିତୀୟ ଗଣତିରେ ମଧ୍ୟ ସବୁଠି ବିଜେଡି ଆଗୁଆ ଥିବା ଖବର ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ବିଜେଡି ପୁନର୍ବାର ବାଜିମାତ କରୁଥିବାରୁ ନେତା ଓ କର୍ମୀ ଅଧିକ ଉତ୍ସାହିତ ହୋଇଛନ୍ତି।
କୁକୁଡ଼ାଖଣ୍ଡି ବ୍ଲକର ୮ନଂ. ଜୋନ୍‌ରେ ୨୦୧୭ ନିର୍ବାଚନରେ ଜିଲାର ଏକମାତ୍ର କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ଖଟେଇ ନିର୍ବାଚିତ ହୋଇଥିଲେ। ଏଥର ସେହି ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ବିଜେଡିରୁ ଶିବାନୀ ସେଠୀ ଓ ଭାଜପାରୁ ଲକ୍ଷ୍ମୀ ଦାସଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ୯୩୦୦ରୁ ଊର୍ଦ୍ଧ୍ୱ ଭୋଟରେ ଶଙ୍ଖ ଦଳ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହି ଜୋନଟି କଂଗ୍ରେସର ହାତଛଡ଼ା ହୋଇଛି। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର ୫୩ନଂ. ଜୋନରେ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ବିନୋଦ ମିଶ୍ର ଜିତିଥିଲେ। ଏଥର ସେହି ଜୋନ ମହିଳାଙ୍କ ଲାଗି ସଂରକ୍ଷିତ ଥିବାରୁ ବିଜେଡିରୁ ଏସ୍‌.ରାଜେଶ୍ୱରୀ ଦୋରା ଏବଂ ଭାଜପାରୁ କାଜଲ ପାତ୍ର ମଇଦାନରେ ଥିଲେ। ସଂଘର୍ଷପୂର୍ଣ୍ଣ ଲଢ଼େଇରେ ୨୨୦୦ରୁ ଅଧିକ ଭୋଟରେ ଶଙ୍ଖ ଦଳ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହି ଜୋନଟି ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ସଭାପତି ବିଭୂତି ଜେନାଙ୍କ ଅଞ୍ଚଳ ହୋଇଥିବାରୁ ତାଙ୍କୁ ଶକ୍ତ ଧକ୍କା ଲାଗିଛି।
ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ପ୍ରଥମ ପର୍ଯ୍ୟାୟ ଜୋନସ୍ତରର ଭୋଟ ଗଣତିରୁ ଅନ୍ୟ ୨୦ ଜୋନରେ ଭାଜପା ପ୍ରାର୍ଥୀମାନେ ପରାଜିତ ହୋଇଥିଲେ ମଧ୍ୟ ସମସ୍ତେ ବିଜେଡିକୁ କଡ଼ା ମୁକାବିଲା କରିଛନ୍ତି। ସେହିପରି ଗଞ୍ଜାମ ବ୍ଲକର ଚର୍ଚ୍ଚିତ ୧୪ନଂ. ଜୋନକୁ ସସ୍ମିତା ସ୍ବାଇଁ ବିଜେଡିରୁ ନିର୍ବାଚିତ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଭାସିନୀ ନାୟକ ୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଚିତପଟାଙ୍ଗ ହୋଇଛନ୍ତି। ୧୪ନଂ. ଜୋନ ଅତୀତରେ ସିପିଏମ୍‌ର ଦୁର୍ଗ ଥିଲା ଓ ଏଥର ରସାତଳକୁ ଗଲା। ଏହି ବ୍ଲକର ୧୫ନଂ. ଜୋନରେ ରବିବାର ଭୋଟ ଗଣତି ଚାଲିଛି। ସେଠାରେ ଦୁଇ କମ୍ୟୁନିଷ୍ଟ ସିପିଏମ୍‌ ଓ ସିପିଆଇ ପ୍ରାର୍ଥୀ ଦେଇଛନ୍ତି। ତେବେ ବିଜେଡି ଓ ଭାଜପା ମଧ୍ୟରେ ମୁକାବିଲା ହୋଇଥିବା ବାମପନ୍ଥୀ ନେତାଙ୍କ ସୂତ୍ରରୁ ଜଣାପଡ଼ିିଛି।
ପ୍ରଥମ ପର୍ଯ୍ୟାୟ ଫଳାଫଳ ଏକପାଖିଆ ଭାବେ ବିଜେଡିକୁ ଜୟଯାତ୍ରା କରାଇଥିବାରୁ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆତ୍ମବିଭୋର ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ଶାସନ, ଗ୍ରାମାଞ୍ଚଳରେ ବହୁମୁଖୀ ବିକାଶ କରିଥିବା ଏବଂ ତାଙ୍କ ଲୋକପ୍ରିୟତା ବଢ଼ି ଚାଲିଥିବା ବେଳେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ରାଜ୍ୟରେ ସ୍ଥିର ରାଜନୀତି ପାଇଁ ଏହି ସଫଳତା ମିଳିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଭାଜପା ନେତା କାହ୍ନୁ ଚରଣ ପତି କହିଛନ୍ତି, ନିର୍ବାଚନରେ ସରକାରୀ କଳର ବିଜେଡି ପ୍ରତି ଅହେତୁକ ଅନୁଗ୍ରହ, ଭୋଟ ଗ୍ରହଣ ବେଳେ ନାନା ଅସଂଗତି, ବାହୁ ଓ ଅର୍ଥବଳ ପ୍ରୟୋଗ ଆଦି କାରଣରୁ ଶାସକ ଦଳ ଫାଇଦା ମାରିବାକୁ ସକ୍ଷମ ହେଉଛି। ଭାଜପାର ନେତୃତ୍ୱ ସଙ୍କଟ ଆଉ ଏକ କାରଣ ଯୋଗୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ପତି ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri